କର୍ନିଙ୍ଗ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୯।୧୨:କର୍ନିଙ୍ଗ୍‌ ଇନ୍‌କର୍ପୋରେଟେଡ୍‌ ପକ୍ଷରୁ ନିକଟରେ ନୂତନ ଉତ୍ପାଦର ଉନ୍ମୋଚନ କରାଯାଇଛି। ବିଶେଷକରି ଏହାର ନୂତନ କାଚ ଉଦ୍ଭାବନ, କର୍ନିଙ୍ଗ୍‌ ଗରିଲା ଗ୍ଲାସ୍‌ ଭିକ୍ଟସ-୨ର ବଜାର ପ୍ରବେଶ ହୋଇଯାଇଛି। ଏପରିକି ଏହାର କର୍ନିଙ୍ଗ୍‌ ଗରିଲା ଗ୍ଲାସ୍‌ ପୋର୍ଟଫୋଲିଓକୁ ବିସ୍ତାର କରି ସୀମାକୁ ଆଗକୁ ବଢ଼ାଇବା ଜାରି ରଖିଛି। ସେହିଭଳି ଏକ ନୂଆ ଗ୍ଲାସ୍‌ କମ୍ପୋଜିଶନ ସହ ଗରିଲା ଗ୍ଲାସ୍‌ ଭିକ୍ଟସ୍‌-୨ ଓ ଗରିଲା ଗ୍ଲାସ୍‌ ଭିକ୍ଟସର ସ୍କ୍ରାଚ୍‌ ରେଜିଷ୍ଟାନ୍ସକୁ ସୁରକ୍ଷିତ ରଖିବା ସହ କଂକ୍ରିଟ୍‌ ଭଳି ମଜଭୁତ ଚଟାଣଗୁଡ଼ିକରେ ମଧ୍ୟ ଉନ୍ନତ ଡ୍ରପ୍‌ ପ୍ରଦର୍ଶନ ପ୍ରଦାନ କରୁଛି, ଯାହାକି ବିଶ୍ୱର ସବୁଠାରୁ ବହୁଳ ଭାବେ ନିର୍ମିତ ସାମଗ୍ରୀର ଚାହିଦା ବୃଦ୍ଧି ପାଉଛି। କର୍ନିଙ୍ଗ୍‌ ଗରିଲାର ଗ୍ଲାସ୍‌ର ଉପାଧ୍ୟକ୍ଷ ଓ ଜେନେରାଲ ମ୍ୟାନେଜର ଡେଭିଡ୍‌ ବେଲାସ୍କ୍ବେଜ୍‌ କହିଛନ୍ତି, ସ୍ମାର୍ଟଫୋନ୍‌ଗୁଡିକ ଆମର ଡିଜିଟାଲ ଜୀବନର କେନ୍ଦ୍ର ଏବଂ ସ୍ପଷ୍ଟ ଓ ଡ୍ୟାମେଜ୍‌-ଫ୍ରି ଡିସ୍‌ପ୍ଲେଗୁଡିକ ଉପରେ ଆମର ବର୍ଦ୍ଧିତ ନିର୍ଭରଶୀଳତା ସହ ସ୍କ୍ରାଚ୍‌ ଓ ଡ୍ରପ୍‌ ରେଜିଷ୍ଟାନ୍ସ ପାଇଁ ଆବଶ୍ୟକତା ବୃଦ୍ଧି ପାଇଛି। ବିଶେଷକରି କର୍ନିଙ୍ଗ୍‌ର ବିସ୍ତୃତ ଅନୁସନ୍ଧାନ ଦର୍ଶାଇଛି ଯେ, ଚାଇନା, ଭାରତ ଓ ୟୁନାଇଟେଡ୍‌ ଷ୍ଟେଟ୍‌ସ ଭଳି ୩ଟି ସର୍ବବୃହତ୍‌ ବଜାରର ପ୍ରାୟ ୮୪% ଉପଭୋକ୍ତାଙ୍କ ପାଇଁ ବ୍ରାଣ୍ଡ୍‌ର ପ୍ରମାଣିତ ସ୍ଥାୟିତ୍ୱ ଏକ ନମ୍ବର କ୍ରୟ ବିଚାର ଭାବେ ରହିଛି।
ସେହିଭଳି ଆମେ ଆମର ବୈଜ୍ଞାନିକମାନଙ୍କୁ ଆସ୍‌ଫାଲ୍ଟ ତୁଳନାରେ ଅଧିକ ମଜଭୁତ ଚଟାଣଗୁଡିକ ଉପରେ ଅଣ୍ଟା ଉଚ୍ଚତାର ପଡ଼ିବା ସ୍ଥିତିରେ ସୁରକ୍ଷିତ ରହିବା ପାଇଁ ପର୍ଯ୍ୟାପ୍ତ ଡ୍ୟୁରାବୁଲ ଥିବା କେବଳ ଏକ ଗ୍ଲାସ୍‌ କମ୍ପୋଜିଶନ ସୃଷ୍ଟି କରିବା ପାଇଁ ନୁହେଁ ବରଂ ବଡ଼ ଓ ଓଜନିଆ ଡିଭାଇସ୍‌ଗୁଡିକ ପାଇଁ କଭର୍‌-ଗ୍ଲାସ୍‌ ପ୍ରଦର୍ଶନକୁ ଉନ୍ନତ କରିବାକୁ ଆହ୍ବାନ କରିଥିଲୁ। ଅଧିକ ବିଳାସପୂର୍ଣ୍ଣ ଓ ବିବିଧ ଡିଜାଇନ୍‌ ସହିତ ଆଜିର ସ୍ମାର୍ଟଫୋନ୍‌ଗୁଡିକ ୪ବର୍ଷ ପୂର୍ବ ତୁଳନାରେ ପ୍ରାୟ ୧୫% ଅଧିକ ଓଜନିଆ ଓ ସ୍କ୍ରିନ୍‌ ଆକାରଗୁଡିକ ୧୦%ପର୍ଯ୍ୟନ୍ତ ବଡ଼ ହୋଇଛି-ଯାହା କଭର୍‌ ଗ୍ଲାସ୍‌ ଉପରେ ଚାପ ଓ କ୍ଷତିର ସମ୍ଭାବନାକୁ ବୃଦ୍ଧି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ପଛରେ ଗୋଡ଼ାଇବା ଛାଡ଼ନ୍ତୁ, ଜେସିବି କିଣନ୍ତୁ! ମାସକୁ ଲକ୍ଷ ଲକ୍ଷ ରୋଜଗାର, ହେବେ ମାଲାମାଲ୍‌…

ନୂଆଦିଲ୍ଲୀ,୧୭।୬: ଭାରତରେ ଜେସିବି(JCB)ର ଚାହିଦା ବେଶ୍‌ ଅଧିକ। ନାଳ ଖୋଳିବାଠାରୁ ଆରମ୍ଭ କରି ଘର ଭାଙ୍ଗିବା, ନିର୍ମାଣ କାର୍ଯ୍ୟ, ସଡ଼କ ପ୍ରସ୍ତୁତି ଏବଂ ଜମି ସମତଳ କରିବା…

ଆଜି ୫୦ ହଜାର କୋଟି ସାମ୍ରାଜ୍ୟର ମାଲିକ ୨୫ ବର୍ଷର ଏହି ଯୁବକ! ୧୪ ବର୍ଷ ବୟସରୁ କଲେଜ ଛାଡି ଆରମ୍ଭ କରିଥିଲେ…

ନୂଆଦିଲ୍ଲୀ,୧୭।୬: : ଏଲନ ମସ୍କଙ୍କ କମ୍ପାନୀ ସ୍ପେସଏକ୍ସ (SpaceX), ଏଆଇ-ଆଧାରିତ (AI-based) କୋଡିଂ ପ୍ଲାଟଫର୍ମ ‘କର୍ସର’ (Cursor)ର ପ୍ୟାରେଣ୍ଟ କମ୍ପାନୀ ‘ଏନିସ୍ପିୟର ଇଙ୍କ’ (Anysphere Inc)କୁ ୬୦…

ଇଥାନଲ୍ ବ୍ୟବସାୟରୁ ବମ୍ପର ଲାଭ! କମ୍ ନିବେଶରେ କୋଟିପତି ବନାଇବ ଏହି ୩ଟି ସୁପରହିଟ୍ ବିଜନେସ୍ ଆଇଡିଆ

ନୂଆଦିଲ୍‌ଲୀ,୧୭।୬: ଭାରତରେ ଗ୍ରୀନ ଏନର୍ଜି (ଶକ୍ତି) ଏବଂ ବୈକଳ୍ପିକ ଇନ୍ଧନର ଚାହିଦା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏହି ସମୟରେ ଇଥାନଲ (Ethanol) ଏଭଳି ଏକ ସେକ୍ଟର…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

ସରକାରଙ୍କ ବଡ଼ ନିଷ୍ପତ୍ତି: ଡିଜେଲ ଉପରେ ରପ୍ତାନି ଶୁଳ୍କ ପ୍ରତି ଲିଟର ୧୪ ଏବଂ ATF ଉପରେ ପ୍ରତି ଲିଟର ୧୨.୫ ଟଙ୍କା ବୃଦ୍ଧି, ଜାଣନ୍ତୁ କ’ଣ ପଡିବ ପ୍ରଭାବ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର ଜୁନ ୧୬, ୨୦୨୬ ରୁ ପେଟ୍ରୋଲିୟମ ଉତ୍ପାଦ ଉପରେ ରପ୍ତାନି ଶୁଳ୍କ ସଂଶୋଧନ କରିଛନ୍ତି। ଡିଜେଲ ଏବଂ ବିମାନ ଟର୍ବାଇନ ଇନ୍ଧନ (ATF)…

ପହିଲି ରଜରେ କମିଲା ତେଲ ଦର! ଭୁବନେଶ୍ୱର ଏତିକି ଅଛି ପ୍ରାଇସ….

ଭୁବନେଶ୍ୱର୧୪।୬: ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ…

୪ଟଙ୍କା କମିଲା ପେଟ୍ରୋଲ ଦର, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ,୧୩।୬: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଡିଜେଲ ଦରରେ କ୍ରମାଗତ ପଞ୍ଚମ ଥର ପାଇଁ ହ୍ରାସ କରିଛନ୍ତି। ଇନ୍ଧନ ମୂଲ୍ୟ କମିବା ଦ୍ୱାରା ସାଧାରଣ ଜନତା ଉପକୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri