ଏସ୍‌ସିବି ଆଇସୋଲେଶନ ୱାର୍ଡ: କରୋନା ରୋଗୀଙ୍କୁ ମିଳୁନି ଉନ୍ନତମାନର ଖାଦ୍ୟ

କଟକ ଅଫିସ,୧୮ା୧୦: ଏସ୍‌ସିବି ମେଡିକାଲରେ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଗତ ମାର୍ଚ୍ଚରେ ଆଇସୋଲେଶନ ୱାର୍ଡ ଖୋଲାଯାଇଥିଲା। ପ୍ରଥମ ୨ ମାସ ଏଠାରେ ରୋଗୀ ସଂଖ୍ୟା କମ୍‌ ଥିଲା। ହେଲେ ପରବର୍ତ୍ତୀ ସମୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିଲା। ଏପରି ପ୍ରତିଦିନ ପାଖାପାଖି ୪୦୦ ରୋଗୀ ଆସୁଥିବା ଜଣାପଡିଛି। ଏଠାରେ ଖାଇବା ଓ ପିଇବା ପାଣି ବାବଦରେ ଜଣେ ରୋଗୀଙ୍କ ପିଛା ଦୈନିକ ୨୪୦ ଟଙ୍କା ଅନୁମୋଦନ ହୋଇଛି। କଟକର ଉତ୍କଳ ସପ୍ଲାୟର୍ସ ନାମକ ସଂସ୍ଥାକୁ ଖାଦ୍ୟ ଯୋଗାଇବା ପାଇଁ ଅନୁମତି ଦିଆଯାଇଛି। ନିୟମ ମୁତାବକ ଉକ୍ତ ସଂସ୍ଥା ସକାଳ ଜଳଖିଆ, ମଧ୍ୟାହ୍ନଭୋଜନ, ସନ୍ଧ୍ୟାରେ ଚାହା ବିସ୍କୁଟ ଓ ରାତ୍ରି ଭୋଜନ ସହ ଦୈନିକ ୩ଟି ୧ ଲିଟିରିଆ ପାଣି ବୋତଲ ପ୍ରତ୍ୟେକ ରୋଗୀଙ୍କୁ ଯୋଗାଇବ। ଯାହା ଉକ୍ତ ସଂସ୍ଥା ମଧ୍ୟ ଚୁକ୍ତି ମୁତାବକ ନିରବଚ୍ଛିନ୍ନ ଭାବେ ଯୋଗାଉଥିଲା। କିନ୍ତୁ କିଛିଦିନ ହେବ ଆଉ ପୂର୍ବଭଳି ରୋଗୀମାନଙ୍କୁ ଖାଦ୍ୟ ଓ ପାନୀୟ ଜଳ ମିଳୁନି ବୋଲି କେତେଜଣ ରୋଗୀଙ୍କ ସମ୍ପର୍କୀୟ ପରିଚୟ ଗୋପନ ରଖି କହିଛନ୍ତି। ସେମାନେ କହିଛନ୍ତି, ଖାଦ୍ୟସୂଚୀରେ ଭଲ ଓ ଉଚ୍ଚ ମାନର ଖାଦ୍ୟ ରହୁନାହିଁ। ଏହା ବ୍ୟତୀତ ପିଇବା ପାଣିର ଅଭାବ ରହୁଛି। ପୂର୍ବରୁ ପ୍ରତିଦିନ ୩ ଲିଟର ପାଣି ମିଳୁଥିଲାବେଳେ ଏବେ ୨ଲିଟର ମିଳୁଛି।
ଏ ସମ୍ପର୍କରେ ଖାଦ୍ୟ ଯୋଗାଣକାରୀ ସଂସ୍ଥାର ମାଲିକ ଦେବେନ୍ଦ୍ର ସାହୁ କୁହନ୍ତି, ପ୍ରଥମ ୨ ମାସ ରୋଗୀ କମ୍‌ ଥିବା ସମୟରେ ପେମେଣ୍ଟ ପାଇଛୁ। କିନ୍ତୁ ଅବଶିଷ୍ଟ ୬ ମାସରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବାବେଳେ ଟଙ୍କାଟିଏ ବି ପେମେଣ୍ଟ ମିଳିନି। ଆମେ ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଧାର କରଜ କରିସାରିଲୁଣି। ପିଇବା ପାଣି ଯୋଗାଉ ଥିବା ସଂସ୍ଥା ଆମଠାରୁ ପେମେଣ୍ଟ ପାଇ ନ ଥିବାରୁ ପାଣି ବୋତଲ ଯୋଗାଉ ନାହିଁ। ଖୁବ୍‌ଶୀଘ୍ର ଏଥିରେ ସୁଧାର ଅଣାଯିବ। ଅନ୍ୟପକ୍ଷରେ ଆମକୁ କଷ୍ଟ ହେଉ ପଛେ ଏପର୍ଯ୍ୟନ୍ତ ଉନ୍ନତ ମାନର ଖାଦ୍ୟ ଯୋଗାଣରେ ସାଲିସ କରିନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri