CORONAVIRUS UPDATE: ସୁସ୍ଥ ହେଲେ ଆଉ ୭୨ ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୨,୩୫୪କୁ ବୃଦ୍ଧି

ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଆଉ ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୧୭ଜଣ ରହିଛନ୍ତି। ସେହିଭଳି ସୋନପୁରରୁ ୯, ଜଗତସିଂହପୁରରୁ ୬, କଟକ-କଳାହାଣ୍ଡି-ସୁନ୍ଦରଗଡ଼ରୁ ୫, ବାଲେଶ୍ୱର-ମୟୂରଭଞ୍ଜରୁ ୪, ଖୋର୍ଦ୍ଧା-କନ୍ଧମାଳ-ସମ୍ବଲପୁରରୁ ୩ ଲେଖାଏ ଏବଂ ଝାରସୁଗୁଡ଼ାରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟ ସଂଖ୍ୟା ୨୩୫୪ରେ ପହଞ୍ଚିଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଅପରାହ୍ନରେ ଟୁଇଟ୍‌ କରି ସୂଚନା ଦିଆଯାଇଛି।
Another 72 #Covid19 patients have recovered and are being discharged on 11.6.2020.

ପ୍ରକାଶ ଯେ, ଆଜି ୧୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଛି।

Share