Scientists are seen working at Cobra Biologics, they are working on a potential vaccine for COVID-19, following the outbreak of the coronavirus disease (COVID-19), in Keele, Britain, April 30, 2020. REUTERS/Carl Recine
ଭୁବନେଶ୍ୱର, ୫।୧(ବ୍ୟୁରୋ): କାନ୍ଧ ତଳକୁ ହାତରେ ଦିଆଯିବ କରୋନା ଟିକା । ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।
ସେ କହିଛନ୍ତି, ଟିକା ଦେବାକୁ ଆମେ ପ୍ରସ୍ତୁତ । ଟିକାକରଣ ପାଇଁ ରାଜ୍ୟରେ ୨୯ ହଜାର କେନ୍ଦ୍ର ରହିଛି । ପ୍ରଥମେ ଟିକାକରଣ କେନ୍ଦ୍ରରେ ସବୁ ବ୍ୟବସ୍ଥା ତଦାରଖ କରାଯିବ । ପ୍ରତୀକ୍ଷାଳୟ, ଟିକାକରଣ ଓ ନୀରିକ୍ଷଣ ରୁମ୍ ଅଛି ନା ନାହିଁ ତଦାରଖ ହେବ।
ଟିକାକରଣ ସମୟରେ ପ୍ରଥମେ ପ୍ରତୀକ୍ଷାଳୟରେ ଟିକା ନେବାକୁ ଆସିଥିବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାଁ ଡାଟାବେସ୍ରେ ଅଛି ନା ନାହିଁ ଯାଞ୍ଚ ହେବ । ଏହା ପରେ ଟିକାକରଣ ରୁମ୍ରେ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ । ଟିକା ନେବା ପରେ ଅବଜରଭେସନ ରୁମ୍ରେ ୩୦ ମିନିଟ ରଖାଯିବ । ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନ ଗଲେ ସେମାନଙ୍କୁ ଛଡ଼ାଯିବ ବୋଲି ପାଣିଗ୍ରାହୀ କହିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା କରୋନା ଟିକା ଓଡ଼ିଶାକୁ ପହଞ୍ଚିପାରେ ବୋଲି ଆଶାବ୍ୟକ୍ତ କରିଛନ୍ତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ।
ଜାନୁଆରୀ ୩୦ ସୁଦ୍ଧା ଟିକା ଆସିଯିବ ବୋଲି କିଛି ଦିନ ପୂର୍ବେ ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ। ପ୍ରଥମେ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ତା’ପରେ ବୟସ୍କଙ୍କୁ ଦେବା ପାଇଁ ଆଲୋଚନା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଆସିଲେ ବ୍ୟବସ୍ଥା କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି।