ଜିଲା ପରିଷଦ ଉପାଧ୍ୟକ୍ଷ ଆଣିଲେ ବଡ଼ ଅଭିଯୋଗ: ସରକାରୀ ଯୋଜନାରେ ହେଉଛି ଦୁର୍ନୀତି

କୁନ୍ଦୁରା,୩୧ା୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ୨ ଜିଲା ପରିଷଦ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ରାଧାବିନୋଦ ସାମନ୍ତରାୟ ଓ କନକଲତା ପେଣ୍ଟିଆ ଏବଂ କୃଷକ କଲ୍ୟାଣ ମଞ୍ଚର ସମ୍ପାଦକ ନରେନ୍ଦ୍ର ପ୍ରଧାନ ମିଳିତ ଭାବେ ବ୍ଲକରେ ହୋଇଥିବା ବିଭିନ୍ନ ଯୋଜନାରେ ଦୁର୍ନୀତିକୁ ନେଇ ସୂଚନା ଦେଇଥିଲେ।

ଖେଳ ଉପକରଣ ବଣ୍ଟନ,ପଞ୍ଚାୟତସ୍ତରରେ ଲଗାଯାଇଥିବା ଷ୍ଟ୍ରିଟ୍‌ ଲାଇଟ୍‌, କଂକ୍ରିଟ ଚେୟାର ଦେବାରେ, ନୂତନ ଗଠିତ ପଞ୍ଚାୟତଗୁଡ଼ିକରେ ଯୋଗାଣ ସହାୟକ ନିଯୁକ୍ତିରେ, ଆଇସିଡିଏସ୍‌ ଗୃହ ଭାଙ୍ଗିବା ଓ ନିର୍ମାଣ କରିବାରେ ଦୁର୍ନୀତି ହେବା ସହ ଡାକ ବଙ୍ଗଳା ମରାମତି ଅଟକଳ ଅର୍ଥ ଅନୁସାରେ କାର୍ଯ୍ୟ ହୋଇ ନ ଥିବା ଅଭିଯୋଗ ହୋଇଛି। ଘର ଡିହ ପଟ୍ଟା ନ ଥିଲେ ହିତାଧିକାରୀ ଆବାସ ଯୋଜନା ସୁବିଧା ପାଇବେ ନାହିଁ ବୋଲି ଲୋକଙ୍କୁ ବିଭ୍ରାନ୍ତ କରାଯାଉଥିବା ଅଭିଯୋଗ କରାଯାଇଛି।

ପୂର୍ବରୁ ୮୦୦ରୁ ଉର୍ଦ୍ଧ୍ୱ ଆବାସ ଘର ଅଧପନ୍ତରିଆ ଥିବା, ଖାଉଟି ସାଧାରଣ ଓ ଭତ୍ତା ବଣ୍ଟନରେ ଦୁର୍ନୀତି ହୋଇଥିବା ଜିଲା ପରିଷଦ ଉପାଧ୍ୟକ୍ଷ ଅଭିଯୋଗ କରିଛନ୍ତି। ଏ ନେଇ ସେ ଲିଖିତ ଭାବେ ଭିଜିଲାନ୍ସ ଏସ୍‌ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

ବିଡିଓଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନମୂଳକ ଯୋଜନା ବାଟମାରଣା ହୋଇଥିବା ଅଭିଯୋଗ ଆଣିଛନ୍ତି। ୨୦୨୩/୨୪ ଆର୍ଥିକ ବର୍ଷରେ ପଞ୍ଚାୟତସ୍ତରକୁ ଯୁବବର୍ଗଙ୍କ ପାଇଁ ଖେଳ ଉପକରଣ ବାବଦକୁ ୨ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ମିଳିଥିବା ସତ୍ତ୍ୱେ ୨ ବର୍ଷ ବିତିଥିଲେ ସୁଦ୍ଧା ଅଧିକାଂଶ ପଞ୍ଚାୟତରେ ବଣ୍ଟନ ହୋଇ ନ ଥିବା ଏବଂ କେତେକ ସ୍ଥାନରେ ନିମ୍ନମାନର ଉପକରଣ ଦେଇ ବଳକା ଅର୍ଥକୁ ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି।

ବ୍ଲକ ୧୬ରୁ ଡ଼ଙ୍ଗରପାଉଁସି, ଫୁପୁଗାଁ,ଭୁଷାଙ୍ଗଗୁଡା, କେରିମିଟି, ମାସିଗାଁ ଏବଂ ଫୁଲଭଟ୍ଟା ଆଦି ୬ ପଞ୍ଚାୟତରେ ଖେଳ ଉପକରଣ ଦେଇଥିବା ଦର୍ଶାଇ ପିଇଓ ଏବଂ ସରପଞ୍ଚଙ୍କୁ ଖେଳ ସାମଗ୍ରୀ ନ ଦେଇ କାଗଜପତ୍ରରେ ଦେଇଥିବା ଦର୍ଶାଇଯାଇଥିବା ଅଭିଯୋଗ ହୋଇଛି। ତତ୍କାଳୀନ ସରକାରଙ୍କ ସମୟରେ ମଞ୍ଜୁର ହୋଇଥିବା ଉନ୍ନୟନମୂଳକ ଯୋଜନା ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ବିଡିଓ ମିଶି ସରକାରୀ ପ୍ରକଳ୍ପ କାର୍ଯ୍ୟକୁ ଫେରାଇ ଦେଇଥିବା କୁହାଯାଇଛି।

ଅନେକ ଉନ୍ନୟନମୂଳକ ଯୋଜନା ନେଇ ପଞ୍ଚାୟତ ସମିତି ବୈଠକରେ ଆଲୋଚନା କରାଯାଉନାହିଁି କି ଜନପ୍ରତିନିଧିଙ୍କୁ ସୂଚନା ଦିଆଯାଉନାହିଁ l ଲକ୍ଷ୍ମୀ ବସଷ୍ଟାଣ୍ଡ କରିବାରେ ମଧ୍ୟ କେତେକ ଯନ୍ତ୍ରୀ ଦୁର୍ନୀତି କରିଥିବା ସୂଚନା ରହିଛି। ଏ ନେଇ ଦୁର୍ନୀତି ନିବାରଣ କାର୍ଯ୍ୟାଳୟକୁ ଲିଖିତ ଭାବେ ସୋମବାର ଦିଆଯିବ ବୋଲି ଉପାଧ୍ୟକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି।

କ୍ୱାଟର ନିର୍ମାଣ ପାଇଁ ଆସିଥିବା ୭୬ଲକ୍ଷ ଟଙ୍କା ମରାମତି ଆଳରେ ହରିଲୁଟ୍‌ କରାଯାଇଥିବା ବରିଷ୍ଠ ନେତା ନରେନ୍ଦ୍ର ପ୍ରଧାନ କହିଛନ୍ତି। କୋରାପୁଟ ଜିଲା ପରିଷଦ ପକ୍ଷରୁ ଅତିଥି ଭବନ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏହାକୁ ତରବରିଆ ଭାବେ କରି ବିଲ କରାଯାଇଥିବା କୁହାଯାଇଛି।
ଏହି ସମସ୍ତ କାର୍ଯ୍ୟର ଶୀଘ୍ର ତଦନ୍ତ ପାଇଁ ଜୟପୁରସ୍ଥିତ ଦୁର୍ନୀତି ନିବାରଣ ବିଭାଗ ଏସ୍‌ପିଙ୍କୁ ଭେଟି ତଥ୍ୟ ସହ ଅଭିଯୋଗ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ବ୍ଲକର ପ୍ରତି ବୈଠକରେ ଆମେ ଉପସ୍ଥିତ ରହୁଥିବା ବେଳେ କୌଣସି ଯୋଜନା ତଥା ପ୍ରକଳ୍ପ ଉପସ୍ଥାପନା କରାଯାଉ ନ ଥିବା ସେମାନେ କହିଛନ୍ତି। ଏ ନେଇ ଜିଲା ପରିଷଦ ବୈଠକରେ ମଧ୍ୟ ଅଭିଯୋଗ କରାଯାଇଛି। ଏହି ଦୁର୍ନୀତି ଖବର ଧରିତ୍ରୀରେ ପ୍ରକାଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବ୍ୟବସ୍ଥା ପ୍ରଶ୍ନକୁ ଏଡାଇ ଚାଲିଗଲେ ଜିଲାପାଳ: ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରଶାସନ ପକ୍ଷରୁ ନୀତି ଆୟୋଗଙ୍କ ‘ଆକାଂକ୍ଷା ବ୍ଲକ କାର୍ଯ୍ୟକ୍ରମ’ (Aspirational Blocks Programme) ଅଧୀନରେ…

ଦାରିଙ୍ଗବାଡି ଜଙ୍ଗଲରେ କୁଢ଼ କୁଢ଼ ଅଳିଆ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୬।୨(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିର ପରିବେଶ ଏବେ ଦିନକୁ ଦିନ ଏବେ ବାୟୁ ପ୍ରଦ୍ୟୁଷଣ ସହ ଦୂଷିତ ପରିବେଶ ଦିଗକୁ ଗତି…

ତେଲର ମୂଲ୍ୟ ନିର୍ଣ୍ଣୟ କରିବ ଆମେରିକା! ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ଦାବି-“ଆମେ ବିଶ୍ୱର 68%…

ନୂଆଦିଲ୍ଲୀ,୬ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ତୈଳ ବଜାରକୁ ନେଇ ଏକ ଚକିତ କଲା ଭଳି ଦାବି କରିଛନ୍ତି। ୱାଶିଂଟନରେ ଆୟୋଜିତ ୭୪ତମ ‘ନ୍ୟାସନାଲ ପ୍ରେୟର…

ବିଶ୍ୱ ବଜାରରେ ଚାଇନାକୁ ପଛରେ ପକାଇବ ଭାରତ: ଆମେରିକାର ୩୦ ବିଲିୟନ ଡଲାର ନିବେଶ ଘୋଷଣା

ନୂଆଦିଲ୍ଲୀ,୬ା୨: ବିଶ୍ୱ ଅର୍ଥନୀତିର ଗତିପଥ ବଦଳାଇବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ଏକ ବଡ଼ ରଣନୈତିକ ବୁଝାମଣା ହୋଇଛି। ଚାଇନାର ଏକାଧିପତ୍ୟକୁ ରୋକିବା ପାଇଁ ଆମେରିକା…

ନେତୃତ୍ୱ ଆଶଙ୍କାରେ ବିଜେଡି: କିଏ ହେବେ ଆଗାମୀ ନେତା

ଭୁବନେଶ୍ୱର,୬।୨ (ସୁନିତ୍‌ ମିଶ୍ର):ନିମାପଡ଼ା ନିର୍ବାଚନମଣ୍ଡଳୀରେ ବିଜେଡିର ନେତା କିଏ ହେବେ ତାକୁ ନେଇ ଦଳ ଭିତରେ ବର୍ତ୍ତମାନ ମାନସମନ୍ଥନ ଆରମ୍ଭ ହୋଇଯାଇଛି। ନିମାପଡ଼ା ବିଧାନସଭା କ୍ଷେତ୍ରରୁ ପ୍ରଭାତୀ…

ଚାଲି ଚାଲି ଶାଶୁଘର ଗାଁ ବୁଲିଲେ ରାଷ୍ଟ୍ରପତି: ପ୍ରୋଟୋକଲ ଭାଙ୍ଗି…

ବାରିପଦା/ ରାଇରଙ୍ଗପୁର, ୬ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ/ ମାନସ ମହାନ୍ତି):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସିଛନ୍ତି।  ଶାଶୁଘର ପାହାଡ଼ପୁର ଗ୍ରାମକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ…

ସମସ୍ୟା ଘେରରେ ସାହାଜଟ ଆଶ୍ରମ ବିଦ୍ୟାଳୟ: ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା

ନୂଆପଡ଼ା,୬ା୨ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଜଟଗଡ ପଞ୍ଚାୟତର ସାହାଜଟ ଆଶ୍ରମ ବିଦ୍ୟାଳୟ ସମସ୍ୟାଘେରରେ ଗତିକରୁଛି। ୧୯୫୫ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ…

ଖଣି ବିଭାଗର ଚଢ଼ାଉ: ୩ ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୬ା୨ (ଦୁର୍ଗା କୀର୍ତ୍ତି): ଖଣି ବିଭାଗ ଥୁଆମୂଳ ରାମପୁର ଅଞ୍ଚଳରେ ଚଢ଼ାଉ କରି ୩ ବାଲି ବୋଝେଇ ହାଇୱା ଜବତ କରିଛି। କଳାହାଣ୍ଡି ଖଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri