CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୭୩ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟ ସଂଖ୍ୟା ୩ ହଜାର ଟପିଲା

ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ ପୁଣି ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୁଧବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଆରୋଗ୍ୟ ଲାଭ କରିଥିବା କୋଭିଡ ସଂକ୍ରମିତଙ୍କ ମଧ୍ୟରେ କନ୍ଧମାଳର ସର୍ବାଧିକ ୧୪ ରହିଛନ୍ତି। ଏହାଛଡ଼ା କେନ୍ଦୁଝରର ୧୧, ଖୋର୍ଦ୍ଧାର ୧୦, ଭଦ୍ରକର ୯, ଯାଜପୁରର ୭, ମୟୂରଭଞ୍ଜର ୬, ଗଞ୍ଜାମର ୪, କଟକର ୩, ବାଲେଶ୍ୱର-ଜଗତସିଂହପୁର-ଝାରସୁଗୁଡ଼ାର ୨ ଲେଖାଏ ଏବଂ କଳାହାଣ୍ଡିର ଜଣେ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩, ୦୪୭କୁ ବୃଦ୍ଧି ପାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।

ପ୍ରକାଶ ଯେ, ସକାଳେ ୧୭୫ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮ ହୋଇଛି।

Share