ହେମାମାଳିନୀଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ବିବାଦ: ‘ଗ୍ରହଣ କରିଥିଲେ ମୁସଲମାନ ଧର୍ମ’

ପୁରୀ,୧୮ା୩ (ଅଜିତ୍‌ କୁମାର ମହାନ୍ତି): ବଲିଉଡ୍‌ ଅଭିନେତ୍ରୀ ହେମାମାଳିନୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସେନାର ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ଯେ, ହେମାମାଳିନୀ ହିନ୍ଦୁ ନୁହନ୍ତି, ସେ ମୁସଲମାନ ଅଟନ୍ତି।

ତେଣୁ ତାଙ୍କର ଶ୍ରୀମନ୍ଦିରରେ ପ୍ରବେଶ କରିବା ବେଆଇନ। ହେମାମାଳିନୀ ୨୧ ଅଗଷ୍ଟ ୧୯୭୯ରେ ଅଭିନେତା ଧର୍ମେନ୍ଦ୍ରଙ୍କୁ ମୁମ୍ବାଇଠାରେ ମୁସ୍‌ଲିମ୍‌ ପ୍ରଥାରେ ବିବାହ କରିଥିଲେ। ଉକ୍ତ ବିବାହକୁ ମୌଲାନା କାଜି ଅବଦୁଲା ଫଇଜାବାଦି ନିକାହ କରାଇଥିଲେ। ବିବାହ ନିମନ୍ତେ ଧର୍ମେନ୍ଦ୍ର ଏବଂ ହେମା ୧ ଲକ୍ଷ ୧୧ ହଜାର ଟଙ୍କା ଦେଇଥିଲେ। ହିନ୍ଦୁ ବିବାହ ଆଇନ ୧୯୫୫କୁ ଫାଙ୍କିବା ପାଇଁ ଧର୍ମେନ୍ଦ୍ର ଓ ହେମା ଏପରି ପନ୍ଥା ଆପଣେଇ ବିବାହ କରିଥିଲେ। କାରଣ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଚାରି ସନ୍ତାନ ଥିଲେ। ପୂର୍ବରୁ ଗୋଟିଏ ସ୍ତ୍ରୀ ଥିବାରୁ ହିନ୍ଦୁ ଆଇନରେ ଦ୍ୱିତୀୟ ବିବାହ ଆଇନସମ୍ମତ ନୁହେଁ।

ତେଣୁ ଦ୍ୱିତୀୟ ବିବାହ କରିବା ନିମନ୍ତେ ଉଭୟେ ଧର୍ମେନ୍ଦ୍ର ଏବଂ ହେମା ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ମୁସଲମାନ ଧର୍ମରେ ଏକାଧିକ ବିବାହ କରିବାର ପ୍ରଥା ରହିଛି। ଧର୍ମେନ୍ଦ୍ର ନିଜକୁ ଦିଲାୱାର ଖାନ୍‌ କଓ୍ବେଲ କ୍ରିଷ୍ଣ ଏବଂ ହେମା ନିଜକୁ ଆଇଶା ବି ଆର୍‌ ଚକ୍ରବର୍ତ୍ତୀ ବୋଲି ଦର୍ଶାଇ ବିବାହ କରିଥିଲେ। ଉଭୟଙ୍କ ଦୁଇଟି କନ୍ୟାସନ୍ତାନ ରହିଛନ୍ତି। ତେବେ ହେମାମାଳିନୀ ଶ୍ରୀମନ୍ଦିର ମଧ୍ୟରେ ପ୍ରବେଶ କରିବା ଘଟଣା କୋଟି କୋଟି ସନାତନ ହିନ୍ଦୁମାନଙ୍କୁ ଆଘାତ ଦେଇଛି। ତେଣୁ ଆଇନ ଅନୁଯାୟୀ ହେମାମାଳିନୀଙ୍କୁ ତଦନ୍ତ ପୂର୍ବକ ମାମଲା ରୁଜୁ କରି ନୋଟିସ ଜାରି କରାଯାଉ। ଅଭିଯୋଗ ସତ ହୋଇଥିଲେ ଗିରଫ କରାଯାଉ। ତେବେ ହେମା ମୁସଲିମ୍‌ ବୋଲି ପୁରୀ ଲୋକ ସଭା ଏମ୍‌ପି ସମ୍ବିତ ପାତ୍ର ଜାଣିଛନ୍ତି। ତେଣୁ ସେ ବିବାଦ ଘେରକୁ ନ ଯିବାପାଇଁ ହେମାଙ୍କୁ ଦୋଳବେଦୀ ନିକଟରେ ଛାଡ଼ି ଚାଲିଯାଇଥିଲେ ବୋଲି ପଟ୍ଟନାୟକ ଅଭିଯୋଗରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

ବ୍ଲକସ୍ତରୀୟ ଗୁରୁଦିବସ,ଗୁରୁ ସମ୍ବର୍ଦ୍ଧନା ଉତ୍ସବ: ସୁନ୍ଦର ସମାଜ ଗଠନ ରେ ଶିକ୍ଷକଙ୍କ …

ଦାରିଙ୍ଗବାଡ଼ି, ୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସି ପରିସରରେ ଶନିବାର ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଏଥିରେ…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri