ବସୁନ୍ଧରା ଯୋଜନାରେ ଦୁର୍ନୀତି

ବିଞ୍ଝରପୁର,୮ା୫(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟରେ ବସୁନ୍ଧରା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ତଦନ୍ତକରି ଅଯୋଗ୍ୟ ହିତାଧିକାରୀଙ୍କ ଜମି ପଟ୍ଟା ବାତିଲ କରିବାସହ ସେମାନଙ୍କଠାରୁ ଦଖଲ ଉଚ୍ଛେଦ କରିବାକୁ ଉପଜିଲାପାଳ ବିଞ୍ଝାରପୁର ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ତହସିଲ ପ୍ରଶାସନ ଦଖଲ ଉଚ୍ଛେଦ କରି ପାରୁ ନ ଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ବିଞ୍ଝାରପୁର ତହସିଲ ଅଧୀନ ଚନ୍ଦ୍ରମୁଁ ପଞ୍ଚାୟତ ବଡ଼ମଲ୍ଲିପୁର ରାଜସ୍ବ ଗ୍ରାମରେ ଥିବା ଅନାବାଦୀ ଜମି ଖାତା ନଂ.୪୩୪, ପ୍ଲଟ୍‌ ନଂ.୨୧୭ ରକବା ୨୬ ଡିସିମିଲ ମଧ୍ୟରୁ ତହସିଲ ପ୍ରଶାସନ ବସୁନ୍ଧରା ଯୋଜନାରେ ସେହି ଗ୍ରାମର କୈଳାସ ଯେନା, ବ୍ରହ୍ମାନନ୍ଦ ଯେନା, ସୁଦର୍ଶନ ଯେନା, ଭାନୁମତି ଯେନା, ଧରଣୀ ଯେନା ଓ ଶିଶିର ଯେନାଙ୍କୁ ୨୦୧୦ ଆର୍ଥିକ ବର୍ଷରେ ୧୮ ଡିସିମିଲ ଜମି ପ୍ରଦାନ କରିଥିଲା, ଯାହାକୁନେଇ ବଡ଼ମଲ୍ଲିପୁର ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବସୁନ୍ଧରା ଯୋଜନାରେ ଜମି ପାଇଥିବା ପରିବାର ମଧ୍ୟରେ ସମସ୍ତେ ଅଯୋଗ୍ୟ ଏବଂ ସମସ୍ତ ପରିବାରର ଜମି ଥିବା ଦର୍ଶାଇ ପ୍ରସନ୍ନ କୁମାର ଯେନାଙ୍କ ସମେତ ଗ୍ରାମର ବହୁଲୋକ ଗତ ଡିସେମ୍ବର ୬ରେ ଯାଜପୁର ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ କରିଥିଲେ।
ଜିଲାପାଳ ଉକ୍ତ ଅଭିଯୋଗକୁ ଗ୍ରହଣ କରିବାସହ ପୃଥକ୍‌ ଭାବେ ଅଯୋଗ୍ୟ ହିତାଧିକାରୀଙ୍କ ନାମରେ ମାମଲା ରୁଜୁକରି ଘଟଣାର ସମାଧାନ କରିବାକୁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପଜିଲାପାଳ ନିଜଆଡୁ ନଂ.୩୦/୨୨, ୩୧/୨୨, ୩୨/୨୨, ୩୩/୨୨, ୩୪/୨୨ ଓ ୩୫/୨୨ରେ ମାମଲା ରୁଜୁ କରିଥିଲେ। ପରେ ଗତ ୨୪ା୧ା୨୦୨୩ରେ ମାମଲାର ଶୁଣାଣିକରି ଅତିରିକ୍ତ ଜିଲାପାଳ ଉପରୋକ୍ତ ୬ ହିତାଧିକାରୀଙ୍କ ମଧ୍ୟରୁ ୫ଜଣ ହିତାଧିକାରୀଙ୍କ ପଟ୍ଟା ବାତିଲ କରିବାସହ ଦଖଲ ଉଚ୍ଛେଦ କରିବାକୁ ବିଞ୍ଝାରପୁର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୩ ମାସ ବିତିଥିଲେ ମଧ୍ୟ ତହସିଲ ପ୍ରଶାସନ ଚୁପହୋଇ ବସିଛି, ଯାହାକୁନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ଏ ସମ୍ପର୍କରେ ତହସିଲଦାର କୈଳାଶ ଚନ୍ଦ୍ର ମହାଳିକଙ୍କୁ ପଚାରିବାରୁ ସେ କହିଛନ୍ତି, ଉପଜିଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଆଯାଇଥିବା ଜମିକୁ ସରକାରଙ୍କ ଖାତାକୁ ନେଇଆସିଛୁ। ଉପରୋକ୍ତ ହିତାଧିକାରୀମାନେ ଉପଜିଲାପାଳଙ୍କ ରାୟ ବିରୋଧରେ ସିଭିଲ କୋର୍ଟର ଦ୍ୱାରସ୍ଥ ହୋଇଥିବାରୁ ଦଖଲରୁ ଉଚ୍ଛେଦ କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri