ଭ୍ରମାତ୍ମକ ଅଫର ପ୍ରତି ଗ୍ରାହକ ସାବଧାନ ରୁହନ୍ତୁ: ସଞ୍ଜୟ

ଭୁବନେଶ୍ୱର,୧୧।୧୧ : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସାରା ଦେଶ ଧନ୍‌ତେରସ୍‌ ଓ ଆଲୋକର ପର୍ବ ଦୀପାବଳି ପାଳନ ଉପଲକ୍ଷେ ଅଳଙ୍କାର ଓ ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିବେ। ଏପରିକି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଳଙ୍କାର ପ୍ରତିଷ୍ଠାନଗୁଡ଼ିକ ଆକର୍ଷଣୀୟ ଅଫର ଓ ରିହାତି ପ୍ରଦାନ କରୁଛନ୍ତି। ଅପରପକ୍ଷରେ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ସର୍ବଦା ଗ୍ରାହକଙ୍କ ହିତ ଓ ସତ୍ୟତାକୁ ଅଗ୍ରାଧିକାର ଦେଇ ବିଭିନ୍ନ ସମୟରେ ସଚେତନତା ଅଭିଯାନ ଚଳାଇ ଆସୁଛି। ସୁନାର ଗୁଣବତ୍ତା ସହ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ଗ୍ରାହକଙ୍କୁ ‘ଅପ୍‌ ଟୁ’ ଅଥବା ‘ପର୍ଯ୍ୟନ୍ତ’ ସ୍କାମ୍‌ ଏବଂ ସର୍ତ୍ତମୂଳକ ଅଫରରୁ ବିରତ ରହିବା ନେଇ ସଚେତନ କରିଆସୁଛି। ଏଥିସହ ସର୍ବଦା ଫ୍ଲାଟ୍‌ ଓ ସ୍ବଚ୍ଛ ଗଢ଼ା ମଜୁରିକୁ ଚୟନ କରିବା ଉପରେ ମଧ୍ୟ ସଚେତନ କରାଉଛି। ଆଗକୁ ବି ଗ୍ରାହକଙ୍କୁ ଭୂଆଁ ବୁଲାଇବାକୁ ପ୍ରୟାସ କରୁଥିବା ସମସ୍ତ ପ୍ରତିଷ୍ଠାନର ପର୍ଦ୍ଦାଫାଶ କରିବାକୁ ଲାଲ୍‌ଚାନ୍ଦ୍‌ ଜୁଏଲର୍ସ ପ୍ରତିଶ୍ରୁତିବଦ୍ଧ ବୋଲି ଲାଲ୍‌ଚାନ୍ଦ୍‌ ଜୁଏଲର୍ସର ଫାଉଣ୍ଡର ଚେୟାରମ୍ୟାନ୍‌ ସଞ୍ଜୟ ହଂସ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷର କାରବାର ୨୫ରୁ ୫୦% ବିକ୍ରୟ ଅଭିବୃଦ୍ଧି ବଢ଼ିପାରେ ବୋଲି ଆଶା କରାଯାଉଛି। ବର୍ତ୍ତମାନ ବିଶ୍ୱରେ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ଯୋଗୁ ନିବେଶକମାନେ ଅଧିକ ପରିମାଣରେ ସୁନା କିଣୁଛନ୍ତି। ଆଗକୁ ବିବାହ ଋତୁ ଆସୁଥିବାରୁ ଗ୍ରାହକମାନେ ଧନ୍‌ତେରସ୍‌ ଓ ଦୀପାବଳି ଅବସରରେ ଚାଲିଥିବା ଅଫରର ସୁଯୋଗ ନେଇ କିଣାକିଣି କରିବେ। ଉଲ୍ଲେଖଯୋଗ୍ୟ, ଆଲୋକର ପର୍ବ ଦୀପାବଳି ଏବଂ ଧନତେରସ୍‌ର ଶୁଭ ଅବସରରେ ଲାଲଚାନ୍ଦ୍‌ ଜୁଏଲର୍ସ ପକ୍ଷରୁ ଆକର୍ଷଣୀୟ ଅଫର୍‌ ଦିଆଯାଉଛି, ଏପରିକି ସମସ୍ତ ଏଚ୍‌ୟୁଆଇଡି ହଲ୍‌ମାର୍କଯୁକ୍ତ ସୁନା ଗହଣାର ଗଢ଼ା ମୂଲ୍ୟ ପ୍ରତି ଗ୍ରାମ୍‌ ପିଛା ଫ୍ଲାଟ ୬୨୫ ଟଙ୍କା ଏବଂ ହୀରା ମୂଲ୍ୟ ଉପରେ ପ୍ରତି କ୍ୟାରେଟ୍‌ ପିଛା ଫ୍ଲାଟ୍‌ ୨୦,୦୦୦ ଟଙ୍କା ରିହାତି ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?