ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ପଡିଲା ମହଙ୍ଗା, ମିଥ୍ୟା ଜାତିଗତ ପ୍ରମାଣପତ୍ର ଦେଇ…

ଖୋର୍ଦ୍ଧା,୧୯।୧୨ (ପ୍ରଭାତ ପାଣିଗ୍ରାହୀ): ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର ବୃତ୍ତି ଅର୍ଥ ହଡପ କରିଛନ୍ତି। ୧୪୯ ଛାତ୍ରୀଛାତ୍ର, ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ହୋଇଛି। ମିଥ୍ୟା ଆୟ ଓ ଜାତି ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ପରବର୍ତ୍ତୀ ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ୧୪୯ ଛାତ୍ରୀଛାତ୍ରଙ୍କୁ ମହଙ୍ଗା ପଡ଼ିଛି। ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତ ୧୪୯ ଛାତ୍ରୀଛତ୍ରଙ୍କ ବିରୋଧରେ ଜିଲା ମଙ୍ଗଳ ଅଧିକାରୀ ଗତ ନଭେମ୍ବର ୧୩ରେ ଆଦର୍ଶ ଥାନାରେ ଲିଖତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୪୮୭/୨୫) ରୁଜୁ କରିଛି । ଖୋର୍ଦ୍ଧା ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଉପରୋକ୍ତ ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ଓଡ଼ିଶା ସାର୍ବଜନୀନ ଦାବି ଆଦାୟ(ଓଡ଼ିଶା ପବ୍ଲିକ ଡିମାଣ୍ଡ ରିକଭରି ଆକ୍ଟ) ଅଧିନିୟମ ପାଇଁ ଜିଲାପାଳମାନଙ୍କୁ ଅନୁରୋଧ କରାଯାଇଛି।

ମହାଲେଖାପାଳ (କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ଓଡ଼ିଶାଙ୍କ ଦ୍ବାରା ଖୋର୍ଦ୍ଧାଜିଲାରେ ମାଟ୍ରିକ ପରବର୍ତ୍ତୀ ଯୋଜନାର କାର୍ଯ୍ୟାନୟନ ୨୦୧୭ରୁ ୨୦୨୦ ଅବଧି ସମୀକ୍ଷା କରାଯାଇଥିଲା। ଏହି ସମୀକ୍ଷା ରିପୋର୍ଟରେ ପ୍ରକାଶ ପାଇଛି ଯେ ଏହି ଅବଧି ମଧ୍ୟରେ ମୋଟ ୧୪୯ ଆବେଦନକାରୀ ଛାତ୍ରୀଛାତ୍ର ମିଥ୍ୟା ଆୟ ପ୍ରମାଣପତ୍ର ଏବଂ ଜାତି ପ୍ରମାଣପତ୍ର ଦାଖଲ କରି ମାଟ୍ରିକ ପରବର୍ତ୍ତୀ ମେଧାବୃତ୍ତି ଯୋଜନା ମାଧ୍ୟମରେ ଛାତ୍ରବୃତ୍ତି ହାସଲ କରିବାରେ ସକ୍ଷମ ହୋଇଥିଲେ।

ଏହି ରିପୋର୍ଟ ହସ୍ତଗତ ହେବା ପରେ ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲାସ୍ତରରେ ଏହାର ଅନୁଧ୍ୟାନ ପରେ ଜିଲାପାଳ ଅମ୍ରିତ୍‌ ଋତୁରାଜ ସମ୍ପୃକ୍ତ ଛାତ୍ରୀଛାତ୍ର ଏବଂ ୭ ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ରୁଜୁ ପାଇଁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶାନୁସାରେ ଜିଲା ମଙ୍ଗଳ ଅଧିକାରୀ ଆଦର୍ଶ ଥାନାରେ ପୃଥକ ଭାବେ ଲିଖତ ଅଭିଯୋଗ କରିଛନ୍ତି ।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ଆଖି ବନ୍ଦ କରିବାକୁ କହିଲେ କୁନି ଝିଅ, ହାତରେ ଧରାଇ ଦେଲେ ଏମିତି ଜିନିଷ: Video ଦେଖିଲେ ଅଟକାଇ ପାରିବେନି ହସ

ଲକ୍ଷ୍ନୌ,୨୭।୩: ଗୋରଖନାଥ ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିୟମିତ ପ୍ରାତଃଭ୍ରମଣ ସମୟରେ ଅତ୍ୟନ୍ତ ଭାବପ୍ରବଣ ଘଟଣା ଘଟିଥିଲା। କାନପୁରର ପାଞ୍ଚ ବର୍ଷୀୟା ଯଶସ୍ବିନୀ ସିଂ ମୁଖ୍ୟମନ୍ତ୍ରୀଙ୍କୁ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ: ଏହି କାରଣ ପାଇଁ…

ଭବାନୀପାଟଣା,୨୭।୩(ଉତ୍ତମ କୁମାର ଦାଶ): ବିଶିଷ୍ଟ ସାମାଜିକ କର୍ମୀ ଲିଙ୍ଗରାଜ ଆଜାଦ ଗିରଫ ହୋଇଛନ୍ତି। କଳାହାଣ୍ଡି ଜିଲା କର୍ଲାପାଟ ପୋଲିସ ଦ୍ବାରା ଲିଙ୍ଗରାଜ ଆଜାଦଙ୍କୁ ଗତ ୨୫ ତାରିଖରୁ…

ଶିଶୁ ସେନା ନେବେ ଖାମେନେଇଙ୍କ ମୃତ୍ୟୁର ପ୍ରତିଶୋଧ? ଇରାନୀ ସେନାରେ ଭର୍ତ୍ତି ହେଲେଣି ୧୨ ବର୍ଷ ବୟସ୍କ ପିଲା!

ତେହରାନ୍‌,୨୭।୩: ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଏକ ନୂତନ ପଦକ୍ଷେପ ଅଧୀନରେ ସୁରକ୍ଷା ଏବଂ ଯୁଦ୍ଧ ସହାୟତା କାର୍ଯ୍ୟ ପାଇଁ ସର୍ବନିମ୍ନ ବୟସ ସୀମାକୁ…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

LPGକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦% ପର୍ଯ୍ୟନ୍ତ ବଢିଲା…

ନୂଆଦିଲ୍ଲୀ,୨୭।୩: ଶିଳ୍ପ ଏବଂ ବାଣିଜ୍ୟିକ କ୍ଷେତ୍ରକୁ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାର ଅଣ-ଘରୋଇ ଏଲପିଜିର ଆବଣ୍ଟନକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ସରପଞ୍ଚ, ସମିତି ସଭ୍ୟଙ୍କ ପ୍ରତିନିଧିଙ୍କୁ ଅଟକ ପ୍ରତିବାଦ: ଧାରଣାରେ ବସିଲେ ପୂର୍ବତନ ଏମପି

ଲୋଇସିଂହା,୨୭।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ରାମପୁର ଗ୍ରାମରେ ରାମନବମୀ ଉପଲକ୍ଷେ ଅନୁଷ୍ଠିତ ଷୋହଳ ପ୍ରହର ନାମ ଯଜ୍ଞରେ ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରୀ ଯୋଗଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri