ଆମେରିକା ଲ୍ୟାବ୍‌ରୁ ଲିକ୍‌ ହୋଇଥିଲା କରୋନା, ଅର୍ଥଶାସ୍ତ୍ରୀ କଲେ ଦାବି…

ଓ୍ବାଶିଂଟନ, ୬।୭ : ଆମେରିକାର ଅର୍ଥନୀତିଜ୍ଞ ଜେଫରି ସାସ ଦାବି କରିଛନ୍ତି ଯେ ଚାଇନାର ଉହାନ ଲ୍ୟାବ୍‌ ନୁହେଁ ଆମେରିକାର ଏକ ଲ୍ୟାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଛି। ମହାମାରୀର ଉତ୍ପତ୍ତି ବିଷୟରେ ଦୁଇ ବର୍ଷର ଅନୁସନ୍ଧାନର ନେତୃତ୍ୱ ନେଇଥିବା ଜେଫରି କହିଛନ୍ତି ଯେ’ କୋଭିଡ -୧୯୍‌ ସଂକ୍ରମଣ ଆମେରିକାର ବାୟୋଟେକ୍ନୋଲୋଜି ଲ୍ୟାବ୍‌ ର ଫଳାଫଳ ବୋଲି ଡେଲି ମେଲ ରିପୋର୍ଟ କରିଛି।

ସ୍ପେନର ଜଗତୀକରଣ ଥିଙ୍କ-ଟେକ ଗେଟ କେନ୍ଦ୍ରର ଏକ ସମ୍ମିଳନୀରେ ଅର୍ଥନୀତିଜ୍ଞ ଜେଫରି କହିଛନ୍ତି ଯେ ମୁଁ କୋଭିଡ ଉପରେ ଦୁଇ ବର୍ଷ ଧରି ଲାସେଣ୍ଟ ପାଇଁ ଏକ କମିଶନ ର ଅଧ୍ୟକ୍ଷତା କରିଛନ୍ତି। ସେ କହିଛନ୍ତି, ’ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ କୋଭିଡ ଆମେରିକାର ଜୀବବିଜ୍ଞାନର ଲ୍ୟାବରୁ ଉତ୍ପନ୍ନ ହୋଇଛି। ଦୁଇ ବର୍ଷର ଗଭୀ ଅଧ୍ୟୟନ ପରେ ମୁଁ ଏହା ଉଲ୍ଲେଖ କରୁଛି । ତେଣୁ ମୋ ମତରେ ଏହା ଏକ ଭୁଲ ଯେ କୋଭିଡ ଦୁର୍ଘଟଣା କିମ୍ବା ପ୍ରାକୃତିକ ହୋଇପାରେ।

କୋଭିଡ -୧୯ ମହାମାରୀର ଦୁଇ ବର୍ଷ ପରେ ମଧ୍ୟ ଏହା କିପରି ଉତ୍ପନ୍ନ ହେଲା ସେନେଇ କୌଣସି ସୂଚନା ମିଳି ପାରି ନାହିଁ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟସସ ଗତ ମାସରେ କହିଥିଲେ ଯେ କୋଭିଡ -୧୯ ଲ୍ୟାବ ଲିକ ସିଦ୍ଧାନ୍ତର ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି। ତା’ପରେ ସେ କହିଥିଲେ ଯେ ୟୁରୋପର ଜଣେ ବରିଷ୍ଠ ରାଜନେତା ବ୍ୟକ୍ତିଗତ ଭାବେ ସ୍ବୀକାର କରିଛନ୍ତି ଯେ ଏହି ମହାମାରୀ ଚାଇନାର ଉହାନ ଲ୍ୟାବରୁ ଆସିଛି।

ଜେଫରି କହିଛନ୍ତି ଯେ ଏହାର ଯଥେଷ୍ଟ ପ୍ରମାଣ ରହିଛି। ଏହାର ଅନୁସନ୍ଧାନ କରାଯିବା ଉଚିତ। ଜେଫରିଙ୍କୁ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଟାଇମ ମାଗାଜିନରେ ସ୍ଥାନୀତ କରାଯାଇଛି। ସେ କହିଛନ୍ତି ମୁଁ ପ୍ରକୃତ କାରଣ ପାଇଁ ଚିନ୍ତା କରୁଛି। ଏଥି ସହିତ ଡେଲି ମେଲ କହିଛି ଯେ ଚାଇନାର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଜେଫରିଙ୍କ ଦାବିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ହେବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri