କରୋନା ହାର୍ଟ ଆଟାକ ମଧ୍ୟରେ ଅଛି କି ସମ୍ପର୍କ: ୨-୩ ମାସରେ ଆସିବ ରିପୋର୍ଟ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ …

ନୂଆଦିଲ୍ଲୀ,୪।୪ : କୋଭିଡ ଏବଂ ହୃଦଘାତ ମଧ୍ୟରେ କୌଣସି ସମ୍ପର୍କ ଅଛି କି? କରୋନା ଅବଧି ପରେ, ଏହି ପ୍ରଶ୍ନ ଅନେକ ଲୋକଙ୍କ ମନରେ ଅଛି। ଏହି ପ୍ରଶ୍ନର ଉତ୍ତର ଦେଶର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ନ୍ୟୁଜ ଏଜେନ୍ସି ସହ ସାକ୍ଷାତକାର ସମୟରେ ଦେଇଛନ୍ତି। ସେ କହିଛନ୍ତି, ସରକାର ଅନୁସନ୍ଧାନ କରୁଛନ୍ତି। ୨-୩ ମାସ ମଧ୍ୟରେ ଏହି ରିପୋର୍ଟ ଆସିବ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି କୋଭିଡ ଏକ ଭୂତାଣୁ ଯାହା ବଦଳିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ ୨୧୪ ପ୍ରକାର ଭାରିଆଣ୍ଟ ଦେଖିବାକୁ ମିଳିଛି। ଆଇସିୟୁ ଶଯ୍ୟା, ଅମ୍ଳଜାନ ଯୋଗାଣ ଏବଂ ଅନ୍ୟାନ୍ୟ ଗୁରୁତର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। କରୋନା ସହିତ ମୁକାବିଲା ପାଇଁ ସାପ୍ତାହିକ ପ୍ରସ୍ତୁତିର ସମୀକ୍ଷା କରାଯାଉଛି।

ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ କରୋନା କିପରି ବ୍ୟବହାର କରିବ ତାହା ପୂର୍ବାନୁମାନ କରିବା ଅସମ୍ଭବ, କିନ୍ତୁ ନୂତନ ମାମଲାରେ ଏହା ସୃଷ୍ଟି କରୁଥିବା ସବ୍‌-ଭାରିଆଣ୍ଟଗୁଡିକ ସେତେଟା ବିପଜ୍ଜନକ ନୁହେଁ।

ଆମେ ଅନେକ ଯୁବ କଳାକାର, ଆଥଲେଟ, କ୍ରୀଡ଼ାବିତଙ୍କୁ ଦେଖିଥିଲୁ, ସେମାନେ ନିଜ କାର୍ଯ୍ୟ କରିବା ସମୟରେ ମରିଥିଲେ। ଆମେ ସମସ୍ତେ ଏହା ଦେଖିଥିଲୁ ଏବଂ ଅନେକ ସ୍ଥାନରୁ ରିପୋର୍ଟ ଆସିବା ଆରମ୍ଭ ହୋଇଥିଲା। ତେଣୁ କରୋନା ଏବଂ ହାର୍ଟ ଆଟାକ୍‌ ମଧ୍ୟରେ ସମ୍ପର୍କ ଅଛି କି ନାହିଁ ତାହା ଅନୁସନ୍ଧାନ କରିବା ଆବଶ୍ୟକ।

କରୋନା ମହାମାରୀର ଚତୁର୍ଥ ଲହର ଉପରେ ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ସତର୍କ ରହିବା ଆବଶ୍ୟକ। ପୂର୍ବ କୋଭିଡ ମ୍ୟୁଟେଶନ ହେଉଛି ଓମିକ୍ରନ ର ବିଏଫ.୭ ସବ-ଭାରିଆଣ୍ଟ ଏବଂ ବର୍ତ୍ତମାନ ଏକ୍ୱବିବି୧.୧୬ ସବ-ଭାରିଆଣ୍ଟ ସଂକ୍ରମଣରେ ସ୍ପାଇକ ସୃଷ୍ଟି କରୁଛି। ତେବେ ସବ-ଭାରିଆଣ୍ଟ ବିପଜ୍ଜନକ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ପ୍ରଚେଷ୍ଟା ୧୦ ମିନିଟରେ ଧ୍ଵଂସ, ବନ୍ୟପ୍ରାଣୀଙ୍କ ପାଇଁ ଚାଷ କାର୍ଯ୍ୟରୁ ମନ ଫେରାଉଛନ୍ତି ଚାଷୀ

ଭଞ୍ଜନଗର,୮।୨(ବାବୁଲା ପ୍ରଧାନ): ଦେଶରେ ହୁ ହୁ ହୋଇ ଜନସଂଖ୍ୟା ବଢ଼ିବାରେ ଲାଗିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ଲୋକେ ବଞ୍ଚିବା ପାଇଁ ବିଭିନ୍ନ ଆବଶ୍ୟକତା ବଢୁଛି ।…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ମୁହଁ ଖୋଲିଲେ ବିକ୍ରମ ପଣ୍ଡା, ମୁଁ ନିର୍ଦ୍ଦୋଷ….

ବ୍ରହ୍ମପୁର,୮।୨: ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ମୁହଁ ଖୋଲିଛନ୍ତି । ମୁଁ ଦୋଷୀ ନୁହେଁ ମୋତେ ଫସାଇ…

ପାକିସ୍ତାନ ନୁହେଁ ଏହି ଟିମ ସହ ପରବର୍ତ୍ତି ମ୍ୟାଚ ଖେଳିବ ଭାରତ, ଜାଣନ୍ତୁ କେବେ ହେବ ମୁହାଁମୁହିଁ

ନୂଆଦିଲ୍ଲୀ,୮।୨: ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଏକ ଦମଦାର ବିଜୟ ସହିତ ଆରମ୍ଭ କରିଥିଲା। ପ୍ରଥମ ମ୍ୟାଚରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଚମକି ଉଠିଥିଲା,…

୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍, ୨୭ଜଣ ବସିଥିବା ବେଳେ….

ମୋହନା,୮।୨( ମନ୍ମଥ ମିଶ୍ର ): ଭାରସାମ୍ୟ ହରାଇ ୧୨ ଫୁଟ୍ ତଳକୁ ଖସିଲା ଟାଟା ମେଜିକ୍ । ତେବେ ଦୁର୍ଘଟଣାରେ ୨୦ଜଣ ଆହାତ ହୋଇଥିବା ବେଳେ ସେମାନଙ୍କ…

ସେମିକଣ୍ଡକ୍ଟରରୁ ଡିଜିଟାଲ ପେମେଣ୍ଟ ପୁଣି AI ପର୍ଯ୍ୟନ୍ତ… ଭାରତ-ମାଲେସିଆ ମଧ୍ୟରେ ସ୍ବାକ୍ଷରିତ ହେଲା ୬ଟି ପ୍ରମୁଖ ଚୁକ୍ତି

କୁଆଲାଲମ୍ପୁର,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ଉପସ୍ଥିତିରେ ଭାରତ ଏବଂ ମାଲେସିଆ ମଧ୍ୟରେ ଛଅଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଛି। କୁଆଲାଲମ୍ପୁରରେ…

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ମୃତ୍ୟୁ

ଢାକା,୮।୨: ବାଂଲାଦେଶରେ ହିନ୍ଦୁ ମୃତ୍ୟୁ ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମ୍ପର୍କରେ, ରବିବାର, ଫେବୃଆରୀ ୮ରେ ଏକ ପ୍ରମୁଖ ଖବର ପ୍ରକାଶିତ ହୋଇଛି। ରିପୋର୍ଟ ଅନୁଯାୟୀ,…

ବିଶ୍ୱଜିତ କଂଗ୍ରେସରେ ଯୋଗ ଦେବା ପରେ ଅସନ୍ତୋଷ ଝାଡ଼ିଲେ ସୋଫିଆ, କହିଲେ ଆମକୁ…

ଭୁବନେଶ୍ୱର,୮ା୨: କଂଗ୍ରେସରେ କଟକର ବିଜେଡି ନେତା ବିଶ୍ୱଜିତ ମହାନ୍ତି ଯୋଗଦେବା ପ୍ରସଙ୍ଗରେ ସୋଫିଆ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଅବଗତ କରାଯାଇନାହିଁ। କଟକର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri