ବରଗଡ଼ରେ ପୁଣି କଫ ସିରପ କାରବାର: ୭୬ ହଜାରରୁ ଅଧିକ ଟଙ୍କା ଜବତ ସହ…

ବରଗଡ଼,୨୧ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲସ ବୁଧବାର ୫୦୫୦ବୋତଲ କଫ୍‌ ସିରପ୍‌ ଜବତ କରିଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ୨ ନାବାଳକଙ୍କୁ ଅଟକ ରଖିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଜିଲା ଭଟଲି ଥାନା ଭଡ଼ିଗାଁ ନିବାସୀ ଆଜାଦ ବନଛୋର(୨୧), ମୂଲବାର ଗ୍ରାମର ନୈମିଶ ବେହେରା(୪୩), କନବାର ଗ୍ରାମର ଉମାକାନ୍ତ ସାହୁ(୪୦), ବରଗଡ଼ ଟାଉନ ଥାନା ନିଲିବନ୍ଧ ପଡ଼ାର ସସ୍ମିତା ବେହେରା(୨୭), ଘୁଲିପାଲିର ଅଚ୍ଯଯତାନନ୍ଦ ଦୋରା(୪୭) ଏବଂ ସମ୍ବଲପୁର ଜିଲା ବୁର୍ଲା ଥାନା ଗୋଲକନଗର(ଗୋଡ଼ଭଗା)ର ସୁନିଲ କୁମାର ପାଢ଼ୀ(୩୯)। ସେମାନଙ୍କ ପାଖରୁ ନଗଦ ୭୬ହଜାର ୭୦୦ ଟଙ୍କା, ଗୋଟିଏ ଟିଭିଏସ୍‌ ରାଇଡର୍‌ ବାଇକ୍‌(ଓଡି ୧୭ ଏକ୍ସ ୯୨୮୨), ଗୋଟିଏ ଆଭେଞ୍ଜର ବାଇକ୍‌(ଓଡି ୧୫ ଏଫ୍‌ ୦୨୨୦), ଗୋଟିଏ ଅଟୋ(ଓଡି ୧୭ ବି ୨୫୧୫), ଗୋଟିଏ ବୁଲେଟ୍‌(ଓଡି ୧୫ ବି ୮୪୧୬), ଗୋଟିଏ ସ୍କୁଟି(ଓଡି ୧୭ ଏଫ୍‌ ୧୯୮୪), ଗୋଟିଏ ହିରୋ ସୁପର ସ୍ପ୍ଲେଣ୍ଡର ବାଇକ୍‌(ଓଡି ୧୭ ୟୁ ୬୯୬୮, ଗୋଟିଏ ଇଲେକ୍ଟ୍ରିକ୍‌ ସ୍କୁଟି(ଓଡି ୧୭ ଓ୍ବାଇ ୩୨୫୫) ଏବଂ ୭ଟି ମୋବାଇଲ ଜବତ ହୋଇଛି। ଏ ନେଇ ବରଗଡ଼ ଟାଉନ ଥାନା ପୋଲିସ ୪୮/୨୬ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri