ବଦଳାଇପାରିବେ ଫଟା ନୋଟ୍‌: ଆର୍‌ବିଆଇ

ନୂଆଦିଲ୍ଲୀ,୨୦।୫:କେନ୍ଦ୍ର ସରକାର ୨ହଜାର ଟଙ୍କିଆ ନୋଟ୍‌ ସର୍କ୍ୟୁଲେଶନକୁ ନେଇ ଶୁକ୍ରବାର ବଡ ଘୋଷଣା କରିଛନ୍ତି। ଏହି ନୋଟ୍‌ ଆଉ ଛପା ଯିବ ନାହିଁ କିମ୍ବା ବଜାରରେ ସର୍କ୍ୟୁଲେଶନ୍‌ କରାଯିବ ନାହିଁ ବୋଲି ଆର୍‌ବିଆଇ ପକ୍ଷରୁ ସୂଚନା ଦିଆଯାଇଛି। ଆର୍‌ବିଆଇ ଗ୍ରାହକଙ୍କୁ ୨ହଜାର ଟଙ୍କିଆ ନୋଟ୍‌ ନ ଦେବାକୁ ବ୍ୟାଙ୍କ୍‌ଗୁଡିକୁ ନିର୍ଦ୍ଦେଶ ଦେଇଛି। ଏଥିସହ ୧୦୦, ୨୦୦ ଏବଂ ୫୦୦ଟଙ୍କିଆ ନୋଟ୍‌କୁ ନେଇ ମଧ୍ୟ ଆର୍‌ବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି। ଏଥର ଆପଣଙ୍କ ପାଖରେ ଥିବା ୧୦୦, ୨୦୦ ଏବଂ ୫୦୦ ଟଙ୍କିଆ ଫଟା ନୋଟ୍‌କୁ ନେଇ ବ୍ୟାଙ୍କ୍‌ରେ ବଦଳାଇପାରିବେ ଏବଂ ବ୍ୟାଙ୍କରୁ ନୂଆ ନୋଟ୍‌ ଆଣିପାରିବେ।

ବ୍ୟବହାର ହୋଇ ପାରୁ ନ ଥିବା ୧୦୦, ୨୦୦ ଏବଂ ୫୦୦ଟଙ୍କିଆ ପୁରୁଣା କିମ୍ବା ଚିରା ଫଟା ନୋଟ୍‌ ଏବେ ବ୍ୟାଙ୍କରେ ପରିବର୍ତ୍ତନ ହୋଇପାରିବ। ନିକଟସ୍ଥ ବ୍ୟାଙ୍କକୁ ଯାଇ ଆପଣ ଏହାକୁ ବଦଳାଇପାରିବେ। ଯଦି କୌଣସି ବ୍ୟାଙ୍କ କର୍ମଚାରୀ ଆପଣଙ୍କ ନୋଟ୍‌ ବଦଳାଇବାକୁ ମନା କରନ୍ତି , ତେବେ ଆପଣ ଏହି ବିଷୟରେ ଅଭିଯୋଗ ମଧ୍ୟ କରିପାରିବେ।

ଆରବିଆଇ କହିଛି ଯେ, ଯଦି ଆପଣଙ୍କ ଫଟା ନୋଟ୍‌ର ଗୋଟିଏ ପାଖ ହଜିଯାଇଥିଲେ କିମ୍ବା ଦୁଇ ଭାଗ ହୋଇ ଚିରି ଯାଇ ଏକାଠି ଯୋଡା ଯାଇଥିଲେ ବ୍ୟାଙ୍କ ଏହାକୁ ଗ୍ରହଣ କରିବ। ଏହା ବଦଳରେ ଆପଣଙ୍କୁ ନୂଆ ନୋଟ୍‌ ମିଳିପାରିବ। ସେହିପରି ଧ୍ୟାନ ରଖିବେ ନୋଟ୍‌ରେ ଆରବିଆଇର ନାମ, ଦସ୍ତଖତ, ଅଶୋକ ସ୍ତମ୍ଭ, ମହାତ୍ମା ଗାନ୍ଧିଙ୍କ ଫଟୋ, ନୋଟ୍‌ରେ ଥିବା ଓ୍ବାଟର ମାର୍କ ଲିଭିଯାଇଥିଲେ ନୋଟ୍‌ ବଦଳା ଯାଇପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?