ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର ଅଭାବ ଯୋଗୁ ରାସ୍ତାକଡ଼ ଆମ୍ବୁଲାନ୍ସରେ ଚିକିତ୍ସା ନାମରେ ହୀନସ୍ତା। ୨୦୨୧ ମେ’ର ମହାମାରୀଜନିତ ଏହି ହୃଦୟବିଦାରକ ଦୃଶ୍ୟ ସବୁ ଭାରତୀୟ ଜନମାନସରୁ ଲିଭିନାହିଁ। ଦେଶରେ ପୁଣିଥରେ ମୁଣ୍ଡ ଟେକିଲାଣି ଅଦୃଶ୍ୟ ଭୂତାଣୁ କୋଭିଡ୍‌-୧୯, ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୦୫୦ ଜଣ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ଏହି ସଂଖ୍ୟା ଗତ ୨୦୩ ଦିନ ମଧ୍ୟରେ ସର୍ବାଧିକ। ସକ୍ରିୟ ମାମଲା ୨୮,୩୦୩ରେ ପହଞ୍ଚତ୍ଥିବାବେଳେ ଦୈନିକ ମୃତ୍ୟୁସଂଖ୍ୟା ବି ୧୪କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୫,୩୦,୯୪୩ ହୋଇଥିବା ସରକାରୀ ଭାବେ କୁହାଯାଇଛି।
ସେପ୍ଟେମ୍ବର ୧୬ରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬,୨୯୮ ରେକର୍ଡ କରାଯାଇଥିଲା। ସେବେଠୁ ଅଦ୍ୟାବଧି ଏତେ ସଂଖ୍ୟକ ବ୍ୟକ୍ତି ଗୋଟିଏ ଦିନରେ କୋଭିଡ୍‌-୧୯ ଭାଇରସ୍‌ରେ ଆକ୍ରାନ୍ତ ହୋଇ ନ ଥିଲେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ନାଟକ, ହିମାଚଳ ପ୍ରଦେଶ, ତାମିଲନାଡୁ ଓ ହରିୟାଣାରେ ମହାମାରୀ ମାଡ଼ିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ ଅନୁସାରେ ଦିନକରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରର ୩, କର୍ନାଟକ ଓ ରାଜସ୍ଥାନର ୨ ଜଣ ଲେଖାଏ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ପଞ୍ଜାବ ଓ କେରଳର ଜଣେ ଲେଖାଏ ରହିଛନ୍ତି। ସେହିପରି ଦୈନିକ ପଜିଟିଭିଟି ହାର ୩.୩୯% ଥିବାବେଳେ ଏହାର ସାପ୍ତାହିକ ହାର ୩.୦୨% ରହିଛି। ଦେଶରେ ମୋଟ କୋଭିଡ୍‌ ମାମଲା ସଂଖ୍ୟା ୪,୪୭,୪୫,୧୦୪ ରହିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୦.୦୬% ସକ୍ରିୟ ମାମଲା ରହିଥିବାବେଳେ ଜାତୀୟ ଆରୋଗ୍ୟ ହାର ୯୮.୭୫% ଥିବା ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି। ଇତିମଧ୍ୟରେ ଦେଶବ୍ୟାପୀ ୨୨୦.୬୬ କୋଟି ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇଛି।

ପଣ୍ଡିଚେରୀରେ ମାସ୍କ ବାଧ୍ୟ

ପଣ୍ଡିଚେରୀରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ସର୍ବସାଧାରଣ ସ୍ଥାନ, ସମୁଦ୍ରକୂଳ ରାସ୍ତା, ପାର୍କ୍‌ ଓ ଥିଏଟରଗୁଡ଼ିକରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। କୋଭିଡ୍‌-ଉପଯୁକ୍ତ ବ୍ୟବହାରର ଅନୁପାଳନ, ସୋସିଆଲ ଡିଷ୍ଟାନ୍ସିଂ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରକୁ ଟିକା ମାଗିଲେ ନୀତୀଶ

ବିହାରରେ କିଛିଦିନ ହେଲା ସଂକ୍ରମଣ ବଢ଼ୁଛି। ଗୁରୁବାର ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି ରାଜଧାନୀ ପାଟନା ବାସିନ୍ଦା। ଏଥିପାଇଁ ରାଜ୍ୟ ପ୍ରଶାସନକୁ ଆଲର୍ଟ କରାଯାଇଛି। ଅଧିକ କୋଭିଡ୍‌ ଟିକା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

WHOର ଭୟଙ୍କର ଭବିଷ୍ୟବାଣୀ: ୨୦୫୦ ସୁଦ୍ଧା ବିଶ୍ୱରେ…

ଓ୍ବାଶିଂଟନ୍‌,୧୪।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(WHO)ର ଏକ ଚାଞ୍ଚଲ୍ୟକର ରିପୋର୍ଟ ପ୍ରକାଶ କରିଛି। ପ୍ରଥମ ଓ୍ବାଲର୍‌ଡ ରିପୋର୍ଟ ଅନ୍‌ ହିଅରିଂ ଅନୁଯାୟୀ, ୨୦୫୦ ସୁଦ୍ଧା ବିଶ୍ୱରେ ପ୍ରାୟ ୨.୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri