ରୋଷେଇ କରି ରେକର୍ଡ

କେନ୍ଦୁଝର, ୧୪ ।୮: ଖାଦ୍ୟ ବିଶ୍ୱକୁ ଗୋଟିଏ ଥାଳିରେ ବାନ୍ଧି ରଖିଥାଏ। ଏଭଳି ଚିନ୍ତା ରଖି ପିଲାଦିନରୁ ରୋଷେଇ ପ୍ରତି ଆକୃଷ୍ଟ ହୋଇଥିବା କେନ୍ଦୁଝରର ଝିଅ ବୁସ୍‌ରା ସଲିମ ଦୀର୍ଘ ଘଣ୍ଟା ଧରି ରୋଷେଇ କରି ବିଶ୍ୱ ରେକର୍ଡ କରି ରାଜ୍ୟ ଓ ଦେଶ ପାଇଁ ଗାୈରବ ଆଣିଛନ୍ତି। ଏଥିପାଇଁ ଇଣ୍ଟରନ୍ୟାଶନାଲ ବୁକ ଅଫ୍‌ ରେକଡର୍‌ସ ପକ୍ଷରୁ ଏବେ ତାଙ୍କୁ ପଦକ ଓ ପ୍ରମାଣପତ୍ର ମିଳିଛି। ସେ ଦୀର୍ଘତମ ରୋଷେଇ ମାରାଥନରେ ଭାଗନେଇ ଏହି ଗାୈରବ ହାସଲ କରିଛନ୍ତି।
ବୁସ୍‌ରା ୨୦୨୦ ଅକ୍ଟୋବର ୧୪ରେ ଅନ୍‌ଲାଇନ୍‌ରେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ନିକଟରେ ତାଙ୍କୁ ଏହି ପ୍ରମାଣପତ୍ର ଓ ମେଡାଲ ମିଳିଛି। ସେ ୮୦ ଘଣ୍ଟା ୨୪ ମିନିଟ୍‌ ୩୩ ସେକେଣ୍ଡ ଧରି ନନ୍‌ଷ୍ଟପ ନିଜ ରୋଷେଇ ଘରେ ବିଭିନ୍ନ ପ୍ରକାର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ କରି ଏହି ରେକର୍ଡ ହାସଲ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଆମେରିକାର ଜଣେ ବ୍ୟକ୍ତିଙ୍କ ନାମରେ ଥିଲା। ସେ ୬୭ ଘଣ୍ଟା ଅନବରତ ରୋଷେଇ କରି ରେକର୍ଡର ଅଧିକାରୀ ହୋଇଥିଲେ ବୋଲି ବୁସ୍‌ରା କହିଛନ୍ତି। ବାଣିଜ୍ୟରେ ଡିଗ୍ରୀ କରି ଆମେରିକାରେ ଚାଇଲ୍ଡ ନ୍ୟୁଟ୍ରିଶନରେ ଏକ ସାର୍ଟିଫିକେଟ କୋର୍ସ କରିଥିବା ବୁସ୍‌ରା ପିଲାଦିନରୁ ରୋଷେଇ ପ୍ରତି ରୁଚି ରହିଆସିଥିବା କୁହନ୍ତି। ବିଭିନ୍ନ ପ୍ରକାର ରୋଷେଇ କରିବା ତାଙ୍କର ସଉକ ଥିଲା। ବିଶେଷ କରି କୋଭିଡ୍‌ କଟକଣା ସମୟରେ ସେ ୨୦ରୁ ଊର୍ଦ୍ଧ୍ୱ ଜାତୀୟସ୍ତରୀୟ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛନ୍ତି। ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଶେଫ୍‌ ରଣବୀର ବ୍ରାର, ଆଶିଷ ଭାସିନଙ୍କଠାରୁ ବେଷ୍ଟ ଟ୍ରାଡିଶନାଲ ଡେଜର୍ଟ ପୁରସ୍କାର ପାଇଥିବା ବୁସରା କହିଛନ୍ତି। ତାଙ୍କ ଘର କେନ୍ଦୁଝର ସହରର ମାଗୁରଗାଡ଼ିଆ ଅଞ୍ଚଳରେ। ୫ବର୍ଷ ପୂର୍ବରୁ ତାଙ୍କର ବିବାହ ଝାଡ଼ଖଣ୍ଡରେ ଜଣେ ବ୍ୟବସାୟୀଙ୍କ ସହ ହୋଇଥିଲା। ୨ପୁଅ ଏବଂ ପରିବାର ସହ ସେ କେନ୍ଦୁଝରରେ ରହୁଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri