ବିପଦ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ: କିଛି ଘଣ୍ଟା ମଧ୍ୟରେ ପୃଥିବୀର ନିକଟବର୍ତ୍ତୀ ହେବ ଜଳନ୍ତା ଗ୍ରହାଣୁପିଣ୍ଡ

ଓ୍ବାଶିଂଟନ, ୨୩।୭: ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଜଳନ୍ତା ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡି ଶୁକ୍ରବାର(ଜୁଲାଇ ୨୪) ପୃଥିବୀର ନିକଟତର ହେବ। ଏହା ପୃଥିବୀଠାରୁ ପ୍ରାୟ ୦.୦୩୪ ଆଷ୍ଟୋନୋମିକାଲ ୟୁନିଟ୍‌ ଦୂରରେ ନିଜ କକ୍ଷ ପଥରେ ଗତି କରିବ। ଏହା ପୃଥିବୀ ପାଇଁ ବିପଦ ଜନକ ହୋଇପାରେ ବୋଲି ନାସା ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୧୭୦ ମିଟର ଲମ୍ବ ବିଶିଷ୍ଟ ଏହି ଜଳନ୍ତା ଗ୍ରହାଣୁପିଣ୍ଡ ଘଣ୍ଟାପ୍ରତି ୪୮ ହଜାର କିମି ବେଗରେ ନିଜ କକ୍ଷପଥରେ ଗତି କରିବ। ଏହା ଯଦି ପୃଥିବୀର ମହାକର୍ଷଣ ଶକ୍ତି ପ୍ରଭାବରେ ନିଜ କକ୍ଷ ପଥରୁ ବିଚ୍ୟୁତ ହୁଏ ତେବେ ପୃଥିବୀ ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି କ୍ଷୁଦ୍ର ଗ୍ରହ ପ୍ରାୟତଃ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିଥାନ୍ତି। ବାୟୁମଣ୍ଡଳରେ ଅତ୍ୟଧିକ ଘର୍ଷଣ ଯୋଗୁ ଏହା ହୁଏତ ଆକାଶରେ ଜଳିପୋଡ଼ି ପାଉଁଶ ହୋଇଯିବ କିମ୍ବା ଏହାର କିଛି ଅଂଶ ପୃଥିବୀରେ ଖସିପଡ଼ିବ। ଏଭଳି କ୍ଷୁଦ୍ରଗ୍ରହ ଖସିପଡ଼ିଥିବା ଅଞ୍ଚଳରେ ବିରାଟକାୟ ଗର୍ତ୍ତ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ଯଦି ଜନବସତି ଉପରେ ଏଭଳି ଗ୍ରହ ପଡ଼େ ତେବେ ସେଠାରେ ଧନଜୀବନ ହାନୀର ଆଶଙ୍କା ରହିଥିବା ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପୂର୍ବରୁ ୧୯୭୯ ଜୁଲାଇ ୧୧ରେ ଆମେରିକା ମହାକାଶ ଯାନ ସ୍କାଏଲାବ୍‌ ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିଲା। ୭୮ ଟନ ଓଜନର ଏହି ମହାକାଶ ଯାନ ଭାରତରେ ପଡ଼ିବ ବୋଲି ଆଶଙ୍କା ରହିଥିଲା। ତେବେ ମହାକାଶ ବିଜ୍ଞାନୀ ଏହାର ଗତିପଥ ବଦଳାଇ ଦେଇଥିଲେ। ଏହା ପ୍ରଶାନ୍ତ ମହାସାଗରରେ ପଡ଼ିଥିଲା। ମାତ୍ର ଗ୍ରହାଣୁପିଣ୍ଡ ୨୦୨୦-ଏନ୍‌ଡିକୁ ମହାକାଶ ବିଜ୍ଞାନୀମାନେ ନିୟନ୍ତ୍ରଣ କରିବା ସମ୍ଭବ ହେବ ନାହିଁ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri