ରାସ୍ତାରେ ନିର୍ମାଣ ସାମଗ୍ରୀ, ଯାତାୟାତରେ ବାଧା

ରାଉରକେଲା ଅଫିସ, ୩୦।୪: ରାଉରକେଲାର ବିଭିନ୍ନ ମୁଖ୍ୟମାର୍ଗରେ ଇଟା, ବାଲି, ଗେଟି, ମାଟି ଆଦି ନିର୍ମାଣ ସାମଗ୍ରୀ ପକାଇ ରାସ୍ତା ଅବରୋଧ କରାଯାଉଛି। ଫଳରେ ଉକ୍ତ ରାସ୍ତାରେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେଉଛି। ଏଭଳି କାର୍ଯ୍ୟ କରୁଥିବା ଲୋକମାନଙ୍କ ଉପରେ ସ୍ମାର୍ଟସିଟି ବିଭାଗ ଲଗାମ କଷି ପାରୁ ନ ଥିବା ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି।
ରାଉରକେଲା ସହରର ରାସ୍ତା କଡ, ଫୁଟପାଥ୍‌ ଆଦି ସ୍ଥାନରେ ଲୋକେ ନିର୍ମାଣ ସାମଗ୍ରୀକୁ ଦୀର୍ଘଦିନ ଧରି ପକାଇ ରଖୁଛନ୍ତି। ଆର୍‌ଏମ୍‌ସି ଏବଂ ସ୍ମାର୍ଟସିଟି ନିୟମ ମୁତାବକ କେହି ମୁଖ୍ୟ ରାସ୍ତାରେ ନିର୍ମାଣ ସାମଗ୍ରୀ ରଖିପାରିବେ ନାହିଁ। କୌଣସି ବ୍ୟକ୍ତି ନିୟମ ନ ମାନିଲେ ତାଙ୍କୁ ଆର୍ଥିକ ଜରିମାନା କରାଯାିପାରିବ। ମାତ୍ର ରାଉରକେଲା ଡେଲି ମାର୍କେଟ ଅଞ୍ଚଳରେ ଅନେକ ଲୋକ ଗୃହ ନିର୍ମାଣ ଓ ମରାମତି କାର୍ଯ୍ୟ କରୁଥିବା ବେଳେ ମୁଖ୍ୟରାସ୍ତାରେ ନିର୍ମାଣ ସାମଗ୍ରୀ ରଖୁଛନ୍ତି। ଫଳରେ ମୁଖ୍ୟରାସ୍ତା ଜାମ୍‌ ହେବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। ଡେଲି ମାର୍କେଟ ମୁଖ୍ୟରାସ୍ତା ଦେଇ ବିଭିନ୍ନ ସ୍କୁଲ, କଲେଜ ଯାଉଥିବା ଛାତ୍ରୀଛାତ୍ର ଏବଂ ଯାତ୍ରୀମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟ ରାସ୍ତାରେ ନିର୍ମାଣ ସାମଗ୍ରୀ ନ ରଖିବା ପାଇଁ ଆର୍‌ଏମ୍‌ସି ପକ୍ଷରୁ ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ କିଛି ଅମାନିଆ ଏହାକୁ ମାନୁନାହାନ୍ତି। ତେବେ ଏହି ସମସ୍ୟା କେବଳ ମାତ୍ର ଡେଲି ମାର୍କେଟ ମୁଖ୍ୟମାର୍ଗରେ ସୀମିତ ରହିନାହିଁ। ଉଦିତନଗରଠାରୁ ଆମ୍ବେଡ଼କର ଛକ ଯାଏ ଏଭଳି ଦେଖିବାକୁ ମିଳିଛି। ଯାହାକି ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରୁଛି।
ସେହିପରି ସହରର ମୁଖ୍ୟରାସ୍ତା ଗୁଡିକ ନିର୍ମାଣ ହେବା ପରେ ଯାନବାହାନର ବେଗକୁ ରୋକିବା ପାଇଁ ସିସି କ୍ୟାମେରା ବଦଳରେ ହମ୍ପ୍‌ସ କରାଯାଇଛି। ପାନପୋଷରୁ ପାନପୋଷ ବସ୍ତି ଓ ଛେଣ୍ଡ ବସ୍ତି ମଧ୍ୟରେ ପ୍ରାୟ ୩୦ଟି ହମ୍ପ୍‌ସ ରହିଛି। ଏଭଲି ଅନାବଶ୍ୟକ ହମ୍ପ୍‌ସ ଯୋଗୁ ସହରକୁ ଆସୁଥିବା ଯାତ୍ରୀମାନେ ହମ୍ପ୍‌ସ ଥିବା ନ ଜାଣି ବହୁ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ରାଉରକେଲା ସ୍ମାର୍ଟସିଟି ଜିଏମ୍‌ ସଞ୍ଜୟ କୁମାର ନନ୍ଦଙ୍କୁ ପଚାରିବାରୁ ସେ କହିଲେ, ଏ ବିଷୟରେ ଆମ ପାଖରେ କୌଣସି ସୂଚନା ନାହିଁ। ତୁରନ୍ତ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ଉପରେ ବିହିତ ପଦକ୍ଷେପ ନିଆଯିବା ସହ ମୁଖ୍ୟମାର୍ଗ ଯାତାୟାତ ଉପଯୋଗୀ କରାଯିବ। ଆର୍‌ଏମ୍‌ସିକୁ ମଧ୍ୟ ଏ ନେଇ ଜଣାଇ ଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri