ବସୁନ୍ଧରା ଯୋଜନାରେ ଦୁର୍ନୀତି

ବିଞ୍ଝରପୁର,୮ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ବସୁନ୍ଧରା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ତଦନ୍ତକରି ଅଯୋଗ୍ୟ ହିତାଧିକାରୀଙ୍କ ଜମି ପଟ୍ଟା ବାତିଲ କରିବାସହ ସେମାନଙ୍କଠାରୁ ଦଖଲ ଉଚ୍ଛେଦ କରିବାକୁ ଉପଜିଲାପାଳ ବିଞ୍ଝାରପୁର ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତହସିଲ ପ୍ରଶାସନ ଦଖଲ ଉଚ୍ଛେଦ କରି ପାରୁ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ବିଞ୍ଝାରପୁର ତହସିଲ ଅଧୀନ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ରାଜସ୍ବ ଗ୍ରାମରେ ଥିବା ଅନାବାଦୀ ଜମି ଖାତା ନଂ.୪୩୪, ପ୍ଲଟ୍‌ ନଂ.୨୧୭ ରକବା ୨୬ ଡିସିମିଲ ମଧ୍ୟରୁ ତହସିଲ ପ୍ରଶାସନ ବସୁନ୍ଧରା ଯୋଜନାରେ ସେହି ଗ୍ରାମର କୈଳାସ ଯେନା, ବ୍ରହ୍ମାନନ୍ଦ ଯେନା, ସୁଦର୍ଶନ ଯେନା, ଭାନୁମତି ଯେନା, ଧରଣୀ ଯେନା ଓ ଶିଶିର ଯେନାଙ୍କୁ ୨୦୧୦ ଆର୍ଥିକ ବର୍ଷରେ ୧୮ ଡିସିମିଲ ଜମି ପ୍ରଦାନ କରିଥିଲା, ଯାହାକୁନେଇ ବଡ଼ମଲ୍ଲିପୁର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବସୁନ୍ଧରା ଯୋଜନାରେ ଜମି ପାଇଥିବା ପରିବାର ମଧ୍ୟରେ ସମସ୍ତେ ଅଯୋଗ୍ୟ ଏବଂ ସମସ୍ତ ପରିବାରର ଜମି ଥିବା ଦର୍ଶାଇ ପ୍ରସନ୍ନ କୁମାର ଯେନାଙ୍କ ସମେତ ଗ୍ରାମର ବହୁଲୋକ ଗତ ଡିସେମ୍ବର ୬ରେ ଯାଜପୁର ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ।
ଜିଲାପାଳ ଉକ୍ତ ଅଭିଯୋଗକୁ ଗ୍ରହଣ କରିବାସହ ପୃଥକ୍‌ ଭାବେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ମାମଲା ରୁଜୁକରି ଘଟଣାର ସମାଧାନ କରିବାକୁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ନିଜଆଡୁ ନଂ.୩୦/୨୨, ୩୧/୨୨, ୩୨/୨୨, ୩୩/୨୨, ୩୪/୨୨ ଓ ୩୫/୨୨ରେ ମାମଲା ରୁଜୁ କରିଥିଲେ। ପରେ ଗତ ୨୪ା୧ା୨୦୨୩ରେ ମାମଲାର ଶୁଣାଣିକରି ଅତିରିକ୍ତ ଜିଲାପାଳ ଉପରୋକ୍ତ ୬ ହିତାଧିକାରୀଙ୍କ ମଧ୍ୟରୁ ୫ଜଣ ହିତାଧିକାରୀଙ୍କ ପଟ୍ଟା ବାତିଲ କରିବାସହ ଦଖଲ ଉଚ୍ଛେଦ କରିବାକୁ ବିଞ୍ଝାରପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୩ ମାସ ବିତିଥିଲେ ମଧ୍ୟ ତହସିଲ ପ୍ରଶାସନ ଚୁପହୋଇ ବସିଛି, ଯାହାକୁନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ଏ ସମ୍ପର୍କରେ ତହସିଲଦାର କୈଳାଶ ଚନ୍ଦ୍ର ମହାଳିକଙ୍କୁ ପଚାରିବାରୁ ସେ କହିଛନ୍ତି, ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଆଯାଇଥିବା ଜମିକୁ ସରକାରଙ୍କ ଖାତାକୁ ନେଇଆସିଛୁ। ଉପରୋକ୍ତ ହିତାଧିକାରୀମାନେ ଉପଜିଲାପାଳଙ୍କ ରାୟ ବିରୋଧରେ ସିଭିଲ କୋର୍ଟର ଦ୍ୱାରସ୍ଥ ହୋଇଥିବାରୁ ଦଖଲରୁ ଉଚ୍ଛେଦ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri