ସଭାପତି ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରିଥିବା ଅନ୍ୟ ଜଣେ ପ୍ରାର୍ଥୀଙ୍କ ଘର ସମ୍ମୁଖରେ ବାଣ ଫୁଟାଉଥିବା ବେଳେ ଜଣେ କନେଷ୍ଟବଳ ଆହତ ହୋଇଛନ୍ତି। ଆହତ କନେଷ୍ଟବଳ ଜଣକ ହେଲେ କୃଷ୍ଣଚନ୍ଦ୍ର ବାଗ(ବନି)। କୃଷ୍ଣଚନ୍ଦ୍ରଙ୍କୁ ସାଥୀ କନେଷ୍ଟବଳ ମାନେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା। ହେଲେ କୃଷ୍ଣଚନ୍ଦ୍ରଙ୍କ ଏକ ହାତ ଗୁରୁତର ହୋଇଥିବାରୁ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତରିତ କରାଯାଉଥିବା ଥିବା ସୂଚନା ମିଳିଛି।