ସରକାରୀ କାର୍ଯ୍ୟାଳୟ ଦୁର୍ନୀତି ବଢ଼ିଚାଲିଛି

ପଟ୍ଟାମୁଣ୍ଡାଇ,୧୪।୨(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ଅନୁଦାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି। ମାତ୍ର ବିଭାଗୀୟ ସରକାରୀ ଅଧିକାରୀମାନେ ଅଭିଯୋଗକୁ ଭ୍ରୂକ୍ଷେପ ନ କରି ଅଭିଯୋଗକାରୀଙ୍କୁ ନାଲିଆଖି ଦେଖାଇବା ସହ କେସ୍‌ କରି ଦେବାକୁ ଧମକଚମକ ଦେଉଛନ୍ତି। ଫଳରେ ସାଧାରଣ ଲୋକେ ଡରି ଚୁପ୍‌ ରହିଯାଉଥିବାବେଳେ ଦୁର୍ନୀତି ବଢ଼ି ଚାଲୁଛି। ଫଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରହୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଇଛି।
ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି, କୌଟିଲ୍ୟ ତାଙ୍କ ଅର୍ଥଶାସ୍ତ୍ରରେ ବର୍ଣ୍ଣନା କରିଛନ୍ତି ଯେ, ଯେପରି ମାଛ ପାଣି ମଧ୍ୟରେ ରହି କେତେ ଜଳପାନ କରୁଛି, ଜାଣିବା ସମ୍ଭବପର ନୁହେଁ, ସେହିପରି ସରକାରୀ କର୍ମଚାରୀ କେତେ ଅର୍ଥ ଆତ୍ମସାତ୍‌ କରୁଛନ୍ତି ତାହା ମଧ୍ୟ ଜନସାଧାରଣ ଜାଣି ପାରୁନାହାନ୍ତି। ଏ ନେଇ ଉପରିସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ନିତାନ୍ତ ଅପରିହାର୍ଯ୍ୟ। କାରଣ କେଉଁ ବିଭାଗରେ କେତେ ଖର୍ଚ୍ଚ ହେଉଛି ତାହା ଉଚ୍ଚପଦାଧିକାରୀ ଓ ସ୍ଥାନୀୟ ରାଜନେତା ହିଁ। ଜାଣନ୍ତି। ମାତ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ରାଜନେତା, ଉଚ୍ଚ ପଦାଧିକାରୀ ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ଅଞ୍ଚଳ ସବୁକ୍ଷେତ୍ରରେ ଅବହେଳିତ ହୋଇ ପଡ଼ିରହିଛି। ଏଠାରେ ବିଭିନ୍ନ ବିଭାଗରେ ଅଧିକାଂଶ ଅଧିକାରୀ ବର୍ଷ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। ଅନେକ ବିଭାଗରେ ଯନ୍ତ୍ରୀ, ଅଧିକାରୀ ନାହାନ୍ତି। ଫଳରେ ବିଭାଗରେ ଅନିୟମିତତା ହେଉଛି। ବୁଦ୍ଧିଜୀବୀ ପ୍ରବୀର ନାୟକ, କ୍ଷିରୋଦ ମଲ୍ଲିକ କହିଛନ୍ତି, ପଟ୍ଟାମୁଣ୍ଡାଇ ନିର୍ବାଚନମଣ୍ଡଳୀ ବିଲୋପ ହେବା ପରେ ଅବହେଳିତ ହୋଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା ନ ଥିବାରୁ ଦୁର୍ନୀତି ବଢ଼ିଚାଲିଛି। ଉଦାହରଣ ସ୍ବରୂପ କଟକ ସମବାୟ ବିଭାଗ ଅଧୀନରେ ଥିବା ସମିତିରେ ଧାନକିଣାଠାରୁ ଆରମ୍ଭ କରି କୃଷି ଋଣ ପର୍ଯ୍ୟନ୍ତ ସବୁଥିରେ ଦୁର୍ନୀତି ହୋଇଚାଲିଛି। ସମିତି ସମ୍ପାଦକମାନେ ୧୫ ହଜାର ଟଙ୍କା ଦରମା ପାଉଥିବା ବେଳେ ସେମାନେ ନିଜେ ନିଜେ ଜଣେ ଦୁଇଜଣ ଆସିଷ୍ଟାଣ୍ଟ ରଖି ଦରମା ଦେଉଛନ୍ତି। ଅନ୍ୟପକ୍ଷରେ ୬ରୁ ୭ ଜଣ ସମ୍ପାଦକ କଟକ, ଭୁବନେଶ୍ୱର ଭଳି ଜାଗାରେ ଜମି କିଣିଛନ୍ତି। ସେହିପରି ପଟ୍ଟାମୁଣ୍ଡାଇ ବ୍ଲକ କାର୍ଯ୍ୟାଳୟରେ କିରାଣି ୧୦ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି। କେତେଜଣ କନିଷ୍ଠ ଯନ୍ତ୍ରୀ ତାଙ୍କର ଜଣେ ଜଣେ ଆସିଷ୍ଟାଣ୍ଟ ରଖି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରିବା ସହ ପିସି ଅର୍ଥ ହଡ଼ପ କରୁଥିବା ନେଇ ସାଧାରଣରେ ବାରମ୍ବାର ଅଭିଯୋଗ ହେଉଛି। ହେଲେ ସ୍ଥାନୀୟ ରାଜନେତାଙ୍କୁ ହାତ କରି ସେମାନେ ବର୍ଷ ବର୍ଷ ଧରି ରହିଛନ୍ତି। ଅନ୍ୟପକ୍ଷରେ ଏହି ଯନ୍ତ୍ରୀମାନେ ସରକାରୀ କ୍ୱାର୍ଟର୍ସରେ ରହୁଥିବା ବେଳେ ସେମାନେ ରଖିଥିବା ଅନଭିଜ୍ଞ ଆସିଷ୍ଟାଣ୍ଟ ତଦାରଖ କରି ନିମ୍ନମାନର କାମ କରୁଥିବା ଅଭିଯୋଗ ହେଉଛି। କିଛିଦିନ ତଳେ ଯୋଗାଣ ବିଭାଗର ମନମାନି ପାଇଁ ବ୍ଲକ ପରିସରରେ ଜଣେ ସରପଞ୍ଚ ଗଣ୍ଡଗୋଳ କରି ଗିରଫ ହୋଇଥିଲେ। ପୂର୍ତ୍ତ ବିଭାଗରେ ସହକାରୀ ଯନ୍ତ୍ରୀ କେହି ନ ଥିବାବେଳେ ଜଣେ ଯନ୍ତ୍ରୀ ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡ଼ା ଓ ଆଳି ୩ ଡିଭିଜନ କାର୍ଯ୍ୟ ତଦାରଖ କରିବା ସମ୍ଭବ ହେଉନାହଁି। ଫଳରେ ଠିକାଦାର ଉନ୍ନତିମୂଳକ କାର୍ଯ୍ୟରେ ଅନିୟମିତତା କରି ମାଲାମାଲ ହେଉଛନ୍ତି। ଜଳ ସମ୍ପଦ ବିଭାଗରେ ଜଣେ ଯନ୍ତ୍ରୀ ବିଗତ ୧୦ବର୍ଷ ହେବ ଏଠାରେ ରହିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗରେ ଜଣେ ବି ଜେଇ ନ ଥିବାରୁ ସ୍ବଚ୍ଛତା ରହୁନାହିଁ। ସେହିପରି ପୌର ପରିଷଦ ଏସବୁରୁ ବାଦ୍‌ ପଡ଼ି ନ ଥିବା ଅଭିଯୋଗ ରହିଛି। ଏ ସମ୍ପର୍କରେ ପିଡି ରାଜେନ୍ଦ୍ର କୁମାର ପଣ୍ଡାଙ୍କୁ ପଚାରିବାରେ ଏ ବାବଦରେ ବହୁବାର ଅଭିଯୋଗ ଆସିଲାଣି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

ଦୁର୍ଗେଇଦେବୀଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦାବି

ପାଇକମାଳ,୬ା୧୨(ବଡ଼ ଶଥପଥୀ):ପାଇକମାଲ ବ୍ଲକ୍‌ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରିତୟା ନୃସିଂହନାଥ ପର୍ବତମାଳା ଶିଖରେ ଅବସ୍ଥିତ ମାଁ ଦୁର୍ଗେଇଦେବୀଙ୍କ ବାର୍ଷିକ ପୂଜାନୋତ୍ସବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri