ଓଡ଼ିଆ ଉଦ୍ୟୋଗୀ ବିକଶିତ କଲେ କରୋନା ଆପ୍‌

ଲଣ୍ଡନ,୨୮।୭: କରୋନା ମହମାରୀ ବର୍ତ୍ତମାନ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏଥିରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଅସ୍ତ୍ର ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ନିର୍ଦ୍ଦଷ୍ଟ ମାର୍ଗ ଦର୍ଶିକା ଜାରି କରାଯାଇଛି। ଉକ୍ତ ମାର୍ଗଦର୍ଶିକାକୁ ପାଳନ କରିବା ଉପରେ ବର୍ତ୍ତମାନ ଗୁରୁତ୍ୱାରୋପ କରାଯାଉଛି। ଏହାକୁ ନଜରରେ ରଖି ବିଦେଶରେ ରହୁଥିବା ଓଡ଼ିଆ ଉଦ୍ୟୋଗୀ ଅରୁଣ କର ଏକ ନିଆରା ଆପ୍‌ ବିକଶିତ କରିଛନ୍ତି। ବ୍ରିଟେନରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ୍ସପର୍ଟନେଷ୍ଟ କମ୍ପାନୀ ପକ୍ଷରୁ ‘ବିସିପି ବିଚ୍‌ ଚେକ୍‌ ଆପ୍‌’ ବିକଶିତ କରାଯାଇଛି। ଏହି ଆପ୍‌ ୟୁଜରଙ୍କୁ ଜନଗହଳି ରହୁଥିବା ସ୍ଥାନ ସମ୍ପର୍କରେ ମ୍ୟାପ୍‌ ମାଧ୍ୟମରେ ସୂଚାଇ ଦେବ। ଉକ୍ତ ଆପ୍‌ ବ୍ୟବହାର ଫଳରେ ଜନଗହଳି ଠାରୁ ଲୋକମାନେ ନିଜକୁ ଦୂରେଇ ରଖିବା ସହ ସାମାଜିକ ଦୂରତାକୁ ମଧ୍ୟ ସହଜରେ ବଜାୟ ରଖି ପାରିବେ ବୋଲି ଡିଜିଟାଲ ଇନୋଭେସନ କମ୍ପାନୀ ଏକ୍ସପର୍ଟନେଷ୍ଟର କାର୍ଯ୍ୟ ନିର୍ବାହୀ ନିଦ୍ଦେର୍ଶକ ଅରୁଣ କର ସୂଚନା ଦେଇଛନ୍ତି। ଏହି ଆପ୍‌କୁ ୟୁଜରମାନେ ଗୁଗଲ ଏବଂ ଆପଲ୍‌ ପ୍ଲେ ଷ୍ଟୋରରୁ ଡାଉନ୍‌ଲୋଡ କରିପାରିବେ। ଅରୁଣଙ୍କ ଏହି କମ୍ପାନୀ ବ୍ରିଟେନ, ୟୁରୋପ ଏବଂ ଭାରତରେ କାର୍ଯ୍ୟ କରଛି। ସିଫ୍ରଣ୍ଟ ରେଞ୍ଜର, ସିସିଟିଭି ଏବଂ କିଛି ଫ୍ରୁଟଫଲ୍‌ କାଉଣ୍ଟରରୁ ଏହି ଆପ୍‌ ଡାଟା ସଂଗ୍ରହ କରିଥାଏ। ଉକ୍ତ ଆପ୍‌ରେ ଫିଡ୍‌ବ୍ୟାକ୍‌ ବିକଳ୍ପ ମଧ୍ୟ ରହିଛି। ଏହି ଆପ୍‌ ଅରୁଣଙ୍କୁ ବେଶ ପରିଚିତି ଆଣିଦେଇଛି। ସେ ଭାରତୀୟ ସେନାରୁ ଅବସର ନେଇ ଏହି କମ୍ପାନୀ ପ୍ରତିଷ୍ଠା କରିଛନ୍ତି। ଆଇଆଇଏମ୍‌ ବାଙ୍ଗାଲୋରର ଜଣେ ପୂର୍ବତନ ଛାତ୍ର ଏବଂ ଫୋର୍ବସ ବିଜନେସ କାଉନସିଲର ସେ ଜଣେ ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରୁଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର୍‌ ବୋର୍ଡରେ ସାମିଲ ହେବେ ନାହିଁ ଏଲନ ମସ୍କ

କାଲିଫର୍ଣ୍ଣିଆ,୧୧।୪: ଟେସ୍‌ଲା ଓ ସ୍ପେସ-ଏକ୍ସର ସିଇଓ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟୁଇଟର୍‌ ବୋର୍ଡରେ ସାମିଲ ହେବେ ନାହିଁ ବୋଲି ଜଣାପଡିଛି।...

ଲିଗାଲ ଟେକ୍‌ନୋଲୋଜିରେ ନୂତନ ବିବର୍ତ୍ତନ

ଏକ ଦଶନ୍ଧିରୁ ଅଧିକ ସମୟର ସଂଘର୍ଷରତ ଯାତ୍ରା ପରେ ରାକେଶ ଶତପଥୀ ଜଣେ ଦକ୍ଷ ଡିରେକ୍ଟର ତଥା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଏପିକ୍‌ ଗ୍ଲୋବାଲ ୟୁଏସ୍‌...

‘ରିଲାଏନ୍ସ ଜୁଏଲ୍‌ସ ଡ୍ରିମ୍‌ ଡାଇମଣ୍ଡ ସେଲ୍‌’

ନୂଆଦିଲ୍ଲୀ,୨୦।୧:ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍‌ସ ପକ୍ଷରୁ ନିକଟରେ ‘ରିଲାଏନ୍ସ ଜୁଏଲ୍‌ସ ଡ୍ରିମ୍‌ ଡାଏମଣ୍ଡ ସେଲ୍‌’ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବ୍ରାଣ୍ଡ୍‌ର ଗ୍ରାହକମାନଙ୍କୁ...

ଡିଜିଟାଲ ପଲିସିକୁ ଗୁରୁତ୍ୱ ଦେବ ବୀମା କମ୍ପାନୀ

ନୂଆଦିଲ୍ଲୀ: ସରକାର ବର୍ତ୍ତମାନ ସମୟରେ ସବୁକ୍ଷେତ୍ରରେ କାଗଜ ପରିବର୍ତ୍ତେ ଡିଜିଟାଲରେ କାର୍ଯ୍ୟ ସଂପାଦନକୁ ଗରୁତ୍ୱ ଦେଉଛନ୍ତି। ବୀମା କ୍ଷେତ୍ରରେ ମଧ୍ୟ ସେଭଳି ଏକ ନିୟମ କାର୍ଯ୍ୟକାରୀ...

ଗ୍ରାମୀଣ ମହିଳାଙ୍କୁ ସକ୍ଷମ କରାଉଛି ବେଦାନ୍ତ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ପ୍ରତିଷ୍ଠାନ ବେଦାନ୍ତ ଆଲୁମିନିୟମ ହଜାର ହଜାର ଗ୍ରାମୀଣ ମହିଳାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଇଛି। ବିଶେଷକରି ଦକ୍ଷତା, ଆର୍ଥିକ...

ଜ୍ୟୋତିର୍ଗମୟ ସହ ଟିଏସ୍‌ଏଫ୍‌ର ବୁଝାମଣା

ଭୁବନେଶ୍ୱର, ୯।୭ (ଅଭୟ ଦାଶ): ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌) ପକ୍ଷରୁ ସକ୍ଷମ ଓ ଆଇଆଇଟି ଦିଲ୍ଲୀର ଆସିଷ୍ଟେକ୍‌ ଲାବ୍‌ର ଅଭିଯାନ ଜ୍ୟୋତିର୍ଗମୟ ସହ ନିକଟରେ...

ଡାଲମିଆ ସିମେଣ୍ଟର‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୨୭।୨: ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ ଦ୍ୱାରା ସୁନ୍ଦରଗଡ ଜିଲାର ଝଗରପୁର ଏବଂ କଟାଙ୍ଗ ପଞ୍ଚାୟତର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର ମହିଳାମାନଙ୍କ ପାଇଁ ଏକ...

ନିରାଶାରେ ୫୦% ଯୁବବର୍ଗ

ନୂଆଦିଲ୍ଲୀ,୧୩।୮: କୋଭିଡ୍‌-୧୯ ବଜାରରେ ଏକ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଛି। ବିଶ୍ୱର ମୋଟ୍‌ ଯୁବବର୍ଗଙ୍କ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୫୦% ବର୍ତ୍ତମାନ ନିରାଶ ଏବଂ ଚିନ୍ତାଗ୍ରସ୍ତ...

Advertisement
Archives

Model This Week