ରସିଦ ନକଲ କରି ବାଲିଚାଲାଣ

କାମାକ୍ଷାନଗର, ୨।୬(ଡି.ଏନ୍‌.ଏ.): ତହସିଲ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ରସିଦ ବହି (ଓ୍ବାଇ-ଫର୍ମ) ନକଲ କରି ବାଲିଘାଟରୁ ବାଲି ଚାଲାଣ କରିବା ମହଙ୍ଗା ପଡ଼ିଛି। ଏଭଳି ବାଲି ଚାଲାଣ କରୁଥିବା ଦୁଇଟି ଟ୍ରକ୍‌ (ନଂ. ଓଆର୍‌ ୦୪ ଇ ୦୦୯୭ ଏବଂ ଓଆର୍‌ ୧୯ ବି ୧୨୨୮)କୁ ଜବତ କରିଛନ୍ତି କାମାକ୍ଷାନଗର ସହକାରୀ ଜିଲାପାଳ ମଦନମୋହନ ଜେନା। ସମ୍ପୃକ୍ତ ଗାଡ଼ି ମାଲିକଙ୍କ ନିକଟରୁ ୫୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଭୁବନ ରାଜସ୍ବ ସର୍କଲର ଜୟପୁର ବାଲିଘାଟକୁ ୨୦୨୦-୨୧ ବର୍ଷ ପାଇଁ ନିଲାମ ନେଇଥିଲେ ମନୋଜ କୁମାର ପୋଥାଳ। ଉକ୍ତ ଘାଟରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବା ସୂଚନା ମିଳିବା ପରେ ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୯ଟାରେ ଭୁବନ ପୋଲିସ ସହାୟତାରେ ସହକାରୀ ଜିଲାପାଳ ଚଢ଼ାଉ କରିଥିଲେ। ବାଲିଘାଟରୁ ବାଲି ପରିବହନ ପାଇଁ ତହସିଲ ପକ୍ଷରୁ ରସିଦ୍‌ ବହି (ଓ୍ବାଇ ଫର୍ମ) ପ୍ରଦାନ କରାଯାଇଥାଏ। ତଦନୁଯାୟୀ ଗୋଟିଏ ଗାଡ଼ି ଦିନକୁ ଥରେ ବାଲି ପରିବହନ କରିବାକୁ ଅନୁମତି ରହିଛି। ହେଲେ ଓ୍ବାଇ-ଫର୍ମ ରସିଦ୍‌ର ନକଲ କରି ଗୋଟିଏ ଗାଡ଼ିରେ ଏକାଧିକ ଥର ବାଲିଚାଲାଣ କରାଯାଉଥିବା ତଦନ୍ତ ବେଳେ ଜଣାପଡ଼ିଛି।
ସେହିପରି ଅଁଳାବେରେଣୀରେ ଲିଜ୍‌ଧାରୀ ଉମାକାନ୍ତ ସାହୁଙ୍କ ପଥର ଖାଦାନରେ ତୁମୁସିଙ୍ଗା ଆର୍‌ଆଇଙ୍କ ସହଯୋଗରେ ଚଢ଼ାଉ କରି ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଗାଡ଼ି ମାଲିକଙ୍କ ନିକଟରୁ ୩୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ବିଭିନ୍ନ ଲଘୁ ଖଣିଜ ଉତ୍ସରୁ ବେଆଇନ ଭାବେ ଖଣିଜ ପଦାର୍ଥ ଚୋରାଚାଲାଣ ହେଉଛି। ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟବସାୟୀଙ୍କଠାରୁ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସହକାରୀ ଜିଲାପାଳ ସତର୍କ କରାଇଛନ୍ତି। ଚଢ଼ାଉରେ ଗଡ଼ନୃସିଂହପ୍ରସାଦ, ଭୁବନ ରାଜସ୍ବ ନିରୀକ୍ଷକଙ୍କ ସମେତ ତୁମୁସିଙ୍ଗା ଏବଂ ଭୁବନ ପୋଲିସ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri