CORONAVIRUS UPDATE: ରାଜ୍ୟରେ ପୁଣି ୧୭୯ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଞ୍ଚିଲା

ଭୁବନେଶ୍ୱର, ୨୦।୬(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୧୭୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୫୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ କ୍ୱାରାଣ୍ଟାଇଈନ ସେଣ୍ଟରରୁ ଚିହ୍ନଟ ହୋଇଥଇବା ବେଳେ ୨୯ ଲୋକାଲ କେସ୍‌ ରହିଛି।
ନୂଆ ୧୭୯ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୨୭, କେନ୍ଦୁଝର ୧୮, କଟକ ୧୫, ମୟୂରଭଞ୍ଜ ୧୦, ଅନୁଗୋଳ ୬, ଭଦ୍ରକ, ରାୟଗଡ଼ା ଓ କେନ୍ଦ୍ରାପଡ଼ାରୁ ୫ଜଣ ଲେଖାଏ, ଜଗତ୍‌ସିଂହପୁର ୪, ଯାଜପୁର ୩, ବରଗଡ଼ ଓ ମାଲକାନଗିରିରୁ ୨ ଜଣ ଲେଖାଏ, ଦେବଗଡ଼ ଓ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବାତ୍ୟା ‘ଅମ୍ଫନ’ ଉଦ୍ଧାର କାର୍ଯ୍ୟ ସାରି କୋଲକାତାରୁ ଫେରିଥିବା ଆଉ ୧୮ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୪,୮୫୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧,୫୪୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୩,୨୯୭ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା...

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର...

ଡରାଇଲାଣି କରୋନାର ନୂଆ ଭାରିଏଣ୍ଟ ଜେଏନ.୧, ୧୦୦୦ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ,୧୨।୧: ସମଗ୍ର ଦେଶରେ କରୋନାଙ୍କର ବିପଦ ବଢିବାରେ ଲାଗିଛ। ନୂତନ ଭାରିଆଣ୍ଟ JN.1 ର ମାମଲା ବଢିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଶୁକ୍ରବାର ସମଗ୍ର...

ଦକ୍ଷିଣ ପରେ ଏବେ ଉତ୍ତର ଭାରତ ମୁହାଁ କରୋନାର ନୂଆ ଭାରିଏଣ୍ଟ, ବିଶେଷଜ୍ଞ କହିଲେ ସମସ୍ତେ ହୋଇ ଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ,୧୧।୧: ଏବେ ସାରା ବିଶ୍ୱରେ କରୋନା ସଂକମ୍ରମଣ ବଢିବାରେ ଲାଗିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୨୩ରେ ଓମିକ୍ରନର ନୂତନ ସବ-ଭାରିଆଣ୍ଟ...

ପୁଣି କରୋନା ଆତଙ୍କ: ୨୪ ଘଣ୍ଟାରେ ୫ ମୃତ, ସକ୍ରିୟ ମାମଲା ୪୦୦୦ ଟପିଲା…

ନୂଆଦିଲ୍ଲୀ,୭।୧ : କରୋନା ମହାମାରୀ ପୁଣି ଥରେ ଦେଶରେ ଆତଙ୍କ ସୃଷ୍ଟି କରୁଛି। ଏହାର ଆକ୍ରାନ୍ତ ହେଉଥିବା ଲୋକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟୁଛି। ସ୍ବାସ୍ଥ୍ୟ...

ଛତୁ ଖାଇଲେ ହେବନି କରୋନା ସଂକ୍ରମଣ…

ମେଲବୋର୍ନ,୪।୧ : ଛତୁ ଏକ ପୁଷ୍ଟିକର ଖାଦ୍ୟ ସହିତ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଏବଂ ଶରୀରକୁ...

ଦେଶରେ ୧୯୬ ଜେଏନ୍‌.୧ ମାମଲା

ନୂଆଦିଲ୍ଲୀ,୨।୧(ପି.ଟି.): ଭାରତରେ ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ର ସବ୍‌ଭାରିଆଣ୍ଟ ଜେଏନ୍‌.୧ ସଂକ୍ରମଣ ୧୯୬ରେ ପହଞ୍ଚତ୍ଛି। ଆଇଏନ୍‌ଏସ୍‌ଏସିଓଜି ତଥ୍ୟରୁ ଏହା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ଦେଶର ୧୦ଟି...

୨୦ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧ା୧: ରାଜ୍ୟରେ ସୋମବାର ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ଆକ୍ରାନ୍ତଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri