ପଞ୍ଚାୟତ ସମିତି ଅଧିବେଶନରେ ଷ୍ଟାଣ୍ଡିଂ କମିଟି ଗଠନକୁ ନେଇ ହଟ୍ଟଗୋଳ

ଗଞ୍ଜାମ,୧୬ା୧୧(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ଠାରେ ଚତୁର୍ଥ ପଞ୍ଚାୟତ ସମିତି ଅଧିବେଶନ ବୁଧବାର ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବିଡିଓ ଜସ୍ମିନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ଜିପିଓ ଶ୍ରୀକାନ୍ତ କୁମାର ଗୌଡ଼ ପୂର୍ବ ଅଧିବେଶନ ବିବରଣୀ ପଠନ କରିଥିଲେ। ୧୫ ନମ୍ବର ଜିଲା ପରିଷଦ ସଭ୍ୟ ସନାତନ ବେହେରା, ବିଇଓ ଭାଗିରଥୀ ବେହେରା, ମେଡିକାଲ ଅଫିସର ସୌମ୍ୟକାନ୍ତ ମହାପାତ୍ର, ସିଡିପିଓ ସଲୀଳା ପ୍ରଧାନ, ବିଦ୍ୟୁତ୍‌ ବିଭାଗ ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଦିଲେଶ୍ୱର ଆଚାର୍ଯ୍ୟ, କୃଷି ସହକାରୀ ଅଧିକାରୀ ଜାନକୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ବୈଠକ ପ୍ରାରମ୍ଭରେ ବିଭିନ୍ନ ବିଭାଗକୁ ନେଇ ଷ୍ଟାଣ୍ଡିଂ କମିଟି ଗଠନ ବେଳେ ଭାଜପା ସମର୍ଥିତ ସମିତି ମେମ୍ବରମାନେ ହଟ୍ଟଗୋଳ କରିଥିଲେ। ଶାସକ ଦଳ ସମର୍ଥିତ ସମିତି ମେମ୍ବର ଓ ବିରୋଧୀ ଭାଜପା ସମର୍ଥିତ ଜନପ୍ରତିନିଧିମାନଙ୍କ ମଧ୍ୟରେ କଥା କଟାକଟି ପର୍ଯ୍ୟନ୍ତ ଯାଇଥିଲା। ପରବର୍ତ୍ତୀ ସମୟରେ ବିଡିଓ ଆପୋସ ସମାଧାନ କରିବା ପରେ ୭ଟି ସ୍ଥାୟୀ ଷ୍ଟାଣ୍ଡିଂ କମିଟି ଗଠନ ହୋଇଥିଲା। ଯୋଜନା, ଅର୍ଥ, ପାନୀୟ ଜଳ ଯୋଗାଣ, ଜଙ୍ଗଲ ଓ ପରିବେଶ, ଗୋଖାଦ୍ୟ, ଶିକ୍ଷା କ୍ରୀଡ଼ା ଓ ସ୍ବାସ୍ଥ୍ୟ ବିଭାଗକୁ ନେଇ ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନ ଭାବେ ବ୍ଲକ ଉପାଧ୍ୟକ୍ଷା ମନୋନୀତ ହୋଇଥିବା ବେଳେ ମହିଳା ଶିଶୁ ବିକାଶ, ଗ୍ରାମାଞ୍ଚଳ ଗୃହ ନିର୍ମାଣ ଓ ସାମାଜିକ କଲ୍ୟାଣ ସ୍ଥାୟୀ କମିଟି ଚେୟାରମ୍ୟାନ ପାଇଁ ବ୍ଲକ ଅଧ୍ୟକ୍ଷାଙ୍କୁ ମନୋନୀତ କରାଯାଇଛି। ବିର୍ତ୍ତମାନ ଏହି ବ୍ଲକରେ ୧୩୦ ଯକ୍ଷ୍ମା ରୋଗୀଙ୍କ ମଧ୍ୟରୁ ୧୦୦ ରୋଗୀ ଭଲ ହୋଇଯାଇଥିବା ବେଳେ ମାତ୍ର ୩୦ ରୋଗୀଙ୍କୁ ମାଗଣା ମେଡ଼ିସିନ ଦିଆଯାଉଛି ବୋଲି ମେଡିକାଲ ଅଫିସର ମହାପାତ୍ର କହିଥିଲେ। ଟିବି ମୁକ୍ତ ଗଞ୍ଜାମ ବ୍ଲକ ପାଇଁ ଆହ୍ବାନ ଦିଆଯାଇଛି। କାଇଁଚପୁର ପଞ୍ଚାୟତରେ ସ୍ବୟଂ ସହାୟକ ମହିଳା ଗୋଷ୍ଠୀଙ୍କ ଟଙ୍କା ହେର୍‌ଫେର୍‌ ଘଟଣାର କ’ଣ ତଦନ୍ତ ହୋଇଛି ତାହା ୧୫ ନଂ ଜୋନ୍‌ ଜିଲା ପରିଷଦ ସଭ୍ୟ ବିଡିଓଙ୍କୁ ପ୍ରଶ୍ନ କରିଥିଲେ। ଅନ୍ୟପଟେ ନିମ୍ନମାନର ଛତୁଆ ତିଆରି କରି ତାହା ବଣ୍ଟନ କରାଯାଉଛି। ଯାହା ଶିଶୁମାନଙ୍କ ପ୍ରତି ବିପଦ ବୋଲି କିଛି ସମିତି ମେମ୍ବର ଓ ସରପଞ୍ଚ ଅଭିଯୋଗ ଆଣିଥିଲେ। କମିଟି ତଦନ୍ତ କରି ରିପୋର୍ଟ ପ୍ରଦାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ଜସ୍ମିନ ପ୍ରଧାନ ସୂଚନା ଦେଇଛନ୍ତ। ଏହି ଅଧିବେଶନରେ ଏବିଡିଓ ଭବାନୀ ଶଙ୍କର ପ୍ରଧାନ, ସମିତିସଭ୍ୟା ଦୀପାଳି ନାୟକ, ମାମି ଦାସ, ଗୀତାଞ୍ଜଳି ବେହେରା, ପାଳିବନ୍ଧ ସରପଞ୍ଚ ସଂଯୁକ୍ତା ପ୍ରଧାନ, ରଞ୍ଜନ ପଳାଇ, ଜାନକୀ ଦାସ, ଆର୍‌ ଚନ୍ଦନାଙ୍କ ସମେତ ଅନ୍ୟାନ୍ୟ ସରପଞ୍ଚ, ସମିତି ମେମ୍ବର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri