କରୋନା ପାଇଁ ରକ୍ଷା କବଚ ବୀମା ପଲିସି; ଜାଣନ୍ତୁ କଣ ରହିଛି ସୁବିଧା

ନୂଆଦିଲ୍ଲୀ,୧୪।୭: ବର୍ତ୍ତମାନ କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ଏକ ସଙ୍କଟ ସ୍ଥିତି ଦେଇ ଗତି କରୁଛି। ଅର୍ଥ ବ୍ୟବସ୍ଥାର କାର୍ଯ୍ୟକଳାପ ଠପ୍‌ ହୋଇଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ଚିନ୍ତା ବଢାଇଛି। ଏହାକୁ ଧ୍ୟାନରେ ରଖି ଭାରତୀୟ ବୀମା ନିୟାମକ ଏବଂ ଉନ୍ନତିକରଣ ପ୍ରାଧୀକରଣ ଜେନେରାଲ ଏବଂ ଲାଇଫ ଇନସ୍ୟୁରାନ୍ସ କମ୍ପାନୀଗୁଡିକୁ ସ୍ବଳ୍ପ ମିଆଦୀ ବିଶିଷ୍ଟ ବୀମା ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା କବଚ ହେଲଥ ପଲିସି ଲଞ୍ଚ କରିବା ଲାଗି କମ୍ପାନୀଗୁଡିକ ସବୁଜ ସଙ୍କେତ ମିଳି ସାରିଛି। ଚଳିତ ମାସ ୧୦ ତାରିଖ ମଧ୍ୟରେ ଏ ସଂକ୍ରାନ୍ତ ସବୁ କାମ ସାରିବାକୁ କମ୍ପାନୀଗୁଡିକୁ କୁହାଯାଇଥିଲା।
ଏହି ପଲିସିଗୁଡିକ ସାଢେ ୩ ମାସ, ସାଢେ ୬ ମାସ ଏବଂ ସାଢେ ୯ ମାସ ବିଶିଷ୍ଟ ହେବ। ଏହା ଅଧୀନରେ ବୀମା କରିଥିବା ଲୋକଙ୍କୁ ୫୦ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା ଉପଲବ୍ଧ ହେବ। ଜେନେରାଲ ଇନସ୍ୟୁରାନ୍ସ କମ୍ପାନୀଗୁଡିକୁ ମଧ୍ୟ ଏଭଳି ବୀମା ଆଣିବାକୁ କୁହାଯାଇଛି। ଏହା ମଧ୍ୟରେ ଏସ୍‌ବିଆଇ ଜେନେରାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ଆଇସିଆଇସିଆଇ ଲୋମ୍ବାର୍ଡ, ଏଚ୍‌ଡିଏଫ୍‌ସି ଏର୍ଗୋ, ମ୍ୟାକ୍ସ ବୁପା, ବଜାଜ ଆଲିଆଞ୍ଜ, ଭାରତୀ ଏକ୍ସା ଏବଂ ଟାଟା ଏଆଇଜି ଭଳି କମ୍ପାନୀ ସାମିଲ ଅଛନ୍ତି।

ମାତ୍ର ଥରେ ଦେବାକୁ ହେବ ପ୍ରିମିୟମ
ଏଥିରେ ବୀମା ଅବଧି କ୍ଷୁଦ୍ର ମିଆଦି ବିଶିଷ୍ଟ ହୋଇଥିବାରୁ ଥରେ ମାତ୍ର ପ୍ରିମିୟମ ପ୍ରଦାନ କରିବାକୁ ହେବ। ସାରା ଦେଶ ପାଇଁ ପ୍ରିମିୟମ ସମାନ ରହିବ। ବଜାଜ ଆଲିଆଞ୍ଜ ପକ୍ଷରୁ ପଲିସି ଶୁଭାରମ୍ଭ କରାଯିବ ସହ ସ୍ପଷ୍ଟ କରାଯାଇଛି ଯେ, ପ୍ରିମିୟମ ୪୪୭ ଟଙ୍କାରୁ ୫୫୬୦ ଟଙ୍କା ରହିଛି। ଏଥିରେ ଜିଏସ୍‌ଟି ମଧ୍ୟ ରହିଛି। ଏହି ରାଶି ପଲିସି ନେଉଥିବା ବ୍ୟକ୍ତି ବିଶେଷଙ୍କ ବୟସ, ବୀମା ରାଶି, ପଲିସି ଅବଧି ହିସାବରେ ଅଲଗା ଅଲଗା ରହିଥାଏ। ଏଚ୍‌ଡିଏଫ୍‌ସି ଏର୍ଗୋ ମୁତାବକ, କୋଭିଡ ସହ ଅନ୍ୟ ରୋଗର ଚିକିତ୍ସା ଖର୍ଚ୍ଚ ଏହା ଦ୍ୱାରା ବହନ କରାଯିବ। ଏଥିରେ ରୋଡ ଆମ୍ବୁଲାନ୍ସ ଖର୍ଚ୍ଚ, ୧୪ ଦିନ ଲାଗି ଦେଖାରଖା ଖର୍ଚ୍ଚ ରହିବ। ଏହାବାଦ ଆୟୁର୍ବେଦ, ହୋମିଓପାଥି ଏବଂ ଅନ୍ୟ ପାରମ୍ପରିକ ଚିକିତ୍ସା ବିକଳ୍ପ ବୀମା କଭର ମଧ୍ୟରେ ସାମିଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଉନସୁଗାର ଜବତ: ମହିଳାଙ୍କ ସମେତ ୪ ଜଣଙ୍କୁ ବାନ୍ଧିଲା ପୋଲିସ

ବଞ୍ଚୋ/ହାଟଡିହୀ/ଛେନାପଦୀ,୨୭ା୬(ପ୍ରଦୋଷ ବିଶ୍ୱାଳ/ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ଏବଂ ଆନନ୍ଦପୁର ଏସ୍‌ଡିପିଓ ଚଢ଼ାଉ କରି ୧୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏଥିରେ…

କାର୍‌କୁ ଧକ୍କା ଦେଇ ଓଲଟିଲା ଟାୟାର ବୋଝେଇ ଟ୍ରକ୍‌, ଡ୍ରାଇଭରଙ୍କ ସମେତ…

ମୋହନା,୨୭ା୬(ମନ୍ମଥ ମିଶ୍ର): କାର୍‌କୁ ଧକ୍କା ଦେଇ ଓଲଟି ପଡ଼ିଛି ଟାୟାର ବୋଝେଇ ଟ୍ରକ୍‌। ଡ୍ରାଇଭରଙ୍କ ସମେତ ୫ ଆହତ ହୋଇଛନ୍ତି। ଗଜପତି ଜିଲା ଅଡ଼ବା ଥାନା ନାଳାଘାଟ…

ବିରାଟ କୋହଲି ହଠାତ ଟେଷ୍ଟ କ୍ରିକେଟରୁ କାହିଁକି ନେଇଥିଲେ ସନ୍ନ୍ୟାସ? ହେଲା ବଡ଼ ଖୁଲାସା…

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟର ‘ରନ ମେଶିନ’ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ପ୍ରାୟ ବର୍ଷେରୁ ଅଧିକ ସମୟ ବିତିଗଲାଣି। ହେଲେ ଆଜି ବି ପ୍ରଶଂସକଙ୍କ…

ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ, ଯୁବତୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ

ରାଉରକେଲା,୨୭।୬: ସୁନ୍ଦରଗଡ଼ ଜିଲା ବିଶ୍ରା ବ୍ଲକ ସନ୍ତୋଷପୁର ପଞ୍ଚାୟତ ଜାରାଟୋଲା ଗାଁରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କେତେଜଣ…

ସିଙ୍ଗିପୁରରେ ବେଆଇନ ଦେଶୀ ମଦ ଭାଟି: ପୋଲିସର ଚଢ଼ାଉ

ଗଜପତି,୨୮।୬ (ଗିରିଧାରୀ ପରିଛା): ଗୁଇନ୍ଦା ସୂଚନା ଆଧାରରେ ପାରଳାଖେମୁଣ୍ଡି ପୋଲିସ ଶନିବାର ଭୋର ସମୟରେ ସିଙ୍ଗିପୁର ଗ୍ରାମରେ ଚଢ଼ାଉ କରି ଏକ ବେଆଇନ ଦେଶୀ ମଦ ପ୍ରସ୍ତୁତି…

ଆସିଲେ ନାହିଁ ଭାଜପା ଅତିଥି, ଏନ୍‌ଏସି ଅଧ୍ୟକ୍ଷ କଲେ ଗୋଷ୍ଠୀକେନ୍ଦ୍ର ଉଦ୍‌ଘାଟନ, ପୂରା ଘଟଣା ଜାଣିଲେ…

କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍‌ଘାଟିତ ହୋଇଛି।…

ଦେଶରେ ହାଇ ଆଲର୍ଟ: ମାଡ଼ିଆସୁଛି ୨ଟି ଭୟଙ୍କର ବାତ୍ୟା; ୩ ଦେଶକୁ କରିବ ଛାରଖାର!

ନୂଆଦିଲ୍ଲୀ,୨୭।୬: ପ୍ରଶାନ୍ତ ମହାସାଗରର ଉତ୍ତର-ପଶ୍ଚିମ ଭାଗରେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ କ୍ରାନ୍ତୀୟ ବାତ୍ୟା (ଟାଇଫୁନ୍) ‘ମେଖଲା’ ଜାପାନ ଏବଂ ଏହାର ଆଖପାଖ ଦ୍ୱୀପପୁଞ୍ଜ ଆଡ଼କୁ ମାଡ଼ି ଚାଲିଛି।…

ବିଷ ବୋତଲ ଧରି ଧାରଣାରେ ଚାଷୀ, ଟୋକନ ନ ମିଳିଲେ ପିଇବାକୁ ଦେଲେ ଧମକ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଜିଲାର ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ମିଳିନାହିଁ। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri