ବେଜିଂ,୨୫ା୧: ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ବୁଧବାର କହିଛି, ଡିସେମ୍ବର ୨୨ରେ ଚାଇନାର ଦୈନିକ କରୋନା ସଂକ୍ରମଣ ମାମଲା ୭୦ ଲକ୍ଷରୁ ଅଧିକ ହୋଇଥିବାବେଳେ ଜାନୁୟାରୀରେ ଦିନକୁ ୪୦୦୦ ଜଣଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ରର ଓ୍ବେବ୍ସାଇଟ୍ରେ ପ୍ରକାଶିତ ଏହି ଆକଳନ ଅନୁଯାୟୀ, ଜଣେ ଅଗ୍ରଣୀ ସରକାରୀ ବୈଜ୍ଞାନିକ ସପ୍ତାହକ ମଧ୍ୟରେ କହିଛନ୍ତି; ଚାଇନାର ୧.୪ ବିଲିୟନ ଜନସଂଖ୍ୟାର ୮୦ ପ୍ରତିଶତ ସଂକ୍ରମିତ ହୋଇସାରିଛନ୍ତି। ଦୁଇ ତିନି ମାସ ମଧ୍ୟରେ ଏହି ମାମଲା ବୃଦ୍ଧି ପାଇଛି। ଏହି ମାମଲା ଆହୁରି ବଢ଼ିପାରେ ବୋଲି ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ସରକାରୀ ଆକଳନ ଅନୁଯାୟୀ, ଜାନୁୟାରୀ ସୁଦ୍ଧା ଡାକ୍ତରଖାନାରେ ପ୍ରାୟ ୬୦୦୦୦ ଲୋକଙ୍କର ମୃତ୍ୟୁ ଘଟିଛି।


