ସରୁନି ହଳଦିଆ ପୋଲ ନିର୍ମାଣ

ବାଲେଶ୍ୱର ଅଫିସ, ୮।୮:  ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ କଲ୍ୟାଣପୁର ପଞ୍ଚାୟତ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ନଦୀ ଉପରେ ୨୦୧୪ରେ ୭କୋଟି ୪୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପୋଲ ନିର୍ମାଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି ପୋଲ ନିର୍ମାଣ ହେଲେ ୧୮ ଗାଁର ଲୋକେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାକୁ ସୁବିଧାରେ ଯାତାୟାତ କରିପାରିବେ। ବିଭିନ୍ନ ବିବାଦକୁ ନେଇ ଦୀର୍ଘ ୮ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟ ଶେଷ ହେବାର ନାଁ ଧରୁନି। ଅଞ୍ଚଳବାସୀ ହଇରାଣ ହେଉଛନ୍ତି। ଅସନ୍ତୋଷ ବଢ଼ିବାରୁ ଆନ୍ଦୋଳନ ଦାନା ବାନ୍ଧୁଛି।
ରେମୁଣା ବ୍ଲକର କଲ୍ୟାଣପୁର ପଞ୍ଚାୟତର ହଳଦିଆ, ମାକନ୍ଦା, ଆଳଦା, ଚଢ଼େଇପୁର, କଲ୍ୟାଣପୁର, ରାବଣେଶ୍ୱର, ପାଳଶିଆ, ଗୁଣୁଦା, ତାଳମେଢ଼ ଆଦି ୧୮ଟି ଗ୍ରାମ ସହିତ ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଆଦି ଅଞ୍ଚଳରୁ କେତେଜଣ ଲୋକେ ପ୍ରତିଦିନ ହଳଦିଆ ଘାଟକୁ ଡଙ୍ଗାରେ ପାରି ହୋଇ ରେମୁଣା ବଜାର ସହ ବାଲେଶ୍ୱର ସହରକୁ ଆସିଥାନ୍ତି। ନଦୀରେ ବନ୍ୟା ଆସିଲେ ଲୋକଙ୍କ ଦୁଃଖ ବଢ଼ିଯାଏ। ବାହାରକୁ ଯିବା ଏକପ୍ରକାର ବନ୍ଦ ହୋଇଯାଏ। ଏପରିକି ନଦୀ ପାରି ହେଉଥିବା ବେଳେ ଡଙ୍ଗା ବୁଡ଼ି ବିଭିନ୍ନ ସମୟରେ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ୨୦୧୪ରେ ପୋଲ କାମ ଆରମ୍ଭ ହୋଇ ୨୦୧୭ରେ କାମ ସମ୍ପୂର୍ଣ୍ଣ ହେବାର ପ୍ରକଳ୍ପ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ହେଲେ ୨୦୧୮ରେ ପୁଣି ବ୍ୟୟ ଅଟକଳ ବୃଦ୍ଧି ପାଇ ଏହା ୧୦କୋଟି ୩୧ଲକ୍ଷ ୪୭ହଜାର ଟଙ୍କାରେ ପହଞ୍ଚିଛି। ୫ଟି ସ୍ପାନ ବିଶିଷ୍ଟ ପୋଲ ନିର୍ମାଣ କାର୍ଯ୍ୟ ଠିକାଦାର ନିମ୍ନମାନର କରୁଥିବାରୁ ଅଞ୍ଚଳବାସୀ ବାରମ୍ବାର ପ୍ରତିବାଦ କରିବା ପରେ ଉପରିସ୍ଥ ଅଧିକାରୀ କର୍ଣ୍ଣପାତ ନ କରିବାରୁ ବିରୋଧ କରିଥିଲେ। ଅଭିଯୋଗ ଅନୁଯାୟୀ ୨୦୨୦ ଫେବୃୟାରୀ ୧୦ତାରିଖରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ତତ୍କାଳୀନ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର, ତତ୍କାଳୀନ ଉପଜିଲାପାଳ ନୀଲୁ ମହାପାତ୍ର ଏବଂ ବିଭାଗୀୟ ଅଧିକାରୀମାନେ ପହଞ୍ଚତ୍ ଅଭିଯୋଗକୁ ଭିତ୍ତି କରି ତଦାରଖ କରିଥିଲେ। ପରେ ଠିକ୍‌ ଭାବେ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଦ୍ୟାବଧି କାର୍ଯ୍ୟ ସମ୍ପନ୍ନ ହୋଇପାରିନାହଁି। କୌଣସି ବିକଳ୍ପ ନ ଥିବାରୁ ଏହି ଅଧାପନ୍ତରିଆ ପୋଲ ଦେଇ ଅଞ୍ଚଳବାସୀ ଯାତାୟାତ କରୁଛନ୍ତି। ଅନେକ ଅଭିଯୋଗ ପରେ ଅଧପନ୍ତରିଆ ପୋଲ ଉପରେ ପଟା ପକାଯାଇ ଜରୁରୀକାଳୀନ ସେବା ଆମ୍ବୁଲାନ୍ସ ଓ ବାଇକ୍‌ ଯାତାୟାତ କରୁଥିବା ସ୍ଥାନୀୟ ବାସିନ୍ଦା ସୁବ୍ରତ ପଣ୍ଡା ପ୍ରକାଶ କରିଛନ୍ତି। କିନ୍ତୁ କାର୍ଯ୍ୟରେ ବିଳମ୍ବ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହା ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ ବୋଲି ପୋଲ କାର୍ଯ୍ୟ ତଦାରଖ କମିଟି ସଦସ୍ୟ ଜୟକୃଷ୍ଣ ଗିରି, ସ୍ଥାନୀୟ ବାସିନ୍ଦା ଅମୀୟ ପଣ୍ଡା, ଜ୍ୟୋତିନ୍ଦ୍ର ମିଶ୍ର, ଲୋକନାଥ ଓଝା, ତପନ ଗିରି, ରାଜେଶ ମିଶ୍ର ପ୍ରମୁଖ ଚେତାବନୀ ଦେଇଛନ୍ତି।
ଏନେଇ ଠିକାଦାର ପୂର୍ଣ୍ଣଚନ୍ଦ୍ର ବାଗ୍‌ଙ୍କୁ ପଚରାଯିବାରୁ ସେ କହିଛନ୍ତି, ସ୍ଥାନୀୟ ଲୋକମାନେ ବନ୍ୟା, ମହାମାରୀ କରୋନା ପାଇଁ କାର୍ଯ୍ୟ ସମ୍ପନ୍ନ ହେବାରେ ବିଳମ୍ବ ହେଉଛି। କେତେକ ଆଞ୍ଚଳିକ ସମସ୍ୟାକୁ ନେଇ ସ୍ଥାନୀୟ ଲୋକମାନେ ଭିନ୍ନ ଭିନ୍ନ ଗ୍ରୁପ୍‌ ହୋଇ ବାରମ୍ବାର କାମ ବନ୍ଦ କରୁଛନ୍ତି। ଏହାସତ୍ତ୍ୱେ ପ୍ରାୟ ପୋଲ କାମ ଶେଷ ହୋଇଛି। ଆପ୍ରୋଚ ରୋଡ୍‌, ପୋଲର ଚାରିପାଖରେ ୱାଲ୍‌, ଅଳ୍ପ କିଛି ପିଚୁ କାମ ବାକି ରହିଛି। ତାହା ଆସନ୍ତା ୧ମାସ ମଧ୍ୟରେ ଶେଷ ହେବ ବୋଲି ପ୍ରକାଶ କରିଛନ୍ତି।
ଆଣ୍ଡ ଡେଭଲପ୍‌ମେଣ୍ଟ ଡିପାର୍ଟମେଣ୍ଟର ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ତପନ କୁମାର ବେହେରା କହିଛନ୍ତି, ସ୍ଥାନୀୟ ଲୋକମାନେ ବିଭିନ୍ନ ଆଳ ନେଇ ଭିନ୍ନ ଭିନ୍ନ ଗ୍ରୁପ୍‌ ହୋଇ କାର୍ଯ୍ୟକୁ ବିରୋଧ କରୁଛନ୍ତି। ୫ଦିନ ପୂର୍ବରୁ ଉକ୍ତ ଅଞ୍ଚଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲି। ଏପରିକି ସ୍ଥାନୀୟ ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କ ସହ ଯାଇ ପୋଲ କାମର କାର୍ଯ୍ୟ ଶେଷ ପାଇଁ ଚେଷ୍ଟା କରି ବିଫଳ ହୋଇଛି। ଯଦି ଲୋକମାନେ କୌଣସି ଗଣ୍ଡଗୋଳ ନ କରନ୍ତି ତେବେ ଯଥାଶୀଘ୍ର କାର୍ଯ୍ୟ ଶେଷ କରିଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri