ରାତାରାତି ବ୍ୟବଚ୍ଛେଦକୁ ନେଇ ବିବାଦ

କଟକ ଅଫିସ, ୧୦ା୯:ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାରେ ଅବହେଳା ଓ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଡାକ୍ତର ଚିକିତ୍ସା ନ କରାଇ ଘରକୁ ଫେରାଇ ଦେବା ଘଟଣାରେ ଅତିଷ୍ଠ ହୋଇ ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୁଧବାର ବିଧାନସଭା ନିକଟରେ ବିଷ ପିଇବା ସହ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ଏସ୍‌ସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା। ଦୁଷ୍ମନ୍ତଙ୍କ ମୃତ୍ୟୁ ପରେ ସରକାରୀ ବ୍ୟବସ୍ଥାରେ ଅବହେଳାକୁ ନେଇ ବିଭିନ୍ନ ମହଲରେ ପ୍ରତିବାଦର ସ୍ବର ଉଠିଛି। ସନ୍ଧ୍ୟା ପ୍ରାୟ ୭ଟାରେ ଦୁଷ୍ମନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ତରବରିଆ ଭାବେ ରାତିରେ ବ୍ୟବଚ୍ଛେଦ କରାଯାଇ ପୁରୀ ସ୍ବର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବା ଘଟଣା ଏବେ ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ସାଧାରଣଭାବେ ରାତିରେ ବ୍ୟବଚ୍ଛେଦ କରିବାର ନିୟମ ନ ଥିଲେ ସୁଦ୍ଧା ଦୁଷ୍ମନ୍ତଙ୍କ ବ୍ୟବଚ୍ଛେଦ କିପରି କରାଗଲା ସେନେଇ ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କୁ ପଚାରିବାରେ ସେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାତିରେ ବ୍ୟବଚ୍ଛେଦ କରାଯାଇଥିବା କହୁଛନ୍ତି। ସେପଟେ ଗୁରୁବାର ବିଧାନସଭାରେ ବିରୋଧୀ ରାଜନୈତିକ ଦଳ ଏହି ପ୍ରସଙ୍ଗରେ ଗୃହ ବିଭାଗର ଅବହେଳାକୁ ଦାୟୀ କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଥିବାବେଳେ ଭାଜପା ବିଧାୟକ ମୁକେଶ ମହାଲିଙ୍ଗ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯଦି କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ଆୟୁଷ୍ମାନ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଦୁଷ୍ମନ୍ତଙ୍କୁ ଆତ୍ମହତ୍ୟା କରିବାକୁ ପଡ଼ି ନ ଥାନ୍ତା ବୋଲି ମହାଲିଙ୍ଗ କହିଛନ୍ତି।
ଆର୍ଥିକ ବୋଝ ସହ ପରିବାରର ଭାର ମୁଣ୍ଡ ଉପରେ ଥିବାବେଳେ ଚିକିତ୍ସା ନ ପାଇ ଭାରସାମ୍ୟ ହରାଇ ଦୁଷ୍ମନ୍ତ ବିଧାନସଭା ନିକଟରେ ହାତ କାଟି ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ପରେ ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିବା ଗୋଇନ୍ଦା ବିଭାଗର ବିଫଳତାକୁ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ବିଧାନସଭା ଅଧିବେଶନ ଚାଲିଥିବାରୁ ଗୋଇନ୍ଦା ବିଭାଗ ସମ୍ପୂର୍ଣ୍ଣ ସଜାଗ ରହିଛି। ଏହାସତ୍ତ୍ୱେ ଜଣେ ଯୁବକ ବିଧାନ ସଭା ନିକଟରେ ନିଜ ହାତ କାଟି ବିଷପାନ କରିଥିଲେ ସୁଦ୍ଧା ଗୋଇନ୍ଦା ବିଭାଗ ପୂର୍ବରୁ ନ ଜାଣିପାରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଗୋଇନ୍ଦା ବିଭାଗ ପୂର୍ବ ସୂଚନା ଦେଇଥାନ୍ତା ହୁଏତ ଦୁଷ୍ମନ୍ତଙ୍କ ଜୀବନ ବଞ୍ଚତ୍ ଯାଇପାରିଥାନ୍ତା। ଗୋଇନ୍ଦା ବିଭାଗର ବିଫଳତା ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଉପରେ ଏବେ ସମସ୍ତଙ୍କ ନଜର।
ଅପରପକ୍ଷରେ ଗୁରୁବାର ଏହି ଘଟଣାରେ ଏସ୍‌ସିବି କର୍ତ୍ତୃପକ୍ଷ ନିଜର ସଫେଇ ଦେଇଛନ୍ତି। ଦୁଷ୍ମନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ତଦନ୍ତ କମିଟି ଆବଶ୍ୟକ ପରାମର୍ଶ କରିଛନ୍ତି। ଏପରି କି ଚିକିତ୍ସାର ସମସ୍ତ ପ୍ରମାଣ ସଂଗ୍ରହ କରିଛନ୍ତି। ୨୦୨୦ ମାର୍ଚ୍ଚ ୨୨ରେ ଦୁଷ୍ମନ୍ତ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପରଦିନ ଏସ୍‌ସିବିରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ବାମ ଆଣ୍ଠୁ ଉପରେ ସୃଷ୍ଟ କ୍ଷତର ନିରାକରଣ ସହିତ ପ୍ଲାଷ୍ଟିକ୍‌ ସର୍ଜରି ପରାମର୍ଶ ପାଇଁ ରେଫର୍‌ କରାଯାଇଥିଲା। ଏଥିସହିତ ସେ ଗୁରୁତର ରେନାଲ୍‌ ଟ୍ୟୁବୁଲାର୍‌ ଏସିଡୋସିସ୍‌ (ଆରଟିଏ)ରେ ପୀଡିତ ଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଦୁର୍ଘଟଣାର ୧୨ଘଣ୍ଟା ପରେ ସେ ଡାକ୍ତରଖାନାକୁ ଆସିଥିଲେ, ଯାହା ତାଙ୍କ ଅଙ୍ଗକୁ ବଞ୍ଚାଇବାରେ ବହୁତ ବିଳମ୍ବ ହୋଇଥିଲା। ତାଙ୍କୁ ଆଠ ଘଣ୍ଟା ପାଇଁ ଅର୍ଥୋପେଡିକ୍‌ ଏବଂ ପ୍ଲାଷ୍ଟିକ୍‌ ସର୍ଜନଙ୍କ ଏକ ଟିମ୍‌ ଦ୍ୱାରା ପ୍ଲାଷ୍ଟିକ୍‌ ସର୍ଜରୀ ବିଭାଗରେ ୨ଟି ଅସ୍ତ୍ରୋପଚାର କରାଯାଇଥିଲା। ପ୍ରଥମଟି ସ୍ନାୟୁ ଚିକିତ୍ସା ଏବଂ ପରେ ଚର୍ମ ଗ୍ରାଫ୍ଟିଙ୍ଗ୍‌ କରାଯାଇଥିଲା। ଦୁଷ୍ମନ୍ତଙ୍କ ଚିକିତ୍ସାରେ କୌଣସି ଅବହେଳା କରାଯାଇ ନାହିଁ, ତାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା କରାଯାଇଛି ବୋଲି ଏସ୍‌ସିବି କର୍ତ୍ତୃପକ୍ଷ ରିପୋର୍ଟରେ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

F-୧୫ ଖସାଇବା ପରେ ବଡ଼ ଘୋଷଣା କଲା ଇରାନ, ଆମେରିକୀୟ ପାଇଲଟଙ୍କୁ ଧରିଲେ ମିଳିବ ୫୫ ଲକ୍ଷ

ତେହରାନ,୪ା୪:: ଶୁକ୍ରବାର ଦିନ ଇରାନ ଏକ ଆମେରିକୀୟ F-15 ଲଢ଼ୁଆ ବିମାନକୁ ଖସାଇ ଦେଇଥିବା ଦାବି କରିଛି । ଏହି ଘଟଣା ପରେ ଜଣେ ଆମେରିକୀୟ ପାଇଲଟ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri