Posted inଜାତୀୟ

ଶାହାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

ନୂଆଦିଲ୍ଲୀ,୧୯ା୧୨:ଭାରତୀୟ ସମ୍ବିଧାନର ସ୍ଥପତି ଡ. ଭୀମରାଓ ଆମ୍ବେଡକରଙ୍କ ଉପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ମନ୍ତବ୍ୟକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ଏମ୍‌ପିମାନେ ବୁଧବାର ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରୁଲ୍‌ ୧୮୭ ଅଧୀନ ରାଜ୍ୟ ସଭାର ରୁଲ୍ସ ଅଫ୍‌ ପ୍ରୋସିଡ୍ୟୁର୍‌ ଆଣ୍ଡ୍‌ କଣ୍ଡକ୍ଟ ଅଫ୍‌ ବିଜ୍‌ନେସ୍‌ ବଳରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସଦସ୍ୟ ଡେରେକ୍‌ ଓ’ବ୍ରାଏନ୍‌ ଏନେଇ ନୋଟିସ ଦାଖଲ କରିଛନ୍ତି। ମଙ୍ଗଳବାର ସ୍ବରାଷ୍ଟ୍ରମନ୍ତ୍ରୀ ଉଚ୍ଚ ସଦନରେ ସମ୍ବିଧାନ ସମ୍ପର୍କିତ ବିତର୍କ ବେଳେ ବିବୃତି ରଖି ଆମ୍ବେଡକରଙ୍କ ଉପରେ ଦେଇଥିବା ମନ୍ତବ୍ୟକୁ ଉକ୍ତ ନୋଟିସରେ ଉଲ୍ଲେଖ କରାଯାଇଛି। ଗୃହର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ ଶାହାଙ୍କ ମନ୍ତବ୍ୟକୁ ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସୁରକ୍ଷା ଦେଉଥିବା ସମାଲୋଚନା କରିଛନ୍ତି। ଏଥିସହ ଶାହା ମଧ୍ୟରାତ୍ରି ସୁଦ୍ଧା ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଖାର୍ଗେ ଦାବି କରିଛନ୍ତି। ଅନ୍ୟପକ୍ଷେ କଂଗ୍ରେସ ତାଙ୍କ ଭାଷଣକୁ କଦର୍ଥ କରିଥିବା ଦର୍ଶାଇ ଶାହା ବିରୋଧୀ ଦଳକୁ ଦଳିତ ବିରୋଧୀ ଆଖ୍ୟା ଦେଇଛନ୍ତି। ଶୀତ ଅଧିବେଶନ ଶେଷ ହେବାକୁ ଯାଉଥିବାବେଳେ ଏହି ପ୍ରସଙ୍ଗରେ ଶାସକ-ବିରୋଧୀ ମୁହଁାମୁହଁି ହେବା ପରେ ସଂସଦ ଭିତରେ ଓ ବାହାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି।
ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହେବାର ୭୫ତମ ବର୍ଷପୂର୍ତ୍ତି ଅବସରରେ ଏହା ଉପରେ ସଂସଦର ଉଭୟ ଗୃହରେ ବିତର୍କ ଚାଲିଥିଲା। ଲୋକ ସଭାରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ବିବୃତି ରଖିଥିଲେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରି ସରକାରଙ୍କୁ ବାରମ୍ବାର ସମାଲୋଚନା କରୁଥିବାବେଳେ ମଙ୍ଗଳବାର ଶାହା ଉଚ୍ଚ ସଦନରେ ଏହାକୁ ନିନ୍ଦା କରିଥିଲେ। ଶାହା କହିଥିଲେ, ଏବେ ଏକ ଫ୍ୟାଶନ୍‌ ହୋଇଯାଇଛି ‘ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର, ଆମ୍ବେଡକର। କଂଗ୍ରେସ ନେତାମାନେ ଯେତିକି ଥର ‘ଆମ୍ବେଡକର ଆମ୍ବେଡକର’ ଚିତ୍କାର କରୁଛନ୍ତି, ସେତେଥର ଭଗବାନଙ୍କ ନାମ ନେଇଥିଲେ ୭ ଜନ୍ମ ଧରି ସ୍ବର୍ଗରେ ସ୍ଥାନ ପାଇଥାଆନ୍ତେ। କଂଗ୍ରେସ ଆମ୍ବେଡକରଙ୍କ ନାମ ଧରୁଥିବାରୁ ଭାଜପା ଖୁସି, କିନ୍ତୁ ବିରୋଧୀ ଦଳ ତାଙ୍କ ପ୍ରତି ଥିବା ନିଜ ମନୋଭାବର ମଧ୍ୟ ପରିପ୍ରକାଶ କରିବା ଉଚିତ ବୋଲି ସେ କହିଥିଲେ। ଏହାକୁ ନେଇ କଂଗ୍ରେସ ସମେତ ବିରୋଧୀ ଇଣ୍ଡିଆ ବ୍ଲକ୍‌ ନେତାମାନେ ଏନ୍‌ଡିଏ ସରକାରଙ୍କୁ ଘେରିଛନ୍ତି।
ଏକ ଖବରତାଦା ସମ୍ମିଳନୀକୁ ସମ୍ବୋଧିତ କରି ଖାର୍ଗେ କହିଛନ୍ତି, ଦଳିତଙ୍କ ପ୍ରତୀକ ଆମ୍ବେଡକରଙ୍କ ପ୍ରତି ଶାହା ଜାତିଆଣ ମନ୍ତବ୍ୟ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କୁ ସୁରକ୍ଷା ଦେଉଛନ୍ତି। ସେମାନେ ଭାରତୀୟ ସମ୍ବିଧାନ ପରିବର୍ତ୍ତେ ମନୁସ୍ମୃତିର ସିଦ୍ଧାନ୍ତଗୁଡ଼ିକୁ ମାନନ୍ତି। ଶାହାଙ୍କ ମନ୍ତବ୍ୟ କେବଳ ଆମ୍ବେଡକରଙ୍କୁ ନୁହେଁ, ବରଂ ସମସ୍ତ ଭାରତୀୟଙ୍କୁ ଅପମାନିତ କରିଛି। ତେଣୁ ଶାହା ଓ ମୋଦି ଦେଶବାସୀଙ୍କୁ କ୍ଷମାମାଗନ୍ତୁ। ଶାହା ବୁଧବାର ମଧ୍ୟରାତ୍ରି ସୁଦ୍ଧା ସ୍ବରାଷ୍ଟ୍ରମନ୍ତ୍ରୀ ପଦ ଛାଡ଼ନ୍ତୁ। ଆମ୍ବେଡକରଙ୍କ ପ୍ରତି ମୋଦିଙ୍କ ସମ୍ମାନ ଥିଲେ ସେ ଶାହାଙ୍କୁ ନିଜ ଆଡ଼ୁ କ୍ୟାବିନେଟ୍‌ରୁ ବାଦ୍‌ ଦିଅନ୍ତୁ। ଲୋକ ସଭାରେ ମଧ୍ୟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ ଦଳର ସଦସ୍ୟମାନେ ଶାହାଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ଟିଏମ୍‌ସି ସଦସ୍ୟମାନେ ‘ଜୟ ଭୀମ’ ସ୍ଲୋଗାନ ଦେଇ ଶାହାଙ୍କ କ୍ଷମା ଦାବି କରିଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ଜାତିଆଣ ଓ ଦଳିତ ବିରୋଧୀ ବୋଲି କହିଛନ୍ତି। ତାଙ୍କ ମନ୍ତବ୍ୟରୁ ଭାଜପାର ମାସ୍କ (ମୁଖାବରଣ) ଖୋଲିଯାଇଛି ଏବଂ ସତ ପଦାକୁ ଆସିଯାଇଛି ବୋଲି ଏକ୍ସ’ରେ ମମତା ପୋଷ୍ଟ କରିଛନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ପକ୍ଷରୁ ପାଟନାରେ ବିକ୍ଷୋଭ କରାଯାଇଥିବାବେଳେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଶାହାଙ୍କଠାରୁ କ୍ଷମା ଦାବି କରାଯାଇଛି।
ବିରୋଧୀଙ୍କ ଶଣ୍ଢୁଆସି ଆକ୍ରମଣର ଜବାବ ଦେବାକୁ ଯାଇ ଶାହା କହିଛନ୍ତି, ସମ୍ବିଧାନ ପ୍ରଣେତାଙ୍କ ପ୍ରତି ତାଙ୍କ ଓ ଭାଜପାର ସମ୍ମାନ ରହିଛି। ଦେଶ ସ୍ବାଧୀନ ହେବା ପରେ ପ୍ରଥମ କ୍ୟାବିନେଟ୍‌ରେ ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ନେଇ କଂଗ୍ରେସ ସରକାରଙ୍କ ସହ ଆମ୍ବେଡକରଙ୍କ ମତଭେଦ ରହିଥିଲା। ଏଥିପାଇଁ ତାଙ୍କୁ କ୍ୟାବିନେଟ୍‌ରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଦେଶର ବିଭିନ୍ନ ଭାଗରେ ଥିବା ଆମ୍ବେଡକରଙ୍କ ଅଧିକାଂଶ ପ୍ରତିମୂର୍ତ୍ତି ଭାଜପା କ୍ଷମତାକୁ ଆସିବା ପରେ ହିଁ ନିର୍ମାଣ କରାଯାଇଛି। କଂଗ୍ରେସ ଯେଉଁ ବ୍ୟକ୍ତିଙ୍କୁ ଏତେ ବିରୋଧ କରୁଥିଲା, ତାଙ୍କ ନାମ ଧରି ଭୋଟ ବ୍ୟାଙ୍କ ରାଜନୀତି କରିବା କେତେ ଯଥାର୍ଥ ବୋଲି ଖାର୍ଗେଙ୍କୁ ଶାହା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri