ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ ସାନ୍ତାଳୀ ଭାଷାକୁ ଅଷ୍ଟମ ଅନ୍ୟୁଚ୍ଛେଦରେ ସାମିଲ କରାଯାଇଥିଲା। ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର ଆଦିବାସୀ ଲୋକମାନେ ସାନ୍ତାଳୀ ଭାଷାକୁ ବହୁଳ ବ୍ୟବହାର କରିଥାନ୍ତି। ସାନ୍ତାଳୀ ଭାଷା ଏବଂ ଅଲ୍ଚିକି ଲିପିରେ ସମ୍ବିଧାନ ଲେଖାଯାଇଥିବାରୁ ଏହା ସାନ୍ତାଳୀ ଲୋକମାନଙ୍କ ପାଇଁ ଗର୍ବ ଓ ଆନନ୍ଦର ଦିନ ବୋଲି ରାଷ୍ଟ୍ରପତି କହିଛନ୍ତି। ଏବେ ସେମାନେ ନିଜ ଭାଷାରେ ସମ୍ବିଧାନ ପଢ଼ିବାକୁ ସକ୍ଷମ ହୋଇପାରିବେ। ଏହି କାର୍ଯ୍ୟପାଇଁ ରାଷ୍ଟ୍ରପତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘଓ୍ବାଲ ଓ ତାଙ୍କ ଟିମ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ଏବଂ ମେଘଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily


