ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା କଫ ସିରପ୍‌, ମାଡିବସିଲା ପୋଲିସ: ୨ ଗିରଫ

ବଲାଙ୍ଗୀର, ୧୦ା୩(ସୁନିଲ କୁମାର ମହାନ୍ତି): ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ବେଆଇନ କଫ ସିରପ। ପୋଲିସ ଆଖିରେ ଧୂଳି ଦେଇ କଫ ସିରପ ବେପାରୀମାନେ ଏଭଳି ଅଭିନବ ଉପାୟରେ ବେଆଇନ ବେପାର ଚଲାଇଥିଲେ। ବଲାଙ୍ଗୀର ଟାଉନ ଥାନା ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୮୦୦ ବୋତଲ କଫ ସିରଫ ଜବତ କରିଛି। ଏହା ସହିତ କଫ ସିରପ ଚାଲାଣ ହେଉଥିବା ଏକ ଘରୋଇ ଆମ୍ବୁଲାନ୍ସ, କାର ଏବଂ ଗୋଟିଏ ସ୍କୁଟି ଜବତ କରିଛି। ଜଣେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ଜଣାପଡିଛି। ବଲାଙ୍ଗୀର ଏସପି ଅଭିଳାଷ ଜି. ଏକ ପ୍ରେସ ବିଜ୍ଞପ୍ତିରେ ଉପରୋକ୍ତ ସୂଚନା ଦେଇଛନ୍ତି।

ଏକ ଘରୋଇ ଆମ୍ବୁଲାନ୍ସରେ ବେଆଇନ କଫ ସିରପ ବଲାଙ୍ଗୀର ସହର ବ୍ରାହ୍ମଣପଡାରୁ ଟିଟିଲାଗଡ ରୋଡକୁ ଚାଲାଣ ହେଉଥିବା ସମ୍ପର୍କରେ ଟାଉନ ଥାନା ପୋଲିସକୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ମିଳିଥିଲା। ସୂଚନା ମୁତାବକ, ଟାଉନ ଥାନା ପୋଲିସ ସୋମବାର ଦିନ ପ୍ରାୟ ୧ଟା ସମୟରେ ବିଶାଳ ମେଗା ମର୍ଟ ନିକଟରେ ପୋଲିସ ପକ୍ଷରୁ ନାକା କରାଯାଇଥିଲା। ପୋଲିସ ଟିମ ଏକ ଘରୋଇ ଆମ୍ବୁଲାନ୍ସ (ଓଡି୩୩ବି ୩୪୯୦), ଏକ ହ୍ୟୁଣ୍ଡାଇ ବେର୍ଣ୍ଣା (ଡବ୍ଳ୍ୟୁବି୨୦ଜେଡ ୮୧୫୨) କାର ଏବଂ ଏକ ସ୍କୁଟି (ଓଡି୦୩ଏସ ୧୬୪୧)କୁ ଅଟକାଇଥିଲେ। ଦୁଇ ଗାଡି ଯାଞ୍ଚ ବେଳେ ୧୫ ପେଟି ବା ୧୮୦୦ ବୋତଲ ୱିନିରେକ୍ସ କଫ ସିରପକୁ ପୋଲିସ ଜବତ କରିଥିଲା।

ଏହି ଘଟଣାରେ ପୋଲିସ ଦୁଇଜଣ ତରଭା ଥାନା ମେଣ୍ଡା ଗାଁର ଅଭିଯୁକ୍ତ ରାକେଶ ଓରଫ ମିଲୁ ପଧାନ (୨୮) ଏବଂ ବଲାଙ୍ଗୀର ଟାଉନ ଥାନା ଶାସ୍ତ୍ରୀନଗରର ବବଲୁ ଓରଫ ହରିହର ମିଶ୍ର (୩୭)ଙ୍କୁ ପୋଲିସ ଗିରଫ କରିଛନ୍ତି। ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ବେଆଇନ କଫ ସିରପ ଥିବା କାର ଛାଡି ଫେରାର ମାରିବାକୁ ସକ୍ଷମ ହୋଇଯାଇଥିଲେ। ପୋଲିସ ଦୁଇଟି ମୋବାଇଲ ଫୋନ, ୧୩ ନମ୍ବର ଏଟିଏମ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ୧୧୫୦ ଟଙ୍କା, ଏକ ଗାଡି ରେଜିଷ୍ଟ୍ରେଶନ ସାର୍ଟିଫିକେଟ, ଏକ ଭୋଟର କାର୍ଡକୁ ପୋଲିସ ଜବତ କରିଛି। ଏସଂକ୍ରାନ୍ତରେ ଟାଉନ ଥାନାରେ ଏକ ମାମଲା (୧୮୩/୨୫) ରୁଜୁ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ ମହାରାଷ୍ଟ୍ରର ମରାଠାଓ୍ବାଡା ଓ ଖଣ୍ଡେଶ ଅଞ୍ଚଳରେ ଜଳାଶୟ ଓ…

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା

ବିଲ୍‌ ଗେଟ୍ସଙ୍କ କୃତ୍ରିମ ବର୍ଷା’ ଶୀର୍ଷକ ଏକ ଭାଇରାଲ ରିଲ୍‌ କିଛିଦିନ ହେଲା ଭାରତୀୟଙ୍କ ହ୍ବାଟ୍ସଆପ୍‌ରେ ଆଲୋଡ଼ନ ସୃଷ୍ଟି କରିଥିଲା ଓ ଏହି ଅସମୟ ବର୍ଷାରେ ବାହାରକୁ…

କମିବ ତାପମାତ୍ରା; ଘୂର୍ଣ୍ଣିବଳୟ ପ୍ରଭାବରେ ୧ ଯାଏ ଝଡ଼ବର୍ଷା

ଭୁବନେଶ୍ୱର, ୨୭।୩(ବନ୍ଦନା ସେଠୀ): ବର୍ତ୍ତମାନ ଉପର ବାୟୁ ଘୂର୍ଣ୍ଣିବଳୟ ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ପର୍ଯ୍ୟନ୍ତ ବ୍ୟାପିିଛି।…

ଗରିବ କିଏ

ସଂସାରରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ବହୁତ ଧନ ସମ୍ପତ୍ତିର ଅଧିକାରୀ ତ ହୋଇଥାନ୍ତି; କିନ୍ତୁ ସେମାନଙ୍କର ଆଚରଣ ଭିକାରିର ଆଚରଣ ସହିତ ପ୍ରାୟ ସମାନ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ଓ୍ବାଶିଂଟନ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri