ଛତ୍ରପୁର,୩୦।୩ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ହୋମଗାର୍ଡ ପରୀକ୍ଷାରେ ମହାଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲାର ବିଭିନ୍ନ ଥାନା ଅଧୀନରେ ଫର୍ମପୂଣର କରି ପରୀକ୍ଷା ଦେଇଥିବା ପ୍ରାର୍ଥୀମାନେ ଫଳାଫଳ ପ୍ରକାଶ ପରେ ଏଥିରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି।
ଅଭିଯୋଗ ମୁତାବକ, ବହୁ ଯୋଗ୍ୟ ପ୍ରାର୍ଥୀ ମେରିଟ ଲିଷ୍ଟରୁ ବାଦ ପଡିଛନ୍ତି, ପ୍ରାର୍ଥୀମାନେ ପୋଲିସ ଷ୍ଟେଶନ ଅଧୀନରେ ଫର୍ମଫିଲପ୍ କରିଥିଲେ ହେଲେ ଜିଲାସ୍ତରରେ ଫଳାଫଳ ପ୍ରକାଶ ପାଇଛି।
ମାର୍କ ଲିଷ୍ଟ ନ ଦେଖାଇ ଫଳାଫଳ ଘୋଷଣା କରାଯିବା, ମେରିଟ ଲିଷ୍ଟରେ ନାମ ଥିବା ପିଲାଙ୍କ ଗୋଟିଏ ଦିନରେ ଟ୍ରେନିଂ ଓ ତାଲିମ ପ୍ରଦାନ କରାଯିବା, ଜିଲାସ୍ତରରେ ଚୟନ ବେଳେ ମେରାଇନ ପିଲାଙ୍କୁ ଜିଲାସ୍ତରରେ ଚୟନ କରା ନ ଯିବା, କମ୍ପ୍ୟୁଟର ଟ୍ରେଡ଼ର ପିଲାଙ୍କୁ ସୁଇପର ଟ୍ରେଡ଼ରେ ନିଯୁକ୍ତି ପ୍ରଦାନ କରିବା ପରି ଅଲଗା ଟ୍ରେଡ଼ର ପିଲାଙ୍କୁ ଅଲଗା ଟ୍ରେଡ଼ରେ ନିଯୁକ୍ତି ପ୍ରଦାନ କରାନଯିବା, ଭାରିଜାନ ଥିବା ପ୍ରାର୍ଥୀଙ୍କୁ ବାଦ ପକାଇ ହାଲୁକା ଜାନ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ସେମାନେ ବିରୋଧ କରିବା ସହିତ ଚୟନ ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ନେଇ ଆପର୍ତ୍ତିି ଉଠାଇଛନ୍ତି। ଏହି ଅବସରରେ ପ୍ରାର୍ଥୀମାନେ ଗଞ୍ଜାମ ଏସ୍ପିଙ୍କ ଅନୁପସ୍ଥିତିରେ ଅତିତିକ୍ତ ଏସ୍ପି ଚିନ୍ମୟ କୁମାର ନାୟକଙ୍କୁ ଭେଟି ଏନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

