ଜିଲା ପରିଷଦ ଉପାଧ୍ୟକ୍ଷ ଆଣିଲେ ବଡ଼ ଅଭିଯୋଗ: ସରକାରୀ ଯୋଜନାରେ ହେଉଛି ଦୁର୍ନୀତି

କୁନ୍ଦୁରା,୩୧ା୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ୨ ଜିଲା ପରିଷଦ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ରାଧାବିନୋଦ ସାମନ୍ତରାୟ ଓ କନକଲତା ପେଣ୍ଟିଆ ଏବଂ କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ ମିଳିତ ଭାବେ ବ୍ଲକରେ ହୋଇଥିବା ବିଭିନ୍ନ ଯୋଜନାରେ ଦୁର୍ନୀତିକୁ ନେଇ ସୂଚନା ଦେଇଥିଲେ।

ଖେଳ ଉପକରଣ ବଣ୍ଟନ,ପଞ୍ଚାୟତସ୍ତରରେ ଲଗାଯାଇଥିବା ଷ୍ଟ୍ରିଟ୍‌ ଲାଇଟ୍‌, କଂକ୍ରିଟ ଚେୟାର ଦେବାରେ, ନୂତନ ଗଠିତ ପଞ୍ଚାୟତଗୁଡ଼ିକରେ ଯୋଗାଣ ସହାୟକ ନିଯୁକ୍ତିରେ, ଆଇସିଡିଏସ୍‌ ଗୃହ ଭାଙ୍ଗିବା ଓ ନିର୍ମାଣ କରିବାରେ ଦୁର୍ନୀତି ହେବା ସହ ଡାକ ବଙ୍ଗଳା ମରାମତି ଅଟକଳ ଅର୍ଥ ଅନୁସାରେ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଘର ଡିହ ପଟ୍ଟା ନ ଥିଲେ ହିତାଧିକାରୀ ଆବାସ ଯୋଜନା ସୁବିଧା ପାଇବେ ନାହିଁ ବୋଲି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ କରାଯାଇଛି।

ପୂର୍ବରୁ ୮୦୦ରୁ ଉର୍ଦ୍ଧ୍ୱ ଆବାସ ଘର ଅଧପନ୍ତରିଆ ଥିବା, ଖାଉଟି ସାଧାରଣ ଓ ଭତ୍ତା ବଣ୍ଟନରେ ଦୁର୍ନୀତି ହୋଇଥିବା ଜିଲା ପରିଷଦ ଉପାଧ୍ୟକ୍ଷ ଅଭିଯୋଗ କରିଛନ୍ତି। ଏ ନେଇ ସେ ଲିଖିତ ଭାବେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ବିଡିଓଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ଯୋଜନା ବାଟମାରଣା ହୋଇଥିବା ଅଭିଯୋଗ ଆଣିଛନ୍ତି। ୨୦୨୩/୨୪ ଆର୍ଥିକ ବର୍ଷରେ ପଞ୍ଚାୟତସ୍ତରକୁ ଯୁବବର୍ଗଙ୍କ ପାଇଁ ଖେଳ ଉପକରଣ ବାବଦକୁ ୨ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିଥିବା ସତ୍ତ୍ୱେ ୨ ବର୍ଷ ବିତିଥିଲେ ସୁଦ୍ଧା ଅଧିକାଂଶ ପଞ୍ଚାୟତରେ ବଣ୍ଟନ ହୋଇ ନ ଥିବା ଏବଂ କେତେକ ସ୍ଥାନରେ ନିମ୍ନମାନର ଉପକରଣ ଦେଇ ବଳକା ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

ବ୍ଲକ ୧୬ରୁ ଡ଼ଙ୍ଗରପାଉଁସି, ଫୁପୁଗାଁ,ଭୁଷାଙ୍ଗଗୁଡା, କେରିମିଟି, ମାସିଗାଁ ଏବଂ ଫୁଲଭଟ୍ଟା ଆଦି ୬ ପଞ୍ଚାୟତରେ ଖେଳ ଉପକରଣ ଦେଇଥିବା ଦର୍ଶାଇ ପିଇଓ ଏବଂ ସରପଞ୍ଚଙ୍କୁ ଖେଳ ସାମଗ୍ରୀ ନ ଦେଇ କାଗଜପତ୍ରରେ ଦେଇଥିବା ଦର୍ଶାଇଯାଇଥିବା ଅଭିଯୋଗ ହୋଇଛି। ତତ୍କାଳୀନ ସରକାରଙ୍କ ସମୟରେ ମଞ୍ଜୁର ହୋଇଥିବା ଉନ୍ନୟନମୂଳକ ଯୋଜନା ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବିଡିଓ ମିଶି ସରକାରୀ ପ୍ରକଳ୍ପ କାର୍ଯ୍ୟକୁ ଫେରାଇ ଦେଇଥିବା କୁହାଯାଇଛି।

ଅନେକ ଉନ୍ନୟନମୂଳକ ଯୋଜନା ନେଇ ପଞ୍ଚାୟତ ସମିତି ବୈଠକରେ ଆଲୋଚନା କରାଯାଉନାହିଁି କି ଜନପ୍ରତିନିଧିଙ୍କୁ ସୂଚନା ଦିଆଯାଉନାହିଁ l ଲକ୍ଷ୍ମୀ ବସଷ୍ଟାଣ୍ଡ କରିବାରେ ମଧ୍ୟ କେତେକ ଯନ୍ତ୍ରୀ ଦୁର୍ନୀତି କରିଥିବା ସୂଚନା ରହିଛି। ଏ ନେଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ଲିଖିତ ଭାବେ ସୋମବାର ଦିଆଯିବ ବୋଲି ଉପାଧ୍ୟକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି।

କ୍ୱାଟର ନିର୍ମାଣ ପାଇଁ ଆସିଥିବା ୭୬ଲକ୍ଷ ଟଙ୍କା ମରାମତି ଆଳରେ ହରିଲୁଟ୍‌ କରାଯାଇଥିବା ବରିଷ୍ଠ ନେତା ନରେନ୍ଦ୍ର ପ୍ରଧାନ କହିଛନ୍ତି। କୋରାପୁଟ ଜିଲା ପରିଷଦ ପକ୍ଷରୁ ଅତିଥି ଭବନ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାକୁ ତରବରିଆ ଭାବେ କରି ବିଲ କରାଯାଇଥିବା କୁହାଯାଇଛି।
ଏହି ସମସ୍ତ କାର୍ଯ୍ୟର ଶୀଘ୍ର ତଦନ୍ତ ପାଇଁ ଜୟପୁରସ୍ଥିତ ଦୁର୍ନୀତି ନିବାରଣ ବିଭାଗ ଏସ୍‌ପିଙ୍କୁ ଭେଟି ତଥ୍ୟ ସହ ଅଭିଯୋଗ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ବ୍ଲକର ପ୍ରତି ବୈଠକରେ ଆମେ ଉପସ୍ଥିତ ରହୁଥିବା ବେଳେ କୌଣସି ଯୋଜନା ତଥା ପ୍ରକଳ୍ପ ଉପସ୍ଥାପନା କରାଯାଉ ନ ଥିବା ସେମାନେ କହିଛନ୍ତି। ଏ ନେଇ ଜିଲା ପରିଷଦ ବୈଠକରେ ମଧ୍ୟ ଅଭିଯୋଗ କରାଯାଇଛି। ଏହି ଦୁର୍ନୀତି ଖବର ଧରିତ୍ରୀରେ ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri