Posted inଗଜପତି

ସମବାୟ ସହରାଞ୍ଚଳ ବ୍ୟାଙ୍କ ନିର୍ବାଚନ: ୧୫ ନିର୍ଦ୍ଦେଶକ ପଦବୀରୁ ୬ ନିର୍ଦ୍ୱନ୍ଦ୍ୱ

ପାରଳାଖେମୁଣ୍ଡି,୯ା୬(ଡି.ଏନ୍‌.ଏ.): ଗଜପତି ସମବାୟ ସହରାଞ୍ଚଳ ବ୍ୟାଙ୍କ ଲିଃ. ପାରଳାଖେମୁଣ୍ଡିର ୧୫ଟି ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୫ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଜୋନ ନଂ୧,୨, ୬, ୭,୧୧ ଓ ୧୫ରେ ନିର୍ଦ୍ଦେଶକ ପଦବୀ ନିମନ୍ତେ ଜଣେ ଲେଖାଏ ନାମାଙ୍କନପତ୍ର ଦାଖଲ କରିଥିବାରୁ ସେମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି ।
ସମବାୟ ସହରାଞ୍ଚଳ ବ୍ୟାଙ୍କର ନିର୍ବାଚନ ଅଧିକାରୀ ନାରାୟଣ ସେଠୀଙ୍କ ସୂଚନା ପ୍ରକାରେ ୧୫ ନିର୍ଦ୍ଦେଶକ ପଦବୀ ନିମନ୍ତେ ୨୮୨୮ଜଣ ସଦସ୍ୟ ନିଜ ମତାଧିକାର ସାବ୍ୟସ୍ତ କରିବେ। ଜୋନ ନଂ.୧୫ରେ ୧୯୬ ସଦସ୍ୟ ରହିଥିବା ବେଳେ ଅନ୍ୟ ସମସ୍ତ ଜୋନରେ ୧୮୮ଜଣ ଲେଖାଏ ସଦସ୍ୟ ରହିଛନ୍ତି । ଜୋନ ନଂ.୧ରେ ଭାନା ଦଣ୍ଡାସୀ(ଅନୁସୂଚିତ ଜାତି), ଜୋନ ନଂ.୨ରେ ଅଭିମନ୍ୟୁ ପଣ୍ତା(ଅଣସଂରକ୍ଷିତ), ୩ ନଂରେ ଲକ୍ଷ୍ମୀକାନ୍ତ ପରିଚ୍ଛା ଓ ବିଭୂତି ଭୂଷଣ ହୋତା(ଅଣସଂରକ୍ଷିତ), ୪ନଂ.ରେ ଦାନନା ଆପାରାଓ ଓ ୟେଦଲା ସିମାଦ୍ରୀ (ଅନ୍ୟାନ୍ୟ ପଛୁଆ ବର୍ଗ), ୫ନଂରେ ଆନି ଶଙ୍କର ରାଓ ଓ ଭାଟକାଲୁ ସାବରୈୟା(ଅନ୍ୟାନ୍ୟ ପଛୁଆବର୍ଗ), ୬ନଂରେ ଅନୀତା କୁମାରୀ ପଣ୍ତା(ମହିଳା), ୭ ନଂ.ଜୋନରେ ଗୀତାରାଣି ପଣ୍ତା(ମହିଳା), ଜୋନ ନଂ ୮ରେ ୱାଇ. ଗାଡେୟା ଓ ରମେଶ ବେହେରା(ଅନୁସୂଚିତ ଜାତି), ଜୋନ ନଂ.୯ରେ ଆଦର୍ଶ କୁମାର ଦାସ ଓ କର୍ଣ୍ଣମ ରବିକୁମାର(ଅନ୍ୟାନ୍ୟ ପଛୁଆବର୍ଗ), ଜୋନ ନଂ୧୦ରେ ଜମାଦାର ପଟ୍ଟନାୟକ ଓ ଦିନବନ୍ଧୁ ସାବତ(ଅଣସଂରକ୍ଷିତ), ଜୋନ ନଂ.୧୧ରେ ଉଷାବତୀ ମହାରଣା (ଅନ୍ୟାନ୍ୟ ପଛୁଆବର୍ଗ-ମହିଳା), ୧୨ ନଂ.ଜୋନରେ ଶ୍ରୀଦେବୀ ବକ୍ସି ଓ ସାରଳା ବକ୍ସି(ମହିଳା), ୧୩ ନଂ.ଜୋନରେ ଏଲ. ଜୟଲକ୍ଷ୍ମୀ ଓ ପି. ଆମୁଲୁଆମ୍ନା(ଅନ୍ୟାନ୍ୟ ପଛୁଆବର୍ଗ-ମହିଳା), ୧୪ ନଂ.ଜୋନରେ ଅଶୋକ କୁମାର ବରାଡ ଓ ଏମ ରବିରାଜୁ(ଅନ୍ୟାନ୍ୟ ପଛୁଆବର୍ଗ) ଏବଂ ୧୫ ନଂ.ଜୋନରେ ଆଦର୍ଶ କୁମାର ଦାସ (ଅନ୍ୟାନ୍ୟ ପଛୁଆବର୍ଗ) ନିମନ୍ତେ ସଂରକ୍ଷିତ ରହିଥିବା ନିର୍ଦ୍ଦେଶକ ପଦବୀ ସକାଶେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀ ମାନଙ୍କ ପାଇଁ ଜୁନ ୧୩ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ସମୟ ଧାର୍ଯ୍ୟ କରାଯାଇଛି ଓ ୧୪ରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ୨୬ତାରିଖରେ ନିର୍ବାଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନଡ଼ିଆ ଗଛରୁ ବାଘୁଆ ମହୁମାଛି ବାହାରି ହଠାତ କଲା ଆକ୍ରମଣ: ବୃଦ୍ଧ ଗୁରୁତର, ୪ ଯୁବକ…

ମୋହନା,୬।୪:(ମନ୍ମଥ ମିଶ୍ର): ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ ଜଣେ ବୃଦ୍ଧ ଗୁରୁତର। ଏଭଳି ଘଟଣା ଘଟିଛି ଗଜପତି ଜିଲା ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗାଁରେ।…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

କେନ୍ଦୁଘାଟିରେ ଓଲଟିଲା କୋଳଥ ବୋଝେଇ ଟ୍ରକ୍‌: ଡ୍ରାଇଭର ଗୁରୁତର 

ମୋହନା,୫।୪(ମନ୍ମଥ ମିଶ୍ର):ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟ କେନ୍ଦୁଘାଟି ବୁଲାଣିରେ ଦୁର୍ଘଟଣା ଘଟିଛି। ସୂଚନା ପ୍ରକାରେ ବ୍ରହ୍ମପୁରଠାରୁ ଏକ କୋଳଥ ବୋଝେଇ ଟ୍ରକ ଜୟପୁର…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ଛାତ୍ରୀଛାତ୍ର-ଶିକ୍ଷକଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ିବାକୁ ପ୍ରୟାସ

ମୋହନା,୪।୪( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନାରେ ଥିବା ପିଏମଶ୍ରୀ ଏସ୍‌ଏସ୍‌ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସତ୍ୟ ରଞ୍ଜନ କରଙ୍କ ତତ୍ୱାବଧାନରେ ପ୍ରବେଶ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri