ପାରାଦୀପ ପୋର୍ଟରେ କରାଯାଉ କଣ୍ଟେନର ଟର୍ମିନାଲ

ଭୁବନେଶ୍ୱର,୨୪।୯: ଓଡ଼ିଶାର ପ୍ରମୁଖ ବନ୍ଦର ‘ପାରାଦୀପ ପୋର୍ଟ’ରେ ଏକ ଅତ୍ୟାଧୁନିକ କଣ୍ଟେନର ଟର୍ମିନାଲ କରାଯାଉ ବୋଲି ଜିନ୍ଦଲ ଷ୍ଟେନ୍‌ଲେସ୍‌ର ଲଜିଷ୍ଟିକ୍ସ ମୁଖ୍ୟ ଭେଙ୍କଟେଶ୍ୱର ରାଓ ଭୁବନେଶ୍ୱରଠାରେ ଆୟୋଜିତ ଦିନିକିଆ ଲଜିଷ୍ଟିକ୍‌ ସମ୍ମିଳନୀକୁ ସମ୍ବୋଧିତକରି ଏଭଳି ମତବ୍ୟକ୍ତ କରିଛନ୍ତି। ସେହିଭଳି ଉକ୍ତ କଣ୍ଟେନର ଟର୍ମିନାଲର ବିକାଶ ଜରିଆରେ ରାଜ୍ୟକୁ ପ୍ରାୟ ୨୦,୦୦୦କୋଟି ଟଙ୍କାର ବ୍ୟବସାୟ ଆସିବ ବୋଲି ସେ ଆକଳନ କରିଛନ୍ତି। ଏପରିକି ବର୍ତ୍ତମାନ ସମୟରେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗକୁ ଉକ୍ତ ବ୍ୟବସାୟ ଯାଉଛି। ବିଶେଷକରି କାର୍ଗୋ ଭଲ୍ୟୁମ୍‌ ଅନୁସାରେ ଓଡ଼ିଶା ଦେଶର ତୃତୀୟ ବୃହତମ ବନ୍ଦର ପ୍ରଦେଶ ହୋଇଥିଲେ ମଧ୍ୟ ଏକମାତ୍ର ରାଜ୍ୟ ହୋଇରହିଛି, ଯାହାର ଏକ ଉତ୍ସର୍ଗୀକୃତ କଣ୍ଟେନର ଟର୍ମିନାଲ ନାହିଁ। ବିଶେଷକରି ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭର କରୁଛି। ଏପରିକି ଓଡ଼ିଶାର ୪୦ରୁ ୪୫% ଲଜିଷ୍ଟିକ ସାମଗ୍ରୀକୁ ବିଶାଖାପାଟଣା ବନ୍ଦର ବର୍ତ୍ତମାନ ନିୟନ୍ତ୍ରଣ କରୁଛି। ସେହିପରି କଣ୍ଟେନର ଟର୍ମିନାଲର ବିକାଶ ପ୍ରସ୍ତାବ ଉପରେ ମନ୍ତବ୍ୟ ଦେଇ ରାଓ କହିଥିଲେ, ପାରାଦୀପ ପୋର୍ଟରେ ଏକ କଣ୍ଟେଟନର ଟର୍ମିନାଲ ପ୍ରତିଷ୍ଠା ଉତ୍ତମ ଉତ୍ସ ବ୍ୟବହାରକୁ ସହଜ କରିବ। ଏପରିକି ସମୟ ହ୍ରାସ ସହ ଲାଭ ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ। ଅଧିକନ୍ତୁ ଦେଶର ନେଟ୍‌ ଜିରୋ ଲକ୍ଷ୍ୟରେ ତାଳ ମିଳାଇ ପରିବେଶ ଅନୁକୂଳ ପରିବହନ ନୀତି ଗ୍ରହଣ କରିବା ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନରେ ମଧ୍ୟ ଉଲ୍ଲେଖନୀୟ ୪୦୦% ହ୍ରାସ ଘଟିବ। ଉଲ୍ଲେଖଯୋଗ୍ୟ, ଜାତୀୟସ୍ତରରେ ଓଡ଼ିଶାର ରପ୍ତାନି ଅଂଶ ଗତ ୫ବର୍ଷ ମଧ୍ୟରେ ୨.୨%ରୁ ୪.୦%କୁ ବୃଦ୍ଧି ପାଇଛି। ୨୦୨୦-୨୧ ଆର୍ଥତ୍କ ବର୍ଷରେ ପାରାଦୀପ ବନ୍ଦର ଓଡ଼ିଶା ଏବଂ ବିହାର ଓ ଝାଡ଼ଖଣ୍ଡ ଭଳି ଲ୍ୟାଣ୍ଡ ଲକ ରାଜ୍ୟଗୁଡ଼ିକର କଣ୍ଟେନର ଟ୍ରାଫିକ ମାତ୍ର ୭% ରହିଥିଲା, ଯାହାକି ପାରାଦୀପ ବନ୍ଦରରେ ଥିବା ବିରାଟ ସମ୍ଭାବନାକୁ ଦର୍ଶାଉଛି। ଦେଶର ଏକ ପ୍ରମୁଖ ଧାତୁ ଉତ୍ପାଦନ ହବ୍‌ ଭାବେ ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ କାର୍ଯ୍ୟସ୍ଥଳ ଭାବେ ଆବିର୍ଭାବ ସହ ଏହି ଅଭିବୃଦ୍ଧିକୁ ସମର୍ଥନ ତଥା ସୁଦୃଢ଼ କରିବା ପାଇଁ ପାରାଦୀପ ପୋର୍ଟରେ ଏକ କଣ୍ଟେନର ଟର୍ମିନାଲ ପ୍ରତିଷ୍ଠା ଜରୁରୀ ହୋଇପଡିଛି। ଅପରପକ୍ଷରେ ଭେଙ୍କଟେଶ୍ୱର ରାଓ ଓ ତାଙ୍କ ଟିମ୍‌ କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ୍‌ ଇଣ୍ଡଷ୍ଟ୍ରି (ସିଆଇଆଇ) ଦ୍ୱାରା ଆୟୋଜିତ ଲଜିଷ୍ଟିକ ସମ୍ମିଳନୀରେ ଅଂଶଗ୍ରହଣ କରି ଏ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଉକ୍ତ ସମ୍ମିଳନୀରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ, ଗତି ଶକ୍ତି ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପିଇଡି) ଅନିଲ କେ. ଖାଣ୍ଡେଲୱାଲ ଏବଂ ଚେୟାରମ୍ୟାନ୍‌ ପାରାଦୀପ ପୋର୍ଟ ଟ୍ରଷ୍ଟ ପି. ଏଲ୍‌ . ହାରାନ୍ଧ ପ୍ରମୁଖ ଯୋଗଦେଇଥିଲେ।
ସୂଚନାଯୋଗ୍ୟ, ଇଣ୍ଡିଆନ୍‌ ଏକ୍ସପୋର୍ଟ ଫେଡେରେଶନ ଅର୍ଗାନାଇଜେଶନର ସୂଚନା ଅନୁଯାୟୀ ଲଜିଷ୍ଟିକ୍‌ ଖର୍ଚ୍ଚରେ ୧୦% ହ୍ରାସ ରପ୍ତାନିକୁ ୫% ବୃଦ୍ଧି କରିପାରିବ। ତେଣୁ ପାରାଦୀପ ପୋର୍ଟରେ ଏକ ଉତ୍ସର୍ଗୀକୃତ କଣ୍ଟେନର ଟର୍ମିନାଲର ବିକାଶ କେବଳ ଜିନ୍ଦଲ ଷ୍ଟେନ୍‌ଲେସ୍‌ ଏବଂ ଓଡ଼ିଶା ରାଜ୍ୟ ପାଇଁ ନୁହେଁ ବରଂ ସମଗ୍ର ଦେଶର ଲଜିଷ୍ଟିକ୍ସ ଇକୋସିଷ୍ଟମ ପାଇଁ ବେଶ୍‌ ଲାଭଦାୟକ ହେବ ଓ ଆତ୍ମନିର୍ଭର ଭାରତ ନିର୍ମାଣର ସାମୂହିକ ଲକ୍ଷ୍ୟରେ ଏହା ବେଶ୍‌ ସହାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri