Posted inଖେଳ

ଟୋକିଓ ଅଲିମ୍ପିକ୍ସ ଦ୍ୱାରା ବ୍ୟାପିପାରେ କରୋନା ଭାରିଆଣ୍ଟ୍ସ

ଟୋକିଓ, ୨୮ା୫(ଏପି)-ଟୋକିଓ ଅଲିମ୍ପିକ୍ସର ଆୟୋଜନ ଦ୍ୱାରା କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ସ ବ୍ୟାପିବା ଆଶଙ୍କା ରହିଛି। ଜାପାନ ଡାକ୍ତର ସଂଘର ପ୍ରତିନିଧିତ୍ୱ କରୁଥିବା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ନାଓତୋ ଉୟାମା ଏକଥା ପ୍ରକାଶ କରିଛନ୍ତି। ଦେଶରେ ଅଲିମ୍ପିକ୍ସ ଆୟୋଜନ ହେଲେ ଏଥିରେ ଭାଗନେବା ଲାଗି ୨୦୦ରୁ ଅଧିକ ଦେଶର ୧୫,୦୦୦ ଅଲିମ୍ପିକ ଓ ପାରାଅଲିମ୍ପିକ ଆଥଲେଟ୍‌ଙ୍କ ସମାଗମ ହେବ। ଏହାଛଡ଼ା ୧୦ହଜାର ଅଫିସିଆଲ, ଜଜ୍‌, ମିଡିଆ ଓ ବ୍ରଡ୍‌କାଷ୍ଟର ମଧ୍ୟ ଆସିବେ। ସେମାନଙ୍କ ପରାମର୍ଶକୁ ଜାପାନ ସରକାର ହେୟଜ୍ଞାନ କରୁଛନ୍ତି। ସରକାର ବଡ଼ ରିସ୍କ ନେଉଛନ୍ତି ବୋଲି ସେ କହିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଅଲିମ୍ପିକ ଆୟୋଜନ ଦ୍ୱାରା କ’ଣ ଘଟିବ ତାହା ପୂର୍ବାନୁମାନ କରିବା କଠିନ ବ୍ୟାପାର ବୋଲି ଉୟାମା କହିଛନ୍ତି। ଏଣେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ସ୍ଥାନୀୟ ଆୟୋଜକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପବ୍ଲିକ ହେଲ୍‌ଥ ଗାଇଡାନ୍ସ ଉପରେ ନିର୍ଭର କରୁଛନ୍ତି। ଅଲିମ୍ପିକ ଓ ପାରାଅଲିମ୍ପିକ୍ସ ସୁରକ୍ଷିତ ଓ ନିରାପଦ। ଏହି ସଂଗଠନ ବ୍ୟାପକ ଟେଷ୍ଟିଂ, କଡ଼ାକଡ଼ି ପ୍ରୋଟୋକଲ, ସାମାଜିକ ଦୂରତା ଏବଂ ବହୁ ସଂଖ୍ୟାରେ ଆଥ୍‌ଲେଟଙ୍କୁ ଟୋକିଓ ଉପକୂଳବର୍ତ୍ତୀ ଅଲିମ୍ପିକ ଭିଲେଜରେ ପୃଥକ୍‌ ପୃଥକ୍‌ ଭାବେ ରଖିବା ଉପରେ ଗୁରୁତ୍ୱାରୋପ କରୁଛି। ଭିଲେଜ୍‌ରେ ଅବସ୍ଥାନ କରୁଥିବା ୮୦ପ୍ରତିଶତରୁ ଊର୍ଦ୍ଧ୍ୱ ଲୋକଙ୍କର ଟିକାକରଣ ହେବ। ସେ ତୁଳନାରେ ଜାପାନରେ ଟିକାକରଣ ମନ୍ଥର ରହିଛି। ଦେଶରେ ୫% ଲୋକ ଟିକା ନେଇସାରିଛନ୍ତି। ଜାପାନର ଡାକ୍ତର ମହାସଂଘ ଅଲିମ୍ପିକ୍ସକୁ ବିରୋଧ କରୁଛି। ଏହାକୁ ବାତିଲ କରିବା ଲାଗି ସରକାରଙ୍କ ଉପରେ ଚାପ ପକାଉଛନ୍ତି। ଉୟାମା କହିଛନ୍ତି, ଅଲିମ୍ପିକ୍ସ ଆୟୋଜନ ଦ୍ୱାରା ବ୍ରିଟେନ, ବ୍ରାଜିଲ, ଭାରତ ଓ ଦକ୍ଷିଣ ଆଫ୍ରିକାରେ ଯେଉଁ ଷ୍ଟ୍ରେନ୍‌ର ଭାଇରସ ଦେଖାଯାଉଛିି ତାହା ହୁଏତ ଟୋକିଓକୁ ଆସିଯାଇପାରେ। ପିସିଆର ଟେଷ୍ଟିଂ ଓ ଟିକାକରଣ ଦ୍ୱାରା ସମ୍ପୂର୍ଣ୍ଣ ସୁରକ୍ଷିତ ମନେକରିବା ଠିକ୍‌ ନୁହେଁ ବୋଲ ସେ ପୁଣି ଦୋହରାଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri