ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୨ ନାବାଳକଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲା ଭଟଲି ଥାନା ଭଡ଼ିଗାଁ ନିବାସୀ ଆଜାଦ ବନଛୋର(୨୧), ମୂଲବାର ଗ୍ରାମର ନୈମିଶ ବେହେରା(୪୩), କନବାର ଗ୍ରାମର ଉମାକାନ୍ତ ସାହୁ(୪୦), ବରଗଡ଼ ଟାଉନ ଥାନା ନିଲିବନ୍ଧ ପଡ଼ାର ସସ୍ମିତା ବେହେରା(୨୭), ଘୁଲିପାଲିର ଅଚ୍ଯଯତାନନ୍ଦ ଦୋରା(୪୭) ଏବଂ ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଲକନଗର(ଗୋଡ଼ଭଗା)ର ସୁନିଲ କୁମାର ପାଢ଼ୀ(୩୯)। ସେମାନଙ୍କ ପାଖରୁ ନଗଦ ୭୬ହଜାର ୭୦୦ ଟଙ୍କା, ଗୋଟିଏ ଟିଭିଏସ୍‌ ରାଇଡର୍‌ ବାଇକ୍‌(ଓଡି ୧୭ ଏକ୍ସ ୯୨୮୨), ଗୋଟିଏ ଆଭେଞ୍ଜର ବାଇକ୍‌(ଓଡି ୧୫ ଏଫ୍‌ ୦୨୨୦), ଗୋଟିଏ ଅଟୋ(ଓଡି ୧୭ ବି ୨୫୧୫), ଗୋଟିଏ ବୁଲେଟ୍‌(ଓଡି ୧୫ ବି ୮୪୧୬), ଗୋଟିଏ ସ୍କୁଟି(ଓଡି ୧୭ ଏଫ୍‌ ୧୯୮୪), ଗୋଟିଏ ହିରୋ ସୁପର ସ୍ପ୍ଲେଣ୍ଡର ବାଇକ୍‌(ଓଡି ୧୭ ୟୁ ୬୯୬୮, ଗୋଟିଏ ଇଲେକ୍ଟ୍ରିକ୍‌ ସ୍କୁଟି(ଓଡି ୧୭ ଓ୍ବାଇ ୩୨୫୫) ଏବଂ ୭ଟି ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ୪୮/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Dharitri –Odisha’s No.1 Trusted Odia Daily