ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ ହତ୍ୟା, ଅଭିଯୋଗ ଆଣି ପୁଅ କହିଲେ ମୋ’ ବାପାଙ୍କୁ…

ଆନନ୍ଦପୁର/ବଞ୍ଚୋ,୨୧ା୨(ସୁଶାନ୍ତ କୁମାର ସାହୁ/ପ୍ରଦୋଷ କୁମାର ବିଶ୍ୱାଳ): ଠିକା କାମରେ ଚାନ୍ଦା ନ ଦେବାରୁ ଠିକାଦାରଙ୍କୁ କିଛି ଅସାମାଜିକ ହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଜିଲା ଘସିପୁରା ଥାନା ଦେଓଗାଁ ପଞ୍ଚାୟତ ଡିହସାହି ଗାଁର ବିପିନ ପରିଡ଼ାଙ୍କୁ ଗାଁର ରବି ନାୟକ, ବାଣ୍ଠୁ ନାୟକ ଓ ବାଦଲ ନାୟକ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ବିପିନ ମନରେଗା ଯୋଜନାରେ ଏକ ଠିକା କାମ କରିଥିବା ବେଳେ ଗାଁର ଏହି ଯୁବକମାନେ ତାଙ୍କଠାରୁ ପ୍ରତ୍ୟହ ଚାନ୍ଦା ନେଇଥାନ୍ତି। ସେହିଭଳି ତାଙ୍କ ପୁଅ ପାଖରୁ ଏହି ପିଲାମାନେ ଚାନ୍ଦା ମାଗିଥିଲେ ହେଲେ ସେ ନ ଦେବାରୁ ତାଙ୍କ ବାଇକ୍‌ ରଖିଦେବା ସହ ପରିବାର ଲୋକଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଏଥିରେ ବିପିନ ଗୁରୁତର ହେବା ପରେ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ମେଡିକାଲ ନେଇ ଆସିଥିଲେ। ମେଡିକାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ତାଙ୍କ ପୁଅ ଖଗେଶ୍ୱର ପରିଡ଼ା ଥାନାରେ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share