କରୋନା ଭାଇରସ୍‌: ଆରମ୍ଭରୁ ଏ ଯାଏ

କରୋନା ଭାଇରସ୍‌ର ଇତିହାସ ଯେତିକି ରହସ୍ୟମୟ, ସେତିକି ପ୍ରଶ୍ନବାଚୀ। ଏହି ଭାଇରସ୍‌ ପ୍ରଥମେ ୧୯୩୦ ମସିହାର ଆବିଷ୍କୃତ ହୁଏ। ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକାର ନର୍ଥ ଡାକୋଟାଠାରେ କୁକୁଡ଼ାଛୁଆଙ୍କଠାରେ ଏକ ଭୟଙ୍କର ଶ୍ବାସନଳୀ ସଂକ୍ରମଣଜନିତ ରୋଗ ଲକ୍ଷ୍ୟ କରାଯାଇଥିଲା I ଏହା ଏକ ଇନଫେକ୍ଟିଅସ୍‌ ବ୍ରୋଙ୍କାଇଟିସ୍‌ ଭାଇରସ୍‌ ନାମକ ଭୂତାଣୁ ଦ୍ବାରା ବ୍ୟାପୁଥିବାର ଜଣାପଡ଼ିଲା। ଏହାଦ୍ବାରା ସଂକ୍ରମିତ କୁକୁଡ଼ାଗୁଡ଼ିକଠାରେ ଅଣନିଃଶ୍ୱାସୀ ତଥା ଘୁମାଇବା ଆଦି ଲକ୍ଷଣ ପ୍ରକାଶ ପାଇଥିଲା। ଏହି ରୋଗରେ ୪୦ରୁ ୯୦ ପ୍ରତିଶତ କୁକୁଡ଼ା ମରିଯାଉଥିଲେ। ଏହାର ଏକ ବର୍ଷ ପରେ, ଅର୍ଥାତ ୧୯୩୧ ମସିହାରେ, ଆର୍ଥର ସଲକ୍‌ ଏବଂ ଏମ୍‌. ସି. ହନ୍‌ ନାମକ ଦୁଇଜଣ ବୈଜ୍ଞାନିକ ଏ କ୍ଷେତ୍ରରେ ଅଧ୍ୟୟନ କରି ଏହାକୁ ଏକ ନୂଆ ବ୍ୟାଧି ରୂପେ ଅଭିହିତ କରନ୍ତି। ଏହାର ୬ ବର୍ଷ ପରେ ଆଉ ଦୁଇଜଣ ବୈଜ୍ଞାନିକ ଫ୍ରେଡ ବିଉଡେତ ଏବଂ ଚାର୍ଲସ୍‌ ହଡସନ୍‌ ଏହି ବ୍ରୋଙ୍କାଇଟିସ୍‌ ଭାଇରସ୍‌କୁ ଏବଂ ଟ୍ରାନ୍ସମିସିବୁଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରିଟିସ୍‌ ଭାଇରସ୍‌ ମଧ୍ୟ ପୃଥକୀକରଣ କରି ଗବେଷଣାଗାରରେ ପରିବର୍ଦ୍ଧନ କରିଥିଲେ। ୧୯୪୦ ଦଶକରେ ଆଉ ଦୁଇଟି କରୋନା ଭାଇରସ୍‌ର କିସମ ଯଥା ମାଉସ୍‌ ହେପାଟାଇଟିସ୍‌ ଭାଇରସ୍‌ ଏବଂ ଟ୍ରାନ୍ସମିସିବୁଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରିଟିସ୍‌ ଭାଇରସ୍‌କୁ ମଧ୍ୟ ପୃଥକୀକରଣ କରାଗଲା।
୧୯୬୦ ମସିହାରେ ମନୁଷ୍ୟକୁ ସଂକ୍ରମିତ କରୁଥିବା କରୋନା ଭାଇରସ୍‌ ଆବିଷ୍କୃତ ହୋଇଥିଲା। ଏହାକୁ ବ୍ରିଟେନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଦୁଇଟି ଅଲଗା ଅଲଗା ପଦ୍ଧତି ବ୍ୟବହାର କରି ପୃଥକୀକରଣ କରାଯାଇଥିଲା। ବ୍ରିଟିଶ ମେଡିକାଲ ରିସର୍ଚ୍ଚ କାଉନ୍‌ସିଲର ସାଧାରଣ ଥଣ୍ଡା ରୋଗ ବିଭାଗରେ କାର୍ଯ୍ୟରତ ତିନିଜଣ ବୈଜ୍ଞାନିକ ଯଥା ଇ.ସି. କେଣ୍ଡାଲ, ମାଲକୋନ୍‌ ବାୟୋନ୍‌ ଓ ଡେଭିଡ୍‌ ଟିରେଲ୍‌ ଜଣେ ବାଳକର ଶରୀରରୁ B୮୧୪ ନାମକ ଏକ ନଭେଲ କରୋନା ଭାଇରସ୍‌ର ସନ୍ଧାନ ପାଇଥିଲେ। ମାତ୍ର ପ୍ରାଥମିକ ପର୍ଯ୍ୟାୟରେ ଏହି ଭାଇରସ୍‌କୁ ସେ ସମୟରେ ଜଣାଥିବା ଅନ୍ୟ ଥଣ୍ଡା ଭାଇରସ୍‌ ଯଥା ଆଡେନୋଭାଇରସ୍‌, ରାଇନୋଭାଇରସ୍‌ ଭଳି ଗବେଷଣାଗାରରେ ପରିବର୍ଦ୍ଧନ କରିବା ସମ୍ଭବପର ହୋଇ ନ ଥିଲା।
ପରବର୍ତ୍ତୀ ୧୯୬୫ ମସିହାରେ, ସେମାନେ ମନୁଷ୍ୟର ଶ୍ବାସନଳୀରେ ଉପଲବ୍ଧ ପୋଷକତତ୍ତ୍ବକୁ ବ୍ୟବହାର କରି ଏହି ଭାଇରସ୍‌କୁ ସଫଳତାର ସହ ଗବେଷଣାଗାରରେ ପରିବର୍ଦ୍ଧନ କରିପାରିଲେ। ଏହି ଭାଇରସ୍‌କୁ ସ୍ବେଚ୍ଛାସେବୀମାନଙ୍କଠାରେ ପ୍ରୟୋଗ କରାଯିବାରୁ ତାହା ଥଣ୍ଡା, ସର୍ଦ୍ଦି ଭଳି ସାଧାରଣ ଲକ୍ଷଣ ସୃଷ୍ଟି କରୁଥିବାର ଏବଂ ଏହାକୁ ଇଥର ପ୍ରୟୋଗ ଦ୍ବାରା ନିଷ୍କ୍ରିୟ କରାଯାଇ ପାରୁଥିବାର ଲକ୍ଷ୍ୟ କରାଗଲା। ଫଳରେ ଏହି ଭାଇରସର ଲିପିଡରେ ଗଢ଼ା ଏକ ଖୋଳପା ରହିଥିବାର ଜଣାପଡ଼ିଲା। ସେହି ସମୟରେ ଆମେରିକାର ଚିକାଗୋ ବିଶ୍ବବିଦ୍ୟାଳୟର ଦୁଇଜଣ ବୈଜ୍ଞାନିକ ଯଥା ଡୋରୋଥି ହାମରିଣ୍ଡ ଏବଂ ଜନ୍‌ ପ୍ରୋକନୋ ଜଣେ ଡାକ୍ତରୀ ଛାତ୍ରଙ୍କ ଶରୀରରୁ ୨୨୯E ନାମକ ଏକ ନଭେଲ କରୋନା ଭାଇରସ୍‌ର କିସମ ସନ୍ଧାନ କରି ତାହାକୁ ମନୁଷ୍ୟର ବୃକ୍‌କ ଟିସୁରେ ମିଳୁଥିବା ପୋଷକତତ୍ତ୍ବ ମାଧ୍ୟମରେ ରଖି ପରିବର୍ଦ୍ଧନ କରିବାରେ ସକ୍ଷମ ହୋଇଥିଲେ। ଏହା ପୂର୍ବ ଭାଇରସ୍‌ ଭଳି ମନୁଷ୍ୟ ଶରୀରରେ ସାଧାରଣ ଥଣ୍ଡା ରୋଗ ସୃଷ୍ଟି କରୁଥିବାର ତଥା ଇଥର ପ୍ରୟୋଗ ଦ୍ବାରା ନିଷ୍କ୍ରିୟ ପାଲଟି ଯାଉଥିବାର ଲକ୍ଷ୍ୟ କରାଗଲା।
କରୋନା ଭାଇରସ୍‌ର ଏହି ଦୁଇଟି କିସମ ଯଥା B୮୧୪ and ୨୨୯E କୁ ପରବର୍ତ୍ତୀ ୧୯୬୭ ମସିହାରେ ସ୍କଟଲାଣ୍ଡର ଜଣେ ଭୂତାଣୁବିଜ୍ଞାନୀ ଜୁନ୍‌ ଆଲମିଡାଙ୍କ ଦ୍ବାରା ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲରେ ଇଲେକ୍ଟ୍ରନ୍‌ ମାଇକ୍ରୋସ୍କୋପ ଯନ୍ତ୍ର ଜରିଆରେ ପ୍ରତିଛବି ସୃଷ୍ଟି କରାଗଲା। ଏହି ଇଲେକ୍ଟ୍ରନ୍‌ ପ୍ରତିଛବିକୁ ଆଧାର କରି ଆଲମିଡା ଦର୍ଶାଇଲେ ଯେ, ଏହି ଭାଇରସ୍‌ଦ୍ବୟଙ୍କ ବାହାର ପୃଷ୍ଠରେ କଣ୍ଟା ସଦୃଶ ଅଙ୍ଗମାନ ଅଛି। ସେ ମଧ୍ୟ ଏହି ଦୁଇ ଭାଇରସ୍‌ଙ୍କ ମଧ୍ୟରେ ଆହୁରି ଅନେକ ସାମଞ୍ଜସ୍ୟତା ଦର୍ଶାଇଲେ। ଏହି ଦୁଇ ଭାଇରସ୍‌ଙ୍କ ଶାରୀରିକ ଗଠନ ଦୃଷ୍ଟିକୋଣରୁ ବ୍ରୋଙ୍କାଇଟିସ୍‌ ଭାଇରସ୍‌ ସହିତ ସମାନତା ରହିଥିବାର ଜଣାପଡ଼ିଲା I
ସେହି ବର୍ଷ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥର ଦଳେ ଗବେଷକ ଅର୍ଗାନ କଲଚର ପଦ୍ଧତି ବ୍ୟବହାର କରି ଆଉ ଗୋଟିଏ ନୂତନ କିସମ ଭାଇରସ୍‌ OC୪୩ ର ସନ୍ଧାନ ପାଇଲେ। ପୂର୍ବୋକ୍ତ ତିନି ଭାଇରସ୍‌ ଯଥା B୮୧୪, ୨୨୯E ଏବଂ IBV ଭଳି OC୪୩ ଭାଇରସ୍‌ର ଶରୀରର ବାହାର ପୃଷ୍ଠରେ କଣ୍ଟା ସଦୃଶ ଅଙ୍ଗମାନ ରହିଥିବାର ଇଲେକ୍ଟ୍ରନ୍‌ ମାଇକ୍ରୋସ୍କୋପ୍‌ ଯନ୍ତ୍ରରେ ଲକ୍ଷ୍ୟ କରାଗଲା।
IBV ସଦୃଶ ଏହି ଭାଇରସ୍‌ ସବୁ ମୂଷା ଶରୀରରେ ହେପାଟାଇଟିସ୍‌ ରୋଗ ସୃଷ୍ଟି କରୁଥିବା ଭାଇରସ୍‌ ସହିତ ବାହ୍ୟ ଗଠନ ଦୃଷ୍ଟିରୁ ସମାନ ହୋଇଥିବା ଜଣା ପଡ଼ିଲା। ଏ ସବୁର ପୃଷ୍ଠରେ ସୂର୍ଯ୍ୟର ବାହାର ପୃଷ୍ଠ ସଦୃଶ କଣ୍ଟା ଭଳି ଅଙ୍ଗମାନ ଥିବାରୁ ଏଗୁଡ଼ିକୁ କରୋନା ଭାଇରସ୍‌ କୁହାଗଲା। ପରବର୍ତ୍ତୀ ଦଶକରେ ମନୁଷ୍ୟକୁ ସଂକ୍ରମଣ କରୁଥିବା ଦୁଇ କରୋନା ଭାଇରସ୍‌ କିସମ ଯଥା ୨୨୯E ଏବଂ OC୪୩ କୁ ଗବେଷଣାଗାରରେ କ୍ରମାଗତ ଅଧ୍ୟୟନ କରାଗଲା। ଦୁର୍ଭାଗ୍ୟକ୍ରମେ ଏକ କରୋନା ଭାଇରସ୍‌ କିସମ ଯଥା B୮୧୪ ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହା ଏବେକାର କେଉଁ କରୋନା ଭାଇରସ୍‌ ରୂପକୁ ବିବର୍ତ୍ତିତ ହୋଇଛି ତାହା ଠିକ୍‌ ଭାବେ ଜଣାନାହିଁ। ପରବର୍ତ୍ତୀ ସମୟରେ ଅନ୍ୟ କରୋନା ଭାଇରସ୍‌ କିସମ ଯଥା- SARS-CoV (୨୦୦୩), HCoV NL୬୩ (୨୦୦୪), HCoV HKU୧ (୨୦୦୫) ଏବଂ MERS-CoV (୨୦୧୨) ଆବିଷ୍କୃତ ହୋଇଛନ୍ତି। ସେହିପରି, ୧୯୬୦ ମସିହା ପରଠାରୁ ଜୀବଜନ୍ତୁଙ୍କୁ ସଂକ୍ରମିତ କରୁଥିବା ଅନେକ କରୋନା ଭାଇରସ୍‌ର କିସମ ଆବିଷ୍କୃତ ହୋଇଛି।
ଏବେକାର କରୋନା ଭାଇରସ୍‌ର ପ୍ରକୃତ ନାମ SARS-CoV-୨। ଏହା ଗତ ୨୦୧୯ ମସିହା ଡିସେମ୍ବର ମାସରେ ଚାଇନାର ଉହାନ୍‌ ସହରରୁ ଆବିଷ୍କୃତ ହୋଇଛି। ଏହା ମୁଖ୍ୟତଃ ଆର୍‌.ଏନ୍‌.ଏ. (କ୍ଷେତ୍ରରେ SARS, MERS ଓ COVID-୧୯ ଭଳି ରୋଗମାନ ଉତ୍ପନ୍ନ କରାଇଥାଏ। ଅନ୍ୟ ଜୀବଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ଲକ୍ଷଣ ପ୍ରକାଶିତ ହୋଇଥାଏ: ଯେପରି କୁକୁଡ଼ାଛୁଆଙ୍କ କ୍ଷେତ୍ରରେ (RNA) ଗଢ଼ା, ଯାହା ସ୍ତନ୍ୟପାୟୀ ତଥା ପକ୍ଷୀଙ୍କଠାରେ ରୋଗ ସଂକ୍ରମଣ ସୃଷ୍ଟି କରିଥାଏ। ଏହି ଭାଇରସ୍‌ ମନୁଷ୍ୟ ଶରୀରର ଶ୍ବାସନଳୀରେ ସଂକ୍ରମଣ କରିଥାଏ, ଯାହା ସାମାନ୍ୟରୁ ମାରାତ୍ମକ ହୋଇପାରେ। ସାମାନ୍ୟ ସଂକ୍ରମଣରେ ଥଣ୍ଡା, ସର୍ଦ୍ଦି ଭଳି ଲକ୍ଷଣ ପ୍ରକାଶ ପାଉଥିଲାବେଳେ ମାରାତ୍ମକ ଉପର ଶ୍ବାସନଳୀ ସଂକ୍ରମଣ ପରିଲକ୍ଷିତ ହେଉଥିବାବେଳେ ଗୋରୁ ତଥା ଘୁଷୁରିଙ୍କଠାରେ ଡାଇରିଆ ଭଳି ଲକ୍ଷଣ ପ୍ରକାଶିତ ହୋଇଥାଏ। ଦୁର୍ଭାଗ୍ୟବଶତଃ, କରୋନା ଭାଇରସ୍‌ର ମୁକାବିଲା ନିମନ୍ତେ ଏପର୍ଯ୍ୟନ୍ତ କୌଣସି ସଫଳ ପ୍ରତିଷେଧକ ଟିକା କିମ୍ବା ଆଣ୍ଟି-ଭାଇରାଲ ଔଷଧ ବିକଶିତ ହୋଇପାରି ନାହିଁ।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri