୮ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ସରୁନି

କର୍ଲାମୁଣ୍ଡା, ୪।୮(ପ୍ରଦୀପ କୁମାର ସାହୁ):ସରକାର ଗର୍ଭବତୀ, ପ୍ରସୂତୀ,ଶିଶୁ ,କିଶୋରୀ ବାଳିକାଙ୍କୁ ଉତ୍ତମ ସେବା ଓ ପରାମର୍ଶ ଯୋଗେଇବା ଉଦ୍ଦେଶ୍ୟରେ ଆବଶ୍ୟକ ମୁତାବକ ପ୍ରତ୍ୟେକ ଗାଁରେ ଅଙ୍ଗନୱାଡି କର୍ମୀ ନିଯୁକ୍ତି କରିଛନ୍ତି। ତେବେ କେନ୍ଦ୍ର ପରିଚାଳନା ପାଇଁ ସ୍ଥାୟୀ ଗୃହ ପ୍ରତିବନ୍ଧକ ପାଲଟିଛି। ଏପରି ପରିସ୍ଥିତି ଏବେ କଳାହାଣ୍ଡି ଜିଲା କର୍ଲାମୁଣ୍ଡାରେ ଦେଖିବାକୁ ମିଳିଛି। ଆଇସିଡିଏସ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମତେ ଏହି ବ୍ଲକରେ ମୋଟ ୭୫ଟି ଅଙ୍ଗନୱାଡି ରହିଛି। ସେଥି ମଧ୍ୟରୁ ସ୍ଥାୟୀ ଗୃହ ଅଭାବ ଯୋଗୁଁ ବୋରପଦର, ଫଲସାପଡା,ଏକାତରା ଓ ଧରଣୀପଡାରେ ଭଡାରେ ଚାଲିଥିବାବେଳେ ଅବୁଜବାହାଲ, ସଳନ୍ଦୀମୁଣ୍ଡା, କାର୍ଣ୍ଣିଖୁଣ୍ଟି, ରାଜପୁର, ଡୁକେରମାଲ, ବିଜାପାଟି, କୁଶୁର୍ଲା ଆଦି ଗାଁରେ ଥିବା ବିଦ୍ୟାଳୟ ଗୁଡିକ ରେ ଅଙ୍ଗନୱାଡି କେନ୍ଦ୍ର ଚାଲିଛି। ସେହିପରି ୨୦୧୫-୧୬ ରେ ଫଲସାପଡା ଓ ଧରଣୀପଡାରେ ,୨୦୧୭-୧୮ ରେ ଏକାତରା,୨୦୨୦-୨୧ ରେ ବୋରପଦର ଓ ଡୁକେରମାଲ ୨୦୨୪ରୁ ରାଜପୁର,ବିଜାପାଟି,ସଳନ୍ଦୀମୁଣ୍ଡା ଠାରେ ଗାଁରେ ଦୀର୍ଘ ବର୍ଷରୁ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସମ୍ପୂର୍ଣ୍ଣ ହେବାର ନା ଧରୁନି। ଏ ନେଇ ସିଡ଼ିପିଓ କଳ୍ପଳତା ତ୍ରିପାଠୀଙ୍କୁ ପଚାରିବାରୁ କିଛି କେନ୍ଦ୍ରର ନିଜସ ଗୃହ ନ ଥିଲେ ବି ସେବା ଠିକ ଭାବେ ଦିଆ ଯାଉଛି ବୋଲି କହିବା ସହ ଅସମ୍ପୂର୍ଣ୍ଣ ଗୃହ ଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ବ୍ଲକ ପ୍ରଶାସନ ସହିତ ନିୟମିତ ଆଲୋଚନା କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ: ଜଳ ସିଞ୍ଚନ ପ୍ରକଳ୍ପ କାର୍ଯ୍ୟରେ ଅଘଟଣ

ଆନନ୍ଦପୁର,୨୦ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବୁଢ଼ୀକୁଦ ଗଁା ନିକଟରେ ଚାଲିଥିବା ଜମିକୁ ଜଳ ସିଞ୍ଚନ ପ୍ରକଳ୍ପ କର୍ଯ୍ୟରେ ଶୁକ୍ରବାର ଅଘଟଣ ଘଟିଛି। ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri