ଠିକାଦାରଙ୍କ ଗୋଦାମରେ ଲଗାଇଦେଲେ ନିଆଁ: ୪୮ ଘଣ୍ଟାରେ ଜୀବନରୁ ମାରିଦେବାକୁ ଧମକ, ଏସ୍‌ପି କଲେ ପର୍ଦ୍ଦାଫାଶ

ଭବାନୀପାଟଣା,୧୩।୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ନର୍ଲା ଥାନା ଅନ୍ତର୍ଗତ ଛତାମହୁଲରେ ଥିବା ଏକ ଗୋଦାମରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି। ଏହି ଗୋଦାମଟି ରୁପ୍ରରୋଡର ଏକ ଜୈନିକ ଠିକାଦାର ଦିନେଶ ଅଗ୍ରୱାଲଙ୍କର ବୋଲି ଜଣାପଡିଛି । ସକାଳୁ ଲୋକେ ଦେଖିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ୨ଟି ଗାଡ଼ି ଆସି ନିଆଁକୁ ଆୟତ୍ତ କରିଥିଲା। ତେବେ ଗୋଦାମର ଅନେକ ସ୍ଥାନରେ ମାଓବାଦୀ ନାମରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଆଗାମୀ ବର୍ଷକ ମଧ୍ୟରେ ଆହୁରି ଗୋଦାମମାନଙ୍କରେ ନିଆଁ ଲଗେଇବା ନେଇ ଧମକ ଦିଆଯାଇଛି । ସେହିପରି ଠିକାଦାର ଦିନେଶ ଅଗ୍ରୱାଲଙ୍କ ଜଣେ କର୍ମଚାରୀ କାର୍ତ୍ତିକକୁ ୪୮ ଘଣ୍ଟା ମଧ୍ୟରେ ଜୀବନରୁ ମାରିଦେବା ନେଇ ଲେଖାଯାଇଛି । ଏହା ସହ ଆହୁରି ଅନେକ ଧମକ ମଧ୍ୟ ଦିଆଯାଇଛି । ଅନ୍ୟପକ୍ଷରେ ଏହି ଘଟଣାରେ ମାଓବାଦୀଙ୍କ ଜଡ଼ିତ ନଥିବା ନେଇ କଳାହାଣ୍ଡି ଏସ୍‌ପି ନାଗରାଜ ଦେବର କୋଣ୍ଡା ସ୍ପଷ୍ଟ କରିଛନ୍ତି ।

Dharitri – The Largest & Most Trusted Odia Daily