ସହରାଞ୍ଚଳରେ କରୋନା ପ୍ରଭାବ: ତିନି ଚତୁର୍ଥାଶଂଙ୍କ ଉପରେ ଆର୍ଥତ୍କ ମାଡ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଦେଶର ତିନି ଚତୁର୍ଥାଂଶ ସହରାବାସୀଙ୍କୁ ଆର୍ଥତ୍କ ଭାବେ ପ୍ରଭାବିତ କରିଛି। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ଲୋକଙ୍କ ଆର୍ଥତ୍କ ସ୍ଥିତି ଗତ ବର୍ଷ ତୁଳନାରେ ବିଗିଡି ଯାଇଛି। ବ୍ରିଟିଶ ରିସର୍ଚ୍ଚ ଫାର୍ମ କ୍ୟାଣ୍ଟର ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ଲୋକମାନେ ସେମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ଥିବା ଏଥିରେ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କ୍ୟାଣ୍ଟରର ଦକ୍ଷିଣ ଏସିଆ ମୁଖ୍ୟ ଷ୍ଟ୍ରାଟେଜି ଅଫିସର ହେମନ୍ତ ମେହେଟ୍ଟା କୁହନ୍ତି, ଅଧିକାଂଶ ଲୋକ ଖର୍ଚ୍ଚ ନେଇ ଏବେ ଅତ୍ୟଧିକ ସଚେତନତା ଦେଖାଉଛନ୍ତି। ଲୋକେ କିଣିଲା ବେଳେ ଉନ୍ନତ ଡିଲ୍‌ ଏବଂ ଡିସ୍‌କାଉଣ୍ଟ ଉପରେ ନଜର ରଖୁଛନ୍ତି। ଯଦି କୌଣସି ପ୍ରିମିୟମ ପ୍ରଡକ୍ଟରେ ଲୋକଙ୍କୁ ସୁବିଧା ମିଳୁଛି ତେବେ ତାହା କିଣିବା ଲାଗି ବିଚାର କରାଯାଉଛି। କ୍ୟାଣ୍ଟର ଏହାର ଦ ନ୍ୟୁ ଇଣ୍ଡିଆନ କଞ୍ଜ୍ୟୁମର ରିପୋର୍ଟ ଲାଗି ଦେଶର ୧୫ ରାଜ୍ୟର ୧୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କୁ ସର୍ଭେରେ ସାମିଲ କରିଛି।
ରିପୋର୍ଟ ମୁତାବକ, ଗ୍ରସେରୀ, ସ୍ମାର୍ଟଫୋନ, ଇଲେକଟ୍ରୋନିକ୍ସ ଏବଂ ଅଟୋମୋବାଇଲ ଭଳି କମ୍ପାନୀଗୁଡିକ ଏବେ କାରବାର ହେବା ନେଇ ଆଶାବାଦି ରହିଛନ୍ତି। ବଜାର ଧୀରେ ଧୀରେ ସୁଧୁରୁଥିବା ବେଳେ ବିକ୍ରି ପୁଣି ଥରେ ଟ୍ରାକକୁ ଫେରିବା ନେଇ ଏବେ କମ୍ପାନୀ ପୁଣି ଆଶା ରଖିଛନ୍ତି। ଏହି ସମୟରେ କ୍ୟାଣ୍ଟରର ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ମୁତାବକ, ବାହାରେ ବୁଲିବା ଏବଂ ମନୋରଞ୍ଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଟ୍ରାକକୁ ଫେରିବା ଲାଗି ସମୟ ଲାଗିବ। ଲୋକମାନେ ବ୍ରାଣ୍ଡ ଲୟାଲଟିକୁ ପଛରେ ପକାଇଥିବା ବେଳେ ପ୍ରଡକ୍ଟର ଉପଲବ୍ଧତା ଏବଂ ମୂଲ୍ୟକୁ ଅଧିକ ଦେଖୁଛନ୍ତି। ଲୋକମାନେ ସେମାନଙ୍କ ପ୍ରିୟ ବ୍ରାଣ୍ଡ ଲାଗି ଅତିରିକ୍ତ ପ୍ରୟାସ କରିବା ସ୍ଥିତିରେ ନାହାନ୍ତି। ଲୋକମାନେ କିଣିବା ବେଳେ ରିହାତି ଖୋଜୁଛନ୍ତି। ୫୭% ଲୋକ କିଣାକିଣିକୁ ବାଦ ଦେଉଛନ୍ତି କିମ୍ବା ଅଧିକ ରିହାତି ଖୋଜୁଛନ୍ତି। କୋଭିଡ ପୂର୍ବରୁ ଏହି ହାର ୪୦% ରହିଥିଲା। ଆର୍ଥତ୍କ ସ୍ଥିତି ଖରାପ ଥିବାରୁ ଲୋକମାନେ ଟଙ୍କା ଖର୍ଚ୍ଚ କରିବାକୁ ସଙ୍କୋଚ କରୁଛନ୍ତି। ସେହିଭଳି ଲୋକେ ଭଲ ଡିଲ୍‌କୁ ଅପେକ୍ଷା କରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇ ଆରମ୍ଭରୁ ଫୋନ୍‌ ଦାମ୍‌ ବଢ଼ାଇଲେ ଏହି ୩ କମ୍ପାନୀ, ଗ୍ରାହକଙ୍କ ପକେଟରେ ଚାବୁକ୍‌; ଜାଣନ୍ତୁ ନୂଆ ମୂଲ୍ୟ

ନୂଆଦିଲ୍ଲୀ,୧।୫:ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟ ଉପରେ ଏବେ ଅଧିକ ଚାପ ପଡ଼ିପାରେ। Nothing, Realme ଏବଂ OnePlus…

EPFO ପେନସନଧାରୀଙ୍କ ପାଇଁ ବଡ଼ଖବର : EPF ପେନସନ ୧୦୦୦୦ରୁ ବଢ଼ି ହେବ ଏତିକ! ଦିଆଗଲା ପ୍ରସ୍ତାବ

ନୂଆଦିଲ୍ଲୀ,୧।୫: ଜାତୀୟ ଆନ୍ଦୋଳନ କମିଟି (NAC)ର ମୁଖ୍ୟ ଦାବି ହେଉଛି EPS-୯୫ ଅଧୀନରେ ଆବୃତ ପେନସନଭୋଗୀଙ୍କ ପାଇଁ ସର୍ବନିମ୍ନ ମାସିକ ପେନସନ ୧,୦୦୦ରୁ ୭୫୦୦ କୁ ବୃଦ୍ଧି…

୯୯୩ ଟଙ୍କା ବଢ଼ିଲା ଗ୍ୟାସ ସିଲିଣ୍ଡର ଦର: ଆଜିଠୁ ଲାଗୁ

ନୂଆଦିଲ୍ଲୀ,୧।୫: ମେ ୧ରୁ ସାରା ଦେଶରେ ନୂତନ ଗ୍ୟାସ ସିଲିଣ୍ଡର ମୂଲ୍ୟ ଲାଗୁ ହୋଇଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଦେଶର ସରକାରୀ କମ୍ପାନୀଗୁଡ଼ିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ…

ସରିଲା ନିର୍ବାଚନ, ବଢିଯିବ ପେଟ୍ରୋଲ-ଡିଜେଲ ଦର? ଭରି ଦିଅନ୍ତୁ ଟାଙ୍କି…

ନୂଆଦିଲ୍ଲୀ,୩୦।୪: ନିର୍ବାଚନ ପରେ ବଢିପାରେ ପେଟ୍ରୋଲ-ଡିଜେଲ ଦର! ଏସବୁ ଆଲୋଚନା ଭିତରେ ନିର୍ୱାଚନ ସରିଛି। ତେବେ ବର୍ତ୍ତମାନ ଚର୍ଚ୍ଚା ହେଉଛି କି ପେଟ୍ରୋଲ ରେଟ୍‌ ବଢିପାରେ। ନିର୍ୱାଚନ…

ସାବଧାନ! ଛୋଟ ପ୍ଲାନ, ବଡ଼ କ୍ଷତି; ପ୍ରତି ମାସର ‘ସବସ୍କ୍ରିପସନ’ ଜାଲରୁ ରୁହନ୍ତୁ ସାବଧାନ, ଖାଲି ହେଉଛି…

ନୂଆଦିଲ୍ଲୀ,୨୯।୪:ଆଜିକାଲିର ଡିଜିଟାଲ ଯୁଗରେ ଓଟିଟି (OTT) ପ୍ଲାଟଫର୍ମ, ମ୍ୟୁଜିକ ଆପ୍‌, କ୍ଲାଉଡ ଷ୍ଟୋରେଜ ୟଠାରୁ ଆରମ୍ଭ କରି ଜିମ୍‌ ପର୍ଯ୍ୟନ୍ତ ସବୁଥିରେ ସବସ୍କ୍ରିପସନ ନେବା ଏକ ସାଧାରଣ…

ବିନା ଗ୍ୟାରେଣ୍ଟିରେ ମିଳିବ ଲୋନ! ୨.୫ ଲକ୍ଷ କୋଟି ଟଙ୍କାର ସ୍କିମ୍‌ ପାଇଁ ମଞ୍ଜୁରୀ ଦେଲା ଅର୍ଥ ମନ୍ତ୍ରଣାଳୟ,ଶୀଘ୍ର…

ନୂଆଦିଲ୍ଲୀ,୨୯।୪: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ଏବଂ ବିଶ୍ୱସ୍ତରୀୟ ଭୂ-ରାଜନୈତିକ ଅସ୍ଥିରତା ମଧ୍ୟରେ ଦେଶର ବ୍ୟବସାୟିକ କ୍ଷେତ୍ରକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ କେନ୍ଦ୍ର…

ସୁନାପ୍ରେମୀଙ୍କ ପାଇଁ ଖୁସି ଖବର, ଦେଢଲକ୍ଷ ତଳକୁ ଖସିଲା ସୁନା, ୨୨k କିଣିଲେ ଦେବାକୁ ପଡିବ…

ନୂଆଦିଲ୍ଲୀ,୨୯।୪: ସୁନାପ୍ରେମୀଙ୍କ ପାଇଁ ଖୁସି ଖବର। ବିଶ୍ୱ ସ୍ତରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ଘରୋଇ ଫ୍ୟୁଚର୍ସ ବଜାର (MCX) ରେ ସୁନା ମୂଲ୍ୟ ହ୍ରାସ ପାଇଛି, ଯାହା…

HDFC ୟୁଜର୍ସ ସାବଧାନ! ମେ ୧୫ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୨୮।୪: HDFC ବ୍ୟାଙ୍କ ଏହାର Regalia Gold କ୍ରେଡିଟ କାର୍ଡର ରିଓ଼୍ବାର୍ଡ ଗଠନ ଏବଂ ଯାତ୍ରା ଲାଭରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ନୂତନ ନିୟମଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri