ସୁକାନ୍ତଙ୍କ କହିବାନୁସାରେ, ସା ପ୍ରାୟ ୫ଟା ବେଳେ ମୁଖା ପିନ୍ଧା ଦୁଇ ଦୁର୍ବୃତ୍ତ ତାଙ୍କ ଘର ପଛ ପଟେ ପଶି ବର୍ଷକର ଝିଅ ବେକରେ ଛୁରୀ ଦେଖାଇ ତାଙ୍କ ପତ୍ନୀଙ୍କୁ ଘରେ ଥିବା ସୁନାଗହଣା ଦେବାକୁ କହିଥିଲେ ଦୁଇ ଦୁର୍ବୃତ୍ତ। ଫଳରେ ସୁକାନ୍ତଙ୍କ ପତ୍ନୀ ଝିଅର ପ୍ରାଣ ବଞ୍ଚାଇବା ପାଇଁ ଘରେ ଥିବା ସମସ୍ତ ସୁନାଗହଣା ଦେଇ ଦେଇଥିଲେ । ଏହାପରେ ଦୁର୍ବୃତ୍ତମାନେ ସେଠାରୁ ଚାଲିଯାଇଥିଲେ। ଦୁର୍ବୃତ୍ତମାନେ ଯିବା ପରେ ସୁକାନ୍ତଙ୍କ ପତ୍ନୀ ସୁକାନ୍ତଙ୍କୁ ଫୋନ କରି ସମସ୍ତ ବିଷୟ ଜଣାଇଥିଲେ। ଖବରପାଇବା ପରେ ସୁକାନ୍ତ ଘରେ ପହଞ୍ଚିବା ସହିତ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ପୋଲିସ ଅନୁସନ୍ଧାନୀ କୁକୁର ସହିତ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।