Posted inଜାତୀୟ

ଭ୍ରଷ୍ଟାଚାରୀ ବଡ଼ ପଦାଧିକାରୀ: ଇଣ୍ଡିଆ

ରାଞ୍ଚତ୍,୨୨ା୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁର୍ନୀତି ବିରୋଧରେ କହୁଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଓ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ମିଥ୍ୟା ଅଭିଯୋଗରେ ସେ ଜେଲରେ ପୂରାଇଛନ୍ତି। ପ୍ରଧାନମନ୍ତ୍ରୀ ଯେତେବେଳେ ଦୁର୍ନୀତି ବିରୋଧରେ କୁହନ୍ତି, ମନେହୁଏ ସତେଯେମିତି ଓସାମା ବିନ୍‌ ଲାଡେନ୍‌ ଓ ଗବ୍ବର ସିଂ ଅହିଂସାର ପୂଜାରୀ ପାଲଟିଯାଇଛନ୍ତି। ଯିଏ ଯେତେ ଅଧିକ ଭ୍ରଷ୍ଟାଚାରୀ, ସିଏ ସେତେ ବଡ଼ ପଦାଧିକାରୀ ବୋଲି ରବିବାର ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ନେତା ସଞ୍ଜୟ ସିଂ ମୋଦିଙ୍କୁ ସମାଲୋଚନା କରିଛନ୍ତି।
ଜାନୁୟାରୀ ୩୧ରେ ଜମି ଦୁର୍ନୀତି ଅଭିଯୋଗରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ଏବଂ ମାର୍ଚ୍ଚ ୨୧ରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପ୍‌ ରାଷ୍ଟ୍ରୀୟ ଆବାହକ କେଜ୍‌ରିଓ୍ବାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଦୁଇ ନେତା ଜେଲ୍‌ରେ ଅଛନ୍ତି। ଏହି ଗିରଫଦାରି ପ୍ରତିବାଦରେ ଇଣ୍ଡିଆନ୍‌ ନ୍ୟାଶନାଲ ଡେମୋକ୍ରାଟିକ୍‌ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ପକ୍ଷରୁ ଝାଡ଼ଖଣ୍ଡର ରାଞ୍ଚତ୍ରେ ରବିବାର ଏକ ବିଶାଳ ରାଲିର ଆୟୋଜନ କରାଯାଇଛି। ଆଦିବାସୀଙ୍କ ଅଧିକାର ପାଇଁ ବ୍ରିଟିଶ ବିରୋଧରେ ବିର୍ସା ମୁଣ୍ଡାଙ୍କ ଲଢ଼େଇ ଶୈଳୀରେ ଏହାକୁ ‘ଉଲ୍‌ଗୁଲାନ୍‌ ନ୍ୟାୟ ମହାରାଲି’ ନାମ ଦିଆଯାଇଛି। ଉକ୍ତ ସଭାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ଆପ୍‌ର ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌, ସମାଜବାଦୀ ପାର୍ଟି (ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ, ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପେଇ ସୋରେନ୍‌ ପ୍ରମୁଖ ଯୋଗଦେଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ସଭାକୁ ସମ୍ବୋଧିତ କରି କହିଛନ୍ତି, ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର କେଜ୍‌ରିଓ୍ବାଲ ଓ ସୋରେନ୍‌ଙ୍କୁ ଆତଙ୍କିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ହେମନ୍ତଙ୍କୁ ଇଣ୍ଡିଆ ବ୍ଲକ୍‌ରୁ ଅଲଗା କରିବା ପାଇଁ ଜେଲକୁ ପଠାଇଛନ୍ତି। ସୋରେନ୍‌ କେନ୍ଦ୍ର ଆଗରେ ମୁଣ୍ଡ ନୁଅଁାଇବା ପରିବର୍ତ୍ତେ ଜେଲ ଯିବାକୁ ଉଚିତ ମଣିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ନୂଆ ସଂସଦ ଭବନ ଉଦ୍‌ଘାଟନ ଉତ୍ସବକୁ ନିମନ୍ତ୍ରଣ ନ କରି ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ଭାଜପା ଆଦିବାସୀମାନଙ୍କୁ ଅସ୍ପୃଶ୍ୟ ମନେକରିଥାଏ। ଆଦୀବାସୀଙ୍କୁ ଏପରି ଆତଙ୍କିତ କରିବା ଜାରି ରଖିଲେ ଶାସକ ଦଳ ସଫା ହୋଇଯିବ। ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପା ୧୫୦ରୁ ୧୮୦ ଆସନରେ ସୀମିତ ହୋଇଯିବ ବୋଲି ଖାର୍ଗେ ଚେତାବନୀ ଦେଇଛନ୍ତି।
ପ୍ରଭାତ ତାରା ପଡ଼ିଆରେ ଆୟୋଜିତ ଏହି ରାଲିରେ ମୋଟ ୨୮ ରାଜନୈତିକ ଦଳର ନେତାମାନେ ସାମିଲ ହୋଇଥିବା କୁହାଯାଉଛି। ମଞ୍ଚରେ କେଜ୍‌ରିଓ୍ବାଲ ଓ ସୋରେନ୍‌ଙ୍କ ପାଇଁ ଦୁଇଟି ଖାଲି ଚେୟାର ରଖାଯାଇଥିଲା। କେଜ୍‌ରିଓ୍ବାଲଙ୍କ ସ୍ତ୍ରୀ ସୁନୀତା କେଜ୍‌ରିଓ୍ବାଲ ଏବଂ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନା ସୋରେନ୍‌ ମଞ୍ଚାସୀନ ଥିବାରୁ ଉଭୟେ ଆଗକୁ ବଡ଼ ରାଜନୈତିକ ଭୂମିକା ନେବାକୁ ଯାଉଛନ୍ତି ବୋଲି ଏହାକୁ ସନ୍ଦେଶ ରୂପେ ଦେଖାଯାଉଛି।
ସୁନୀତା ନିଜ ଭାଷଣରେ ଭାଜପା ଉପରେ ପ୍ରବଳ ବର୍ଷିଛନ୍ତି। ସେ କହିଛନ୍ତି, କେଜ୍‌ରିଓ୍ବାଲଙ୍କୁ ତିହାର ଜେଲରେ ହତ୍ୟା କରିବା ପାଇଁ ଭାଜପା ଷଡ଼ଯନ୍ତ୍ର କରୁଛି। ତାଙ୍କ ଖାଦ୍ୟ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି। ୧୨ ବର୍ଷ ହେଲା ମଧୁମେହ ରୋଗରେ ପୀଡ଼ିତ ଥିବା କେଜ୍‌ରିଓ୍ବାଲଙ୍କୁ ଜେଲରେ ଇନ୍‌ସୁଲିନ୍‌ ନେବାକୁ ଦିଆଯାଉ ନାହିଁ। ଦିଲ୍ଲୀବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜ ଜୀବନକୁ ବାଜି ଲଗାଇଦେଇଥିବା ସୁନୀତା କହିଛନ୍ତି। ସେହିପରି କଳ୍ପନା ସୋରେନ୍‌ ମଧ୍ୟ କେନ୍ଦ୍ର ବିରୋଧରେ ସାଂଘାତିକ ଅଭିଯୋଗ ଆଣି କହିଛନ୍ତି, ଲୋକ ସଭା ନିର୍ବାଚନ ପୂର୍ବରୁ ବିରୋଧୀ ଶାସିତ ରାଜ୍ୟଗୁଡ଼ିକରେ ସରକାରଙ୍କ ପତନ ଘଟାଇବା ପାଇଁ ଭାଜପା ଉଦ୍ୟମ କରିଛି। କିନ୍ତୁ ଗଣତନ୍ତ୍ରକୁ ଧ୍ୱସ୍ତବିଧ୍ୱସ୍ତ ହେବାକୁ ଦିଆଯିବ ନାହିଁ। ଏହି ଅବସରରେ ସେ ହେମନ୍ତ ଜେଲରୁ ପଠାଇଥିବା ଚିଠିକୁ ପଢ଼ି ଶୁଣାଇଥିଲେ। ବିରୋଧୀଙ୍କ ସ୍ବରକୁ ଚପାଇଦେବା ପାଇଁ ଇଡି ଏବଂ ସିବିଆଇ ଭଳି କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ କରାଯାଉଛି। ତେବେ ଏଭଳି ଶକ୍ତିଗୁଡ଼ିକୁ ଝାଡ଼ଖଣ୍ଡରୁ ବାହାର କରିଦିଆଯିବ। ପ୍ରକାଶ ଯେ, ମେ’ ୨୦ରେ ଗଣ୍ଡେ ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ କଳ୍ପନା ଲଢ଼ିପାରନ୍ତି। ଅନ୍ୟପକ୍ଷେ ଏହି ସଭାରେ ବିରୋଧୀ ମେଣ୍ଟ ସହଯୋଗୀ ଦଳଗୁଡ଼ିକର କର୍ମୀମାନେ ପରସ୍ପର ଉପରକୁ ଚେୟାର ଫିଙ୍ଗୁଥିବା ଦେଖିବାକୁ ମିଳିଛି। ଭାଜପା ଏହାକୁ ‘ଜଙ୍ଗଲରାଜ’ ବୋଲି ସମାଲୋଚନା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri