ମୁଣ୍ଡ ଟେକିଲା ମହାମାରୀ

ନୂଆଦିଲ୍ଲୀ,୮ା୪: ଉତ୍ତର ପ୍ରଦେଶର ଗଙ୍ଗାନଦୀ ବାଲିରେ କୁଢ଼ କୁଢ଼ ମୃତଦେହ, ଦିଲ୍ଲୀ ଶ୍ମଶାନରେ ଲିଭୁ ନ ଥିବା ଚିତା, ହସ୍ପିଟାଲଗୁଡ଼ିକରେ ଅକ୍ସିଜେନ ସମେତ ଡାକ୍ତରୀ ଉପକରଣର ଅଭାବ ଯୋଗୁ ରାସ୍ତାକଡ଼ ଆମ୍ବୁଲାନ୍ସରେ ଚିକିତ୍ସା ନାମରେ ହୀନସ୍ତା। ୨୦୨୧ ମେ’ର ମହାମାରୀଜନିତ ଏହି ହୃଦୟବିଦାରକ ଦୃଶ୍ୟ ସବୁ ଭାରତୀୟ ଜନମାନସରୁ ଲିଭିନାହିଁ। ଦେଶରେ ପୁଣିଥରେ ମୁଣ୍ଡ ଟେକିଲାଣି ଅଦୃଶ୍ୟ ଭୂତାଣୁ କୋଭିଡ୍‌-୧୯, ଯାହାକୁ ନେଇ ଚିନ୍ତାରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୬,୦୫୦ ଜଣ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଆକ୍ରାନ୍ତଙ୍କ ଏହି ସଂଖ୍ୟା ଗତ ୨୦୩ ଦିନ ମଧ୍ୟରେ ସର୍ବାଧିକ। ସକ୍ରିୟ ମାମଲା ୨୮,୩୦୩ରେ ପହଞ୍ଚତ୍ଥିବାବେଳେ ଦୈନିକ ମୃତ୍ୟୁସଂଖ୍ୟା ବି ୧୪କୁ ବୃଦ୍ଧି ପାଇଛି। ଏଥିସହ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୫,୩୦,୯୪୩ ହୋଇଥିବା ସରକାରୀ ଭାବେ କୁହାଯାଇଛି।
ସେପ୍ଟେମ୍ବର ୧୬ରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୬,୨୯୮ ରେକର୍ଡ କରାଯାଇଥିଲା। ସେବେଠୁ ଅଦ୍ୟାବଧି ଏତେ ସଂଖ୍ୟକ ବ୍ୟକ୍ତି ଗୋଟିଏ ଦିନରେ କୋଭିଡ୍‌-୧୯ ଭାଇରସ୍‌ରେ ଆକ୍ରାନ୍ତ ହୋଇ ନ ଥିଲେ। କେରଳ, ମହାରାଷ୍ଟ୍ର, ଦିଲ୍ଲୀ, କର୍ନାଟକ, ହିମାଚଳ ପ୍ରଦେଶ, ତାମିଲନାଡୁ ଓ ହରିୟାଣାରେ ମହାମାରୀ ମାଡ଼ିଚାଲିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ ଅନୁସାରେ ଦିନକରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ମହାରାଷ୍ଟ୍ରର ୩, କର୍ନାଟକ ଓ ରାଜସ୍ଥାନର ୨ ଜଣ ଲେଖାଏ, ଦିଲ୍ଲୀ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ପଞ୍ଜାବ ଓ କେରଳର ଜଣେ ଲେଖାଏ ରହିଛନ୍ତି। ସେହିପରି ଦୈନିକ ପଜିଟିଭିଟି ହାର ୩.୩୯% ଥିବାବେଳେ ଏହାର ସାପ୍ତାହିକ ହାର ୩.୦୨% ରହିଛି। ଦେଶରେ ମୋଟ କୋଭିଡ୍‌ ମାମଲା ସଂଖ୍ୟା ୪,୪୭,୪୫,୧୦୪ ରହିଛି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ୦.୦୬% ସକ୍ରିୟ ମାମଲା ରହିଥିବାବେଳେ ଜାତୀୟ ଆରୋଗ୍ୟ ହାର ୯୮.୭୫% ଥିବା ମନ୍ତ୍ରଣାଳୟର ଓ୍ବେବ୍‌ସାଇଟ୍‌ରେ ଦର୍ଶାଯାଇଛି। ଇତିମଧ୍ୟରେ ଦେଶବ୍ୟାପୀ ୨୨୦.୬୬ କୋଟି ଡୋଜ୍‌ କୋଭିଡ୍‌ ଟିକା ଦିଆଯାଇଛି।

ପଣ୍ଡିଚେରୀରେ ମାସ୍କ ବାଧ୍ୟ

ପଣ୍ଡିଚେରୀରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସନ ପକ୍ଷରୁ ଶୁକ୍ରବାରଠାରୁ ସର୍ବସାଧାରଣ ସ୍ଥାନ, ସମୁଦ୍ରକୂଳ ରାସ୍ତା, ପାର୍କ୍‌ ଓ ଥିଏଟରଗୁଡ଼ିକରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। କୋଭିଡ୍‌-ଉପଯୁକ୍ତ ବ୍ୟବହାରର ଅନୁପାଳନ, ସୋସିଆଲ ଡିଷ୍ଟାନ୍ସିଂ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ଗୁରୁତ୍ୱ ଦେବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ରକୁ ଟିକା ମାଗିଲେ ନୀତୀଶ

ବିହାରରେ କିଛିଦିନ ହେଲା ସଂକ୍ରମଣ ବଢ଼ୁଛି। ଗୁରୁବାର ୧୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ହେଉଛନ୍ତି ରାଜଧାନୀ ପାଟନା ବାସିନ୍ଦା। ଏଥିପାଇଁ ରାଜ୍ୟ ପ୍ରଶାସନକୁ ଆଲର୍ଟ କରାଯାଇଛି। ଅଧିକ କୋଭିଡ୍‌ ଟିକା ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri