ବନ ବିଭାଗ କର୍ମଚାରୀଙ୍କ ଅବଦାନ ଅତୁଳନୀୟ: ସମସ୍ୟା ଦୂର କଲେ ବିଧାୟକ

ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଭଞ୍ଜନଗର ଶାଖା କାର୍ଯ୍ୟାଳୟର ଶିଳାନ୍ୟାସ ଉତ୍ସବ ଶୁକ୍ରବାର ଅନୁଷ୍ଟିତ ହୋଇଯାଇଛି । ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ବିଧାୟକ ନାୟକ ଆଲୋଚନା ସମୟରେ କହିଥିଲେ, ବନ ବିଭାଗ କର୍ମଚାରୀମାନେ ବିଭିନ୍ନ ମାନବ ସେବା କାର୍ଯ୍ୟ ସହ ପରିବେଶ, ବନ୍ୟପ୍ରାଣୀ ସୁରକ୍ଷା କାର୍ଯ୍ୟ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଅବଦାନ ଅତୁଳନୀୟ । ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘର ନିଜସ୍ବ କାର୍ଯ୍ୟାଳୟ ପାଇଁ ଯାହା ସହାୟତା ଲୋଡା ତାହା ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ କାର୍ଯ୍ୟାଳୟ ପୂର୍ଣ୍ଣାଙ୍ଗ ହେଲେ ଏଠି ସେମାନେ ବସି ନିଜର କାର୍ଯ୍ୟ କରିପାରିବେ।

ପୂର୍ବରୁ ସଂଘର ନିଜସ କାର୍ଯ୍ୟାଳୟ ନ ଥିବା ଯୋଗୁ କର୍ମଚାରୀମାନେ ଏଣେତେଣେ ସଭା କରୁଥିଲେ। ଆଗକୁ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ବିଧାୟକ ନାୟକ କହିଥିଲେ। ଏହି ଅବସରରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିନୋଦ ଆଚାର୍ଯ୍ୟ, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତି, ଏନଏସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ବନ୍ୟପ୍ରାଣୀ ସ୍ବେଚ୍ଛାସେବୀ ତଥା ପୂର୍ବତନ ମୁଖ୍ୟ କିରାଣୀ ରମେଶ ପାତ୍ର, ସରକାରୀ ଓକିଲ ରଞ୍ଜିତ ମିଶ୍ର, ମାନସ ଜେନା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ଦକ୍ଷିଣ ଘୁମୁସର ବନଖଣ୍ଡ ଏ ସି ଏଫ ପ୍ରଦୀପ ବେହେରା, ରଜତ କୁମାର ମିଶ୍ର, ଉତ୍ତର ଘୁମୁସର ବନଖଣ୍ଡ ଏ ସି ଏଫ ରଶ୍ମି ରଞ୍ଜନ ସାଇଁ, ବିବେକ ଦାସ, ରେଞ୍ଜର ବିମ୍ବାଧର ସାହୁ,ପୃଥିବୀରାଜ ପ୍ରଧାନ,ଓଡିଶା ଅଣ ଗେଜେଟେଡ ବନ ସେବା ସଂଘ ବ୍ରହ୍ମପୁର ଜୋନ ସଭାପତି ଅନୁପ କୁମାର ବିଷୋୟୀ, ଜୀନ ତ୍ରିପାଠୀ, ସନ୍ତୋଷ ପାତ୍ର, ପ୍ରଦ୍ୟୁମ ବିଷୋୟୀ, ବୁଗୁଡ଼ା ରେଞ୍ଜର ପ୍ରଦୀପ ମିଶ୍ର, ଆସିକା ପ୍ରମୋଦ ପଣ୍ଡା, ସୋରଡା ଏସିଏଫ ନିହାର ମଲ୍ଲିକ, ପୋଲସରା ରେଞ୍ଜର ଅନିଲ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

ଏହି ଅବସରରେ ଜୋନ ସଭାପତି ଅନୁପ ବିଷୋୟୀ ଏଠାରେ କହିଛନ୍ତି, ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ମହାନତା ଏବଂ ଡିଏଫଓଙ୍କ ସହଯୋଗ ଯୋଗୁ ଆଜି ଓଡିଶା ଅଣ ଗେଜେଟେଡ ବନ ସେବା ସଂଘ ର ନିଜସ କାର୍ଯ୍ୟାଳୟ ହେବାକୁ ଯାଉଛି। ଏହା ପୁର୍ବରୁ ଦକ୍ଷିଣ ଘୁମୁସର ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରୁ ୧୦୦ରୁ ଉଦ୍ଧର୍‌ବ ପ୍ୟାକେଟ ଭଞ୍ଜନଗର ବ୍ଲଡ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗୃହୀତ କରିଥିଲେ। ଏହାକୁ ମଧ୍ୟ ବିଧାୟକ ନାୟକ ଉଦଘାଟନ କରିଥିଲେ। ଡିଏଫଓ ବିନୋଦ ଆଚାର୍ଯ୍ୟ, ହିମାଂଶୁ ଶେଖର ମହାନ୍ତି ଅତିଥି ଭାବେ ଯୋଗଦେଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri