ଚଳଚଞ୍ଚଳ ଜି.ଉଦୟଗିରି: ପୂଜାମଣ୍ଡପରେ ନିର୍ମାଣ ଚାଲିଛି ମେଢ଼, ମା’ଙ୍କ ଆଗମନକୁ ଅପେକ୍ଷା

ଜି.ଉଦୟଗିରି,୨୫ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଜି.ଉଦୟଗିରି ସହରର ସର୍ବ ପୁରାତନ ପୂଜା ମଣ୍ଡପରେ ଦଶହରା ପାଇଁ ଜୋର୍‌ଦାର୍‌ ପ୍ରସ୍ତୁତି ଚାଲିଛ। ୭୦ ବର୍ଷରୁ ଊଦ୍ଧର୍‌ବ ହେବ ଏହି ପୂଜା ମଣ୍ଡପରେ ଦୁର୍ଗାପୂଜା ହୋଇଆସୁଛି । ଏଇ ଦୁର୍ଗା ମଣ୍ଡପରେ ଅଞ୍ଚଳର ପ୍ରତିଷ୍ଠିତ ଦେବୀ ମା’ ବରାଳଦେବୀଙ୍କ ଘଟ ପୂଜା ପାଉଥିବା ଯୋଗୁ ଏହାର ପୂଜା ଚଣ୍ଡି ପାଠ ସ୍ବତନ୍ତ୍ର । ଏଠାରେ ମା’ଙ୍କ ଘଟ ବିସର୍ଜନ ନହେବା ପର୍ଯ୍ୟନ୍ତ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ ନାହିଁ । ଦଶହରା ପରଦିନଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ଚଳିତ ବର୍ଷ ପୂଜା ମଣ୍ଡପରେ ଆସନ୍ତା ରବିବାର ୨୮ ତାରିଖ ଦିନ ଷଷ୍ଠୀରେ ବିଲ୍ବବରଣ, ସୋମବାର ସପ୍ତମୀ ପୂଜା, ମଙ୍ଗଳବା ମହାଷ୍ଟମୀ ପୂଜା, ବୁଧବାର ମହାନବମୀ ପୂଜା, ଚଣ୍ଡୀପାଠ ଓ ପୁର୍ଣ୍ଣାହୁତି, ଗୁରୁବାର ଦଶମୀ ପୂଜା ସହିତ ରାତ୍ର ମ’ଙ୍କ ଘଟ ବିସର୍ଜନ ହେବ। ଏହାପରେ ଶୁକ୍ରବାର ଓ ଶନିବାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ମା’ଙ୍କ ମୃଣୟୀମୂର୍ତ୍ତି ୫ ତାରିଖ ରବିବାର ବିସର୍ଜନ କରାଯିବ ବୋଲି ପୂଜା କମିଟି ସଭାପତି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି।

Share