ମୃତ ଶିକ୍ଷକଙ୍କୁ କଣ୍ଟ୍ରୋଲ ରୁମ୍‌ ଡ୍ୟୁଟି

ନବରଙ୍ଗପୁର,୩।୭: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ବିଭାଗର ଅଜବ ନୀତି। ମୃତ ଶିକ୍ଷକଙ୍କୁ ମିଳିଛି କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ ଡ୍ୟୁଟି। କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି। ଚିଠି ଅନୁଯାୟୀ, ଚଳିତ ମାସ ୨୮ ତାରିଖ ସା ୬ରୁ ରାତି ୧୦ ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ୍‌ କଣ୍ଟ୍ରୋଲ ଗୃହରେ କାର୍ଯ୍ୟ କରିବେ। ଏପରି ଏକ ଘଟଣା ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ ଘଟିଛି।

ସୂଚନା ଅନୁଯାୟୀ, ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ କୋଭିଡ୍‌ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ନିମନ୍ତେ ଏକ କଣ୍ଟ୍ରୋଲ ରୁମ୍‌ ରହିଛି। ବ୍ଲକର ଶିକ୍ଷକମାନଙ୍କୁ ୪ ପର୍ଯ୍ୟାୟ ଯଥାକ୍ରମେ ସକାଳ ୭ରୁ ୧, ୧ରୁ ସା ୬, ସା ୬ରୁ ରାତି ୧୦ ଓ ରାତି ୧୦ରୁ ସକାଳ ୭ଟା ପର୍ଯ୍ୟନ୍ତ ଡ୍ୟୁଟି କରିବାକୁ ଚିଠି ଜାରି କରାଯାଇଛି। ଶିକ୍ଷକମାନେ କଣ୍ଟ୍ରୋଲ ରୁମ୍‌ରେ ରହି କୋଭିଡ୍‌ ଆକ୍ରାନ୍ତ ପରିବାରର ଫୋନ୍‌ କଲ୍‌ ଗ୍ରହଣ କରିବେ। ଏପରି କି ଅଭିଯୋଗ ଶୁଣିବା ସହ ଅନ୍ୟ କାର୍ଯ୍ୟ କରିବେ। ଚଳିତ ଜୁଲାଇ ମାସ ପାଇଁ ଡାବୁଗାଁ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ ନାମ ଘୋଷଣା କରାଯାଇଛି। ଚିଠି ନଂ. ୧୮୬୩/୨୧ରେ ଶିକ୍ଷକମାନଙ୍କ ନାମ ଉଲ୍ଲେଖ ରହିଛି। ତେବେ ବ୍ଲକର ଜଣେ ମୃତ ଶିକ୍ଷକ ମେଦିନିକାନ୍ତ ମେହେରଙ୍କ ନାମ ମଧ୍ୟ ଏଥିରେ ରହିଛି। ଚିଠି ଅନୁଯାୟୀ, ଜୁଲାଇ ୨୮ ତାରିଖ ସା ୬ରୁ ରାତି୧୦ ପର୍ଯ୍ୟନ୍ତ ସେ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ କାର୍ଯ୍ୟ କରିବେ।

ଉଲ୍ଲେଖ ଯୋଗ୍ୟ, ମୃତ ଶିକ୍ଷକଙ୍କୁ ପୂର୍ବରୁ ମଧ୍ୟ କୋଭିଡ୍‌ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରିବା ନେଇ ଚିଠି ହୋଇଥିଲା। ଏହା ଜଣାପଡ଼ିବା ପରେ ତରବରିଆ ଭାବେ ମୃତ ଶିକ୍ଷକଙ୍କ ନାମ ଲିଷ୍ଟରୁ କଟାଯାଇଥିଲା। ଏ ନେଇ ଡାବୁଗାଁ ବିଇଓ ପ୍ରଶାନ୍ତ କୁମାର ହୋତାଙ୍କୁ ପଚାରିବାରୁ ତାଲିକାରୁ ନଁା ହଟାଇ ଦିଆଯାଇଛି। ଅନ୍ୟ ଶିକ୍ଷକଙ୍କୁ ଉକ୍ତ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri