ନନ୍ଦପୁର,୨୩।୩: କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାରେ ସୋମବାର ସିଓଟିପିଏ ଏନଫୋର୍ସମେଣ୍ଟ ଟିମ ପହଞ୍ଚି ନନ୍ଦପୁର ବଜାରର ଏକାଧିକ ଦୋକାନରେ ଗୁଟଖା ବିକ୍ରି, ଫୁଡ ଲାଇସେନ୍ସ, ବିକ୍ରି ପାଇଁ ଗଚ୍ଛିତ ଖାଦ୍ୟ ସାମଗ୍ରୀର ପ୍ରସ୍ତୁତି ଓ ସମାପ୍ତି ତାରିଖ ଯାଞ୍ଚ କରିଥିଲେ। ତ୍ରୁଟି ପରିଲକ୍ଷିତ ହୋଇଥିବା ଏକାଧିକ ଦୋକାନୀଙ୍କୁ ତାଗିଦ କରିବା ସହ ସେମାନଙ୍କ ଠାରୁ ଫାଇନ ଆଦାୟ କରିଥିଲେ। ଟିମ୍ରେ ଜିଲା ଫୁଡ ଇନ୍ସପେକ୍ଟର ପଙ୍କଜିନୀ ଦେହୁରୀ, ଡ୍ରଗ ଇନ୍ସପେକ୍ଟର ନକ୍ଷତ୍ର ଭୂଷଣ ନାୟକ, ନନ୍ଦପୁର ପୋଲିସ ଥାନା ଏସଆଇ ପ୍ରତ୍ୟୁଷ କୁମାର ପଟେଲ ପ୍ରମୁଖ ସାମିଲ ଥିଲେ। ଯାହାକୁ ଦେଖି ଦୋକାନୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା। ଅନ୍ୟପଟେ ଏଭଳି ଯାଞ୍ଚ ପ୍ରକ୍ରିୟା ଦୋକାନୀଙ୍କୁ ଗଚ୍ଛିତ ଖାଦ୍ୟ ସାମଗ୍ରୀର ସ୍ଥିତି ପରଖିବାକୁ ସଚେତନ କରିବ ବୋଲି ଖାଉଟିମାନେ ମତପ୍ରକାଶ କରିଥିଲେ।
Dharitri – Odisha’s No.1 Odia Daily

