ଭୁବନେଶ୍ୱର,୧୬।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୭୮ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୭୯୨ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧ ଲକ୍ଷ ୬୨ ହଜାର ୯୨୦ ଜଣରେ ପହଞ୍ଚିଛି। ବୁଧବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୮୭୬ ଜଣ ଥିବା ଜଣାପଡିଛି। ସେହିପରି କଟକ ୩୭୪, ମୟୁରଭଞ୍ଜ ୧୩୧, ବରଗଡ ୧୮୩, ଭଦ୍ରକ ୫୫, ବାଲେଶ୍ୱର ୧୫୦, ଯାଜପୁର ୧୬୨, ରାୟଗଡାରୁ ୮୦, ନବରଙ୍ଗପୁର ୮୬, କେନ୍ଦ୍ରାପଡା ୯୯, କୋରାପୁଟ ୮୩, ଜଗତସିଂହପୁର ୧୮୮, ଢେଙ୍କାନାଳରୁ ୬୩ ଜଣ, ଝାରସୁଗୁଡା ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।