ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ମତ୍ସ୍ୟ ବିଭାଗ ଅଧୀନରେ ହୁମା ଶୁଖୁଆ ହାଟ

ଗଞ୍ଜାମ,୭ା୫(ବିଦ୍ୟାଧର ସାହୁ): ଦୁଇ ସପ୍ତାହ ଧରି ପଞ୍ଚାୟତ ଜନପ୍ରତିନିଧି ଓ ପଞ୍ଚୁଦୋଳ ଯାତ୍ରା ପରିଚାଳନା କମିଟି ମଧ୍ୟରେ ଲାଗି ରହିଥିବା ବିବାଦ ବୁଧବାର ସମାଧାନ ହୋଇଛି। ଏସିଆ ମହାଦେଶର ସର୍ବ ବୃହତ ପ୍ରସିଦ୍ଧ ହୁମା ଶୁଖୁଆ ହାଟ ମତ୍ସ୍ୟ ବିଭାଗ ଅଧୀନକୁ ଚାଲିଯିବା ନେଇ ବିଜ୍ଞପ୍ତି ପ୍ରକାଶ ଏବଂ ସରକାର ପଟ୍ଟା ହେବା ପରେ ବିବାଦ ଉପୁଜିଥିଲା। ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଜଣାପଡ଼ିଛି l ଏନେଇ ବୁଧବାର ପୂର୍ବାହ୍ନରେ ହାଟପଡ଼ିଆଠାରେ ଜିଲା ଉଚ୍ଚ ପ୍ରଶାସନର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉପଜିଲାପାଳ ଦେବାଶିଷ ବରାଳ, ମତ୍ସ୍ୟ ବିଭାଗ ଡେପୁଟି ଡାଇରେକ୍ଟର ସୁରେଶ ଚନ୍ଦ୍ର ବେହେରା, ବିଡିଓ ଅଚ୍ୟୁତାନନ୍ଦ ଯାନୀ, ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଜିଲା ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ଶାହ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ, ଅତିରିକ୍ତ ମତ୍ସ୍ୟ ଅଧିକାରୀ ବିଭୂ ପ୍ରସାଦ ସ୍ବାଇଁ, ହୁମା ଫାଣ୍ଡି ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ, ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ପଞ୍ଚୁଦୋଳ ଯାତ୍ରା ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ, ସଂସ୍କୃତିକ ସମ୍ପାଦକ ଯୋଗେଶ ଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ରାମା ରାଓ ରେଡ୍ଡୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା, ୮ ଖଣ୍ଡ ଗ୍ରାମର ଭଦ୍ର ବ୍ୟକ୍ତି ଓ ଶୁଖୁଆ ବ୍ୟବସାୟୀ ପ୍ରମୁଖ ଉପସ୍ଥିତ ଥିଲେ।

ହାଟପଡ଼ିଆ ପଟ୍ଟା ଚଞ୍ଚକତାରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଉପଜିଲାପାଳ। ଏହି ପ୍ରକ୍ରିୟା ଗତ ଦଶ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏବଂ ଉନ୍ନତିକରଣ ପାଇଁ ମତ୍ସ୍ୟ ବିଭାଗ ଦାୟିତ୍ୱ ନେଇଥିବା ଉପଜିଲାପାଳ ସୂଚନା ଦେଇଥିଲେ। ଏହି ହାଟର ଉନ୍ନତିକରଣ ନିମନ୍ତେ ଏକ କମିଟି ଗଠନ ହେବ। ପ୍ରଥମ ଥର ପାଇଁ ହୁମା ହାଟର ଟେଣ୍ଡର ପ୍ରକ୍ରିୟା ଡାକ ନହୋଇ ବାକ୍ସରେ ଜଉମୁଦ ପ୍ରକ୍ରିୟାରେ ଟେଣ୍ଡର କରାଯିବା ନେଇ ଆଲୋଚନା ହୋଇଥିଲା। ଆଦାୟ ଅର୍ଥର ପଚାଶ ପ୍ରତିଶତ ଅର୍ଥ ପଞ୍ଚାୟତ ଉନ୍ନତିକରଣରେ ଖର୍ଚ୍ଚ ହେବ। ହାଟ ଗୃହର ସଫେଇ, ମରାମତି ଓ ବିଦ୍ୟୁତ ବିଲ୍‌ ଆଦି ସୋସାଇଟି କମିଟି ନିୟମ ଅନୁସାରେ ଉକ୍ତ ଅର୍ଥ ଖର୍ଚ୍ଚ କରାଯିବ ବୋଲି ଉପଜିଲାପାଳ ସୂଚନା ଦେଇଛନ୍ତି। ମତ୍ସ୍ୟ ବିଭାଗ ଅଧୀନରେ ହାଟ ରହିଲେ ମଧ୍ୟ ପଞ୍ଚୁଦୋଳ ଯାତ୍ରା ପ୍ରଭାବିତ ହେବ ନାହିଁ ବୋଲି ଉପଜିଲାପାଳ କହିଥିଲେ। ଉକ୍ତ ପଡ଼ିଆରେ ରାତ୍ର ରହଣି ପାଇଁ ୪ଟି ନୂଆ ବିଲଡିଂ, ଶୌଚାଳୟ ନିର୍ମାଣ କରାଯିବ ଏବଂ ହୋଲସେଲ ମାର୍କେଟ ସହ ରିଟେଲର ମାର୍କେଟ ବ୍ୟବସ୍ଥା କରାଯିବ ବୋଲି ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri