ରପ୍ତାନୀ ପୂର୍ବରୁ କଫ ସିରପର ହେବ ଗୁଣବତ୍ତା ଯାଞ୍ଚ୍‌: ଜୁନ୍‌ ୧ରୁ ନିୟମ ଲାଗୁ…

ନୂଆଦିଲ୍ଲୀ,୨୩।୫ : ଭାରତୀୟ ଫାର୍ମାସ୍ୟୁଟିକାଲ ସଂସ୍ଥା ଦ୍ୱାରା ରପ୍ତାନି ହୋଇଥିବା କଫ ସିରପକୁ ନେଇ ବିଶ୍ୱବ୍ୟାପୀ ଆକ୍ରୋଶ ପରେ ସରକାର ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ଔଷଧ ବିଦେଶ ପଠାଯିବା ପୂର୍ବରୁ ଗୁଣବତ୍ତା ପରୀକ୍ଷା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେଣୁ, ବର୍ତ୍ତମାନ କଫ ସିରପ ରପ୍ତାନିକାରୀମାନଙ୍କୁ ସେମାନଙ୍କ ଉତ୍ପାଦକୁ ବିଦେଶ ପଠାଇବା ପୂର୍ବରୁ ନିର୍ଦ୍ଦିଷ୍ଟ ସରକାରୀ ଲାବୋରେଟୋରୀରେ ପରୀକ୍ଷା କରିବାକୁ ପଡିବ ।

ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (ଡିଜିଏଫଟି) ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। ଏଥିରେ ଦର୍ଶାଯାଇଛି ଉତ୍ପାଦର ନମୁନାକୁ ପ୍ରଥମେ ଲାବୋରେଟୋରୀରେ ପରୀକ୍ଷା କରିବାକୁ ପଡିବ। କେବଳ ଏହି ଅନୁମତି ପରେ କଫ ସିରପ ରପ୍ତାନି କରିବାକୁ ଦିଆଯିବ। ଏହି ନୂତନ ନିୟମ ଜୁନ ୧ ରୁ ଲାଗୁ ହେବ ।

ଡିଜିଏଫଟି କହିଛି ସରକାରୀ ଲାବୋରେଟୋରୀରେ କଫ ସିରପର ନମୁନା ବାଧ୍ୟତାମୂଳକ ଭାବେ ପରୀକ୍ଷା କରାଯିବ। ପରୀକ୍ଷା ପ୍ରମାଣପତ୍ର ପାଇବା ପରେ ହିଁ ବିଦେଶକୁ ରପ୍ତାନି କରିବାକୁ ଅନୁମତି ଦିଆଯିବ। ବିଭିନ୍ନ ସହରରେ ଅବସ୍ଥିତ ଆଞ୍ଚଳିକ ଡ୍ରଗ ଟେଷ୍ଟିଂ ଲାବୋରେଟୋରୀ, କୋଲକାତାର ସେଣ୍ଟ୍ରାଲ ଡ୍ରଗ ଟେଷ୍ଟିଂ ଲାବୋରେଟୋରୀ ଏବଂ ସେଣ୍ଟ୍ରାଲ ଡ୍ରଗ ଟେଷ୍ଟିଂ ଲାବୋରେଟୋରୀରେ ଏହି ନମୁନା ପରୀକ୍ଷା କରାଯିବ। ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ବୀକୃତିପ୍ରାପ୍ତ ଔଷଧ ପରୀକ୍ଷା ଲାବୋରେଟୋରୀରେ ନମୁନା ମଧ୍ୟ ପରୀକ୍ଷା କରାଯାଇପାରିବ ।

ଉଲ୍ଲେଖନୀୟ କଥା ହେଉଛି, ଭାରତରେ ନିର୍ମିତ କଫ ସିରପର ଗୁଣବତ୍ତା ସମ୍ପର୍କରେ ସାରା ବିଶ୍ୱରେ ପ୍ରଶ୍ନ ଉଠିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଗତ ବର୍ଷ ଗାମ୍ବିଆ ଏବଂ ଉଜବେକିସ୍ତାନରେ ଯଥାକ୍ରମେ ୮୮ ଏବଂ ୧୮ ପିଲାଙ୍କର ମୃତ୍ୟୁ ହୋଇଥିଲା। ଭାରତ ଦ୍ୱାରା ନିର୍ମିତ କଫ ସିରପ ଏଥିପାଇଁ ଦାୟୀ ବୋଲି କୁହାଯାଇଥିଲା। ଏଥି ସହିତ, ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତରୁ ୧୭ ବିଲିୟନ ଡଲାର ମୂଲ୍ୟର କଫ ସିରପ ରପ୍ତାନି ହୋଇଥିଲା ଏବଂ ୨୦୨୨-୨୩ ମସିହାରେ ଏହି ପରିମାଣ ୧୭.୬ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଭାଜପାକୁ ଶକ୍ତ ଧକ୍କା, ନାମାଙ୍କନ ପ୍ରତ୍ୟାହାର କଲେ ଅଭିଷେକ ସିହ୍ନା

ପାଟନା,୧୦।୭: ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାର୍ଥୀ ଅଭିଷେକ ସିହ୍ନା ‘ବଣ୍ଟି’ ନିର୍ବାଚନ ଲଢିବେ ନାହିଁ ବୋଲି ତାଙ୍କର ନାମାଙ୍କନ ପ୍ରତ୍ୟାହାର କରିଛନ୍ତି। ସେ ରାଜ୍ୟ ସଭାପତି…

ଦେଶରେ ମୌସୁମୀ ଆକ୍ଟିଭ: ଆସନ୍ତା ସପ୍ତାହରେ ପ୍ରବଳ ବର୍ଷିବ, ଜାଣନ୍ତୁ କ’ଣ କହୁଛି IMD

ନୂଆଦିଲ୍ଲୀ,୧୦।୭: ଆଗାମୀ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆଶା କରାଯାଉଛି। ଭାରତୀୟ ପାଣିପାଗ ବିଭାଗ (IMD)ର ବରିଷ୍ଠ ବୈଜ୍ଞାନିକ…

ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri