ସରୁନି ହଳଦିଆ ପୋଲ ନିର୍ମାଣ

ବାଲେଶ୍ୱର ଅଫିସ, ୮।୮:  ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କଲ୍ୟାଣପୁର ପଞ୍ଚାୟତ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ୨୦୧୪ରେ ୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ ୧୮ ଗାଁର ଲୋକେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାକୁ ସୁବିଧାରେ ଯାତାୟାତ କରିପାରିବେ। ବିଭିନ୍ନ ବିବାଦକୁ ନେଇ ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହେବାର ନାଁ ଧରୁନି। ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଅସନ୍ତୋଷ ବଢ଼ିବାରୁ ଆନ୍ଦୋଳନ ଦାନା ବାନ୍ଧୁଛି।
ରେମୁଣା ବ୍ଲକର କଲ୍ୟାଣପୁର ପଞ୍ଚାୟତର ହଳଦିଆ, ମାକନ୍ଦା, ଆଳଦା, ଚଢ଼େଇପୁର, କଲ୍ୟାଣପୁର, ରାବଣେଶ୍ୱର, ପାଳଶିଆ, ଗୁଣୁଦା, ତାଳମେଢ଼ ଆଦି ୧୮ଟି ଗ୍ରାମ ସହିତ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଆଦି ଅଞ୍ଚଳରୁ କେତେଜଣ ଲୋକେ ପ୍ରତିଦିନ ହଳଦିଆ ଘାଟକୁ ଡଙ୍ଗାରେ ପାରି ହୋଇ ରେମୁଣା ବଜାର ସହ ବାଲେଶ୍ୱର ସହରକୁ ଆସିଥାନ୍ତି। ନଦୀରେ ବନ୍ୟା ଆସିଲେ ଲୋକଙ୍କ ଦୁଃଖ ବଢ଼ିଯାଏ। ବାହାରକୁ ଯିବା ଏକପ୍ରକାର ବନ୍ଦ ହୋଇଯାଏ। ଏପରିକି ନଦୀ ପାରି ହେଉଥିବା ବେଳେ ଡଙ୍ଗା ବୁଡ଼ି ବିଭିନ୍ନ ସମୟରେ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ୨୦୧୪ରେ ପୋଲ କାମ ଆରମ୍ଭ ହୋଇ ୨୦୧୭ରେ କାମ ସମ୍ପୂର୍ଣ୍ଣ ହେବାର ପ୍ରକଳ୍ପ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ହେଲେ ୨୦୧୮ରେ ପୁଣି ବ୍ୟୟ ଅଟକଳ ବୃଦ୍ଧି ପାଇ ଏହା ୧୦କୋଟି ୩୧ଲକ୍ଷ ୪୭ହଜାର ଟଙ୍କାରେ ପହଞ୍ଚିଛି। ୫ଟି ସ୍ପାନ ବିଶିଷ୍ଟ ପୋଲ ନିର୍ମାଣ କାର୍ଯ୍ୟ ଠିକାଦାର ନିମ୍ନମାନର କରୁଥିବାରୁ ଅଞ୍ଚଳବାସୀ ବାରମ୍ବାର ପ୍ରତିବାଦ କରିବା ପରେ ଉପରିସ୍ଥ ଅଧିକାରୀ କର୍ଣ୍ଣପାତ ନ କରିବାରୁ ବିରୋଧ କରିଥିଲେ। ଅଭିଯୋଗ ଅନୁଯାୟୀ ୨୦୨୦ ଫେବୃୟାରୀ ୧୦ତାରିଖରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତତ୍କାଳୀନ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ତତ୍କାଳୀନ ଉପଜିଲାପାଳ ନୀଲୁ ମହାପାତ୍ର ଏବଂ ବିଭାଗୀୟ ଅଧିକାରୀମାନେ ପହଞ୍ଚତ୍ ଅଭିଯୋଗକୁ ଭିତ୍ତି କରି ତଦାରଖ କରିଥିଲେ। ପରେ ଠିକ୍‌ ଭାବେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି କାର୍ଯ୍ୟ ସମ୍ପନ୍ନ ହୋଇପାରିନାହଁି। କୌଣସି ବିକଳ୍ପ ନ ଥିବାରୁ ଏହି ଅଧାପନ୍ତରିଆ ପୋଲ ଦେଇ ଅଞ୍ଚଳବାସୀ ଯାତାୟାତ କରୁଛନ୍ତି। ଅନେକ ଅଭିଯୋଗ ପରେ ଅଧପନ୍ତରିଆ ପୋଲ ଉପରେ ପଟା ପକାଯାଇ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଓ ବାଇକ୍‌ ଯାତାୟାତ କରୁଥିବା ସ୍ଥାନୀୟ ବାସିନ୍ଦା ସୁବ୍ରତ ପଣ୍ଡା ପ୍ରକାଶ କରିଛନ୍ତି। କିନ୍ତୁ କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହା ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ ବୋଲି ପୋଲ କାର୍ଯ୍ୟ ତଦାରଖ କମିଟି ସଦସ୍ୟ ଜୟକୃଷ୍ଣ ଗିରି, ସ୍ଥାନୀୟ ବାସିନ୍ଦା ଅମୀୟ ପଣ୍ଡା, ଜ୍ୟୋତିନ୍ଦ୍ର ମିଶ୍ର, ଲୋକନାଥ ଓଝା, ତପନ ଗିରି, ରାଜେଶ ମିଶ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ଠିକାଦାର ପୂର୍ଣ୍ଣଚନ୍ଦ୍ର ବାଗ୍‌ଙ୍କୁ ପଚରାଯିବାରୁ ସେ କହିଛନ୍ତି, ସ୍ଥାନୀୟ ଲୋକମାନେ ବନ୍ୟା, ମହାମାରୀ କରୋନା ପାଇଁ କାର୍ଯ୍ୟ ସମ୍ପନ୍ନ ହେବାରେ ବିଳମ୍ବ ହେଉଛି। କେତେକ ଆଞ୍ଚଳିକ ସମସ୍ୟାକୁ ନେଇ ସ୍ଥାନୀୟ ଲୋକମାନେ ଭିନ୍ନ ଭିନ୍ନ ଗ୍ରୁପ୍‌ ହୋଇ ବାରମ୍ବାର କାମ ବନ୍ଦ କରୁଛନ୍ତି। ଏହାସତ୍ତ୍ୱେ ପ୍ରାୟ ପୋଲ କାମ ଶେଷ ହୋଇଛି। ଆପ୍ରୋଚ ରୋଡ୍‌, ପୋଲର ଚାରିପାଖରେ ୱାଲ୍‌, ଅଳ୍ପ କିଛି ପିଚୁ କାମ ବାକି ରହିଛି। ତାହା ଆସନ୍ତା ୧ମାସ ମଧ୍ୟରେ ଶେଷ ହେବ ବୋଲି ପ୍ରକାଶ କରିଛନ୍ତି।
ଆଣ୍ଡ ଡେଭଲପ୍‌ମେଣ୍ଟ ଡିପାର୍ଟମେଣ୍ଟର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ତପନ କୁମାର ବେହେରା କହିଛନ୍ତି, ସ୍ଥାନୀୟ ଲୋକମାନେ ବିଭିନ୍ନ ଆଳ ନେଇ ଭିନ୍ନ ଭିନ୍ନ ଗ୍ରୁପ୍‌ ହୋଇ କାର୍ଯ୍ୟକୁ ବିରୋଧ କରୁଛନ୍ତି। ୫ଦିନ ପୂର୍ବରୁ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲି। ଏପରିକି ସ୍ଥାନୀୟ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସହ ଯାଇ ପୋଲ କାମର କାର୍ଯ୍ୟ ଶେଷ ପାଇଁ ଚେଷ୍ଟା କରି ବିଫଳ ହୋଇଛି। ଯଦି ଲୋକମାନେ କୌଣସି ଗଣ୍ଡଗୋଳ ନ କରନ୍ତି ତେବେ ଯଥାଶୀଘ୍ର କାର୍ଯ୍ୟ ଶେଷ କରିଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri